Advertisment

ICAI has postponed all CA Final exams: ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ

ଦେଶରେ ଉତେଜନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଆସିଏଆଇ ସମସ୍ତ ପରୀକ୍ଷାକୁ ସମସ୍ତ ପରୀକ୍ଷାକୁ ସ୍ଥଗିତ ରଖିଛି । ଆଗାମୀ ସୂଚନା ପାଇଁ ଅଫିସିଆଲ ୱେବସାଇଟ ରେ ଅପଡେଟ ରହିବା ପାଇଁ ଆସିଏଆଇ କହିଛି ।

ଅଦ୍ୟତନ ହୋଇଛି
CA final exam postponed

CA final exam postponed

Advertisment

ଭାରତ ଓ ପାକିସ୍ତାନ ମଧ୍ୟରେ ଉତେଜନା ପ୍ରକାଶ ପାଉଥିବା ବେଳେ ଦେଶରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଚାଟାର୍ଡ ଆକାଉଣ୍ଟାଣ୍ଟ ଫାଇନାଲ ପରୀକ୍ଷା ସ୍ଥଗିତ । ଦେଶର ୧୨ ସହରରେ ସୁରକ୍ଷା ଦୃଷ୍ଟିରୁ ଏହି ପରୀକ୍ଷାକୁ ସ୍ଥଗିତ କରାଯାଇଛି ।

Advertisment

ମେ ୯ରୁ ୧୪ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ପରୀକ୍ଷା ସ୍ଥଗିତ ନେଇ ଇନଷ୍ଟିଚ୍ୟୁଟ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ (ଆଇସିଏଆଇ) ଘୋଷଣା କରିଛି । ଗତ ୮ ତାରିଖରେ ଆଇସିଏଆଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପରିସ୍ଥିତିକୁ ନଜରରେ ରଖି ଆଗାମୀ ଦିନରେ ପରୀକ୍ଷା ତାରିଖ ଘୋଷଣା କରାଯିବ । ଆଗାମୀ ସୂଚନା ପାଇଁ ପ୍ରାର୍ଥୀମାନେ ଆଇସିଏଆଇ ର ଅଫିସିଆଲ ୱେବସାଇଟ www.icai.org ରେ ଭିଜିଟ କରି ପାରିବେ ।

ଅଧିକ ପଢ଼ନ୍ତୁ: ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନର ଆକ୍ରମଣ; ସାଇରନ୍ ବଜାଇ ସତର୍କ କଲା ସେନା 

Advertisment

ସୂଚନାଯୋଗ୍ୟ, ଭାରତ ପାକିସ୍ତାନର ଆତଙ୍କବାଦୀଙ୍କ ଉପରେ ଅପରେସନ ସିନ୍ଦୂର ଅଧିନରେ ଆକ୍ରମଣ କରିବା ପରେ ଭାରତ ଉପରେ ପାଲଟା ଜବାବ  ଦେଉଛି ପାକିସ୍ତାନ । ସୁରକ୍ଷା ଦୃଷ୍ଟିରୁ ଦେଶରେ ବିଭିନ୍ନ ଏୟାରପୋର୍ଟ ବନ୍ଦ ହେବା ସହ ବିମାନ ସେବା ମଧ୍ୟ ବାତିଲ୍ କରାଯାଇଛି । ଗତ କାଲି ଧର୍ମଶାଳାରେ ଚାଲୁଥିବା ଆଇପିଏଲ ମ୍ୟାଚକୁ ଅଧାରୁ ବନ୍ଦ କରିବାକୁ ପଡିଥିଲା । ଯେହେତୁ ଭାରତୀୟ ନାଗରିକଙ୍କ ସୁରକ୍ଷା ସର୍ବୋପରି, ତେଣୁ ସିଏ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି ।

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Advertisment
Chartered Accountant Operation Sindoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ