Advertisment

ରାସ୍ତାରେ ବୃଦ୍ଧାଙ୍କ ସହ ତଳେ ବସି କଥା ହେଲେ IAS ଅଫିସର, ଭାଇରାଲ ହେଲା ଫଟୋ

IAS। କୁହାଯାଏ ଦେଶର ସବୁଠୁ ସମ୍ମାନଜନକ ଚାକିରି। ଆଉ ଏହି ଚାକିରି କରିବା କିଛି କମ୍‌ କଥା ନୁହେଁ। ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହି ଚାକିରି ମିଳିଥାଏ। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଜଣେ ଆଇଏଏସ୍‌ ଅଫିସର୍‌ ରାସ୍ତା ଉପରେ ବସି ଲୋକଙ୍କ ଦୁଃଖ କଥା ଶୁଣିବେ

Ramesh Gholap IAS

Ramesh Gholap IAS

Advertisment

ନୂଆଦିଲ୍ଲୀ: IAS। କୁହାଯାଏ ଦେଶର ସବୁଠୁ ସମ୍ମାନଜନକ ଚାକିରି। ଆଉ ଏହି ଚାକିରି କରିବା କିଛି କମ୍‌ କଥା ନୁହେଁ। ଅକ୍ଲାନ୍ତ ପରିଶ୍ରମ କରିବା ପରେ ହିଁ ଏହି ଚାକିରି ମିଳିଥାଏ। କିନ୍ତୁ ଥରେ ଚିନ୍ତା କରନ୍ତୁ ଯେତେବେଳେ ଜଣେ ଆଇଏଏସ୍‌ ଅଫିସର୍‌ ରାସ୍ତା ଉପରେ ବସି ଲୋକଙ୍କ ଦୁଃଖ କଥା ଶୁଣିବେ, ତେବେ ନିଶ୍ଚିତ ଆପଣ ବି ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ। ଆଉ କହିବେ ଏମିତି ଅଫିସର୍‌ ରହିଲେ ଆଉ ବୋଧହୁଏ ଲୋକଙ୍କର କିଛି ଅସୁବିଧା ରହିବ ନାହିଁ।

Advertisment

ତେବେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫଟୋରେ ଦେଖିବାକୁ ମିଳିଛି ଜଣେ ବୃଦ୍ଧାଙ୍କ ସହ ଆଇଏଏସ ଅଫିସର ଜଣକ ରାସ୍ତା କଡ଼ରେ ବସି କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ସେୟାର ହୋଇଥିବା ଏହି ଫଟୋକୁ ଆଇଏଏସ୍ ରମେଶ ଘୋଲାପ ଖୋଦ୍‌ ନିଜେ ନିଜ ଟ୍ୱିଟରରେ ସେୟାର କରିଛନ୍ତି। ଆଉ ଫଟୋଟିକୁ ୟୁଜର୍ସ ମାନେ ଖୁବ୍‌ ପ୍ରଶଂସା ମଧ୍ୟ କରୁଛନ୍ତି।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଆଇଏଏସ ଅଫିସର ଜଣକ ଯେଉଁ ସମୟରେ ବୃଦ୍ଧାଙ୍କ ସହ ଆଲୋଚନା କରୁଥିଲେ ସେହି ସମୟରେ ଘୋଲାପଙ୍କର କୌଣସି ସୁରକ୍ଷାକର୍ମୀ ପାଖରେ ମଧ୍ୟ ନଥିଲେ। ବରଂ ପାଖରେ ଥିବା ଇନୋଭା କାର୍‌ରେ ବସି ନିଜ ମଧ୍ୟରେ କଥାବାର୍ତ୍ତା କରୁଥିଲେ ଆଉ ଘୋଲାପ ବାହାରେ ବସି ବୃଦ୍ଧଙ୍କ ସହ ଆଲୋଚନା କରୁଥିଲେ। ତେବେ ଏହି ଫଟୋ ସେୟାର କରିବା ସହ କ୍ୟାପସନ୍‌ରେ ଲେଖିଛନ୍ତି ମୋର ଅଭିଜ୍ଞତା କୁହେ, ମାଟିରେ ଆମେ ଯେଉଁ ସମୟରେ ପାଦ ରଖନ୍ତି ସେତେବେଳେ ପାଦ ଖସେ ନାହିଁ କିନ୍ତୁ ମାର୍ବଲରେ ରଖିଲେ ଖସିବାର ଅଧିକ ଭୟ ଥାଏ। ସେ ଯାହା ବି ହେଉ, ଆଇଏଏସଙ୍କ ଏହି ଫଟୋ ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

India Ramesh Gholap IAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ