Advertisment

ଟଙ୍କା ବିଡ଼ା ଉପରେ ଶୋଉଥିଲେ IAS ପୂଜା ସିଂଘଲ, ଯୁଆଡ଼େ ଚାହିଁଲେ ଖାଲି ପୁଳା ପୁଳା ଟଙ୍କା

ଯୁଆଡ଼େ ଚାହିଁଲେ ଖାଲି ଟଙ୍କା ବିଡ଼ା। ଏତେ ଟଙ୍କା ଯେ ଏହାକୁ ଗଣିବା ପାଇଁ ଲୋକ କମ୍‌ ପଡ଼ିଲେ। ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍‌ ଆଉ ଲୋକ ଆସିଥିଲେ।

ଅଦ୍ୟତନ ହୋଇଛି
18 Crore Recovered During Jharkhand Raids

18 Crore Recovered During Jharkhand Raids

Advertisment

ପୁଳା ପୁଳା ଟଙ୍କା। ଯୁଆଡ଼େ ଚାହିଁଲେ ଖାଲି ଟଙ୍କା ବିଡ଼ା। ଏତେ ଟଙ୍କା ଯେ ଏହାକୁ ଗଣିବା ପାଇଁ ଲୋକ କମ୍‌ ପଡ଼ିଲେ। ଶେଷରେ ଟଙ୍କା ଗଣିବା ପାଇଁ ମେସିନ୍‌ ଆଉ ଲୋକ ଆସିଥିଲେ।ବରିଷ୍ଠ IAS ଅଧିକାରୀ ତଥା ଝାଡ଼ଖଣ୍ଡ ଖଣି ସଚିବ ପୂଜା ସିଂଘଲଙ୍କ ଘର ସମେତ ପରିବାର ସଦସ୍ୟ ଏବଂ ସମ୍ପର୍କୀୟଙ୍କ ୧୮ଟି ସ୍ଥାନରେ (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ED ରେଡ୍ ବେଳେ ପୁଳା ପୁଳା ଟଙ୍କା ଜବତ ହୋଇଛି। ଶୁକ୍ରବାର ଭୋର ୫ଟାରୁ ରେଡ୍‌ ହୋଇଥିଲା। ରେଡ୍‌ ବେଳେ ପାଖାପାଖି ୧୯ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି।୨୦୦୮-୧୧ ମସିହାରେ ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ମନରେଗା ପାଣ୍ଠିରୁ ୧୮ କୋଟିରୁ ଅଧିକ ଟଙ୍କା ହେର୍‌ଫେର୍‌ ମାମଲାକୁ ନେଇ ଇଡି ଚଢ଼ଉ କରିଥିଲା।

Advertisment

ସବୁଠାରୁ ବଡ଼ କଥା, ପୂଜାଙ୍କ ଅତି ନିକଟତର ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ଙ୍କ ଘରୁ ରେଡ୍‌ ବେଳେ ଯେତିକି ଟଙ୍କା ମିଳିଛି, ତାହା ତଦନ୍ତକାରୀ ଟିମ୍‌କୁ ତାଜୁବ କରିଦେଇଛି। ରାଞ୍ଚି ସ୍ଥିତ ପୂଜାଙ୍କ ଏହି ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ଘରୁ ୧୭ କୋଟି ଟଙ୍କା ଜବତ ହୋଇଛି। ବିଡ଼ା ବିଡ଼ା ନୋଟ୍, ପୁଳା ପୁଳା ଟଙ୍କାକୁ  ଗଣିବା ପାଇଁ ଅଧିକ ସଂଖ୍ୟକ କର୍ମଚାରୀଙ୍କୁ ଡକା ଯାଇଥିଲା। ମେସିନ ବି ଆସିଥିଲା। ତା’ପରେ ଆରମ୍ଭ ହୋଇଥିଲା ଟଙ୍କା ଗଣା। ଘଣ୍ଟା ଘଣ୍ଟା ଧରି ଗଣତି ଚାଲିଥିଲା। ଏହାସହ ଅନ୍ୟ ସ୍ଥାନରୁ ରେଡ୍‌ ବେଳେ ୧ କୋଟି ୮୦ ଲକ୍ଷ ଟଙ୍କା ଜବତ ହୋଇଛି। 

ପୂଜାଙ୍କ ସ୍ୱାମୀ ଅଭିଷେକ ଝାଙ୍କ ପ୍ଲସ୍ ହସପିଟାଲ ଉପରେ ବି ଇଡି ଚଢାଉ କରିଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡି ଏହି ରେଡ୍ କରିଥିଲା। ଖଣି ଲିଜ୍‌ରେ ଅନିୟମିତତା ଏବଂ ମନରେଗାରେ ୧୮ କୋଟି ଟଙ୍କାର ଦୁର୍ନୀତି ମାମଲାରେ ସେକ୍ସନ ଅଫିସର ରାମ ବିନୋଦ ସିହ୍ନାଙ୍କୁ ପଚରାଉଚରା ବେଳେ IAS ଅଧିକାରୀ ପୂଜା ସିଂଘଲଙ୍କ ନାଁ ସାମ୍ନାକୁ ଆସିଥିଲା। ଜଣେ ବରିଷ୍ଠ IAS ଅଧିକାରୀଙ୍କ ଘରେ ରେଡ୍‌ ବେଳେ କୋଟି କୋଟି ଟଙ୍କା ମିଳିବା ନେଇ ଝାଡଖଣ୍ଡରେ ହଇଚଇ ସୃଷ୍ଟି ହୋଇଛି। 

Advertisment

ପୂଜାଙ୍କ ବିରୋଧରେ ଅଭିଯୋଗ ଆସିବା ପରେ ଇଡି ବିଭିନ୍ନ ସ୍ଥାନରେ ରେଡ୍‌ କରିଥିଲା। ଝାଡ଼ଖଣ୍ଡର ଓକିଲ ରାଜୀବ ଗତ ଫେବୃଆରୀରେ ପୂଜା ସିଂଘଲଙ୍କ ବିରୋଧରେ ଇଡିରେ ଅଭିଯୋଗ କରିଥିଲେ। ବେଆଇନ୍‌ ଖନନ କରି ଟଙ୍କା ହେର୍‌ଫେର୍‌ ନେଇ ପୂଜାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। 

Jharkhand ED Raid IAS Pooja Singhal Pooja Singhal IAS
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ