Advertisment

ଅଭିଯୋଗ ଶୁଣିବାକୁ ରାସ୍ତାରେ ବସିଲେ ଆଇଏଏସ୍‌...ସାଲ୍ୟୁଟ୍‌ ମାରିଲା ସୋସିଆଲ ମିଡ଼ିଆ

ଆଇଏଏସ୍‌ ହେବ ତ ଏମିତି ! ଦିବ୍ୟାଙ୍ଗଙ୍କ ଅଭିଯୋଗ ଶୁଣିବାକୁ ରାସ୍ତାରେ ବସିଲେ...ଏମିତି କାମ ପାଇଁ ସମସ୍ତେ କଲେ ପ୍ରଶଂସା । ସୋସିଆଲ ମିଡ଼ିଆ ବି ଜଣାଇଲା ସାଲ୍ୟୁଟ୍‌।

ଅଦ୍ୟତନ ହୋଇଛି
IAS officer

IAS officer

Advertisment

ଆଇଏଏସ୍‌ । ଭାରତର ସବୁଠାରୁ ବଡ଼ ଅଫିସର୍‌ । ଏମାନଙ୍କୁ ଦେଖା କରି ଗୁହାରି କରିବା ବଡ଼ କଷ୍ଟ । ହେଲେ ସୋସିଆଲ ମିଡିଆରେ ଏମିତି କିଛି ଫଟୋ ଭାଇରାଲ ହେଉଛି ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା । କାରଣ ଏଇ ଆଇଏଏସ୍‌ ଜଣକ ଜଣେ ବୃଦ୍ଧଙ୍କ ଗୁହାରୀ ଶୁଣିବାକୁ ରାସ୍ତାରେ ବସି ପଡ଼ିଛନ୍ତି । ଆଉ ଉଦୁଉଦିଆ ଖରାରେ ବସି ବୃଦ୍ଧଙ୍କ ଗୁହାରି ବି ଶୁଣିଛନ୍ତି ।

Advertisment

ୟୁପିର ଆଇଏଏସ୍‌ ଅଫିସର ସୌମ୍ୟା ପାଣ୍ଡେ । ସିଏ ଏମିତି ଜଣେ ପ୍ରଶାସକ ଯିଏ କି ଲୋକଙ୍କ ସହ କଥା ହେବା ସହିତ ସେମାନଙ୍କ ଦୁଃଖ ଶୁଣନ୍ତି ଆଉ ସାଙ୍ଗେ ସାଙ୍ଗେ ତାହାର ସମାଧାନ ବି କରନ୍ତି । ମିଳିଥିବା ସୂଚନା ଅନୁସାରେ, ଜଣେ ବୃଦ୍ଧ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଇଲେକ୍ଟ୍ରିକ୍‌ ବାଇସାଇକେଲ୍‌ ନେବା ପାଇଁ ସରକାରୀ କାର୍ଯ୍ୟାଳୟ ସମ୍ମୁଖକୁ ଆସିଥିଲେ। ଯେହେତୁ ବୃଦ୍ଧ ଜଣକ ଦିବ୍ୟାଙ୍ଗ ତେଣୁ ଠିଆ ହେବା ତାଙ୍କ ପକ୍ଷରେ ସମ୍ଭବ ନଥିଲା । ସେଇଥି ଲାଗି ତ ରାସ୍ତା ଉପରେ ବସି ପଡ଼ିଥିଲେ ବୃଦ୍ଧ ଜଣକ । ବାସ୍‌ ବୟସ୍କ ବ୍ୟକ୍ତି ଜଣକ ରାସ୍ତାରେ ବସିଥିବା ଦେଖିବା ପରେ ସୌମ୍ୟ ମଧ୍ୟ ତଳେ ବସିପଡ଼ିଥିଲେ । ଆଉ ଏହି ସମୟର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି ।

ବୃଦ୍ଧ ଏବଂ ସୌମ୍ୟା ଉଭୟେ ପରସ୍ପର ତଳେ ବସି କଥା ହେଉଥିବା ସମୟର ଫଟୋ ଟ୍ବିଟ୍‌ରରେ ସେୟାର ହେବା ସହ କ୍ୟାପ୍‌ସନ୍‌ରେ ଲେଖାଯାଇଛି, ଆଇଏଏସ୍‌ ଜଣକ ରାସ୍ତା ଉପରେ ବସିଲେ ଏବଂ ବୃଦ୍ଧଙ୍କ ଦୁଃଖ ଶୁଣିବା ସହିତ ସାଙ୍ଗେ ସାଙ୍ଗେ ତାହାର ସମାଧାନ ବି କଲେ । ବାସ୍‌ ଏହି ଫଟୋ ଟ୍ୱିଟରରେ ସେୟାର ହେବା ପରେ ଏବେ ସୌମ୍ୟଙ୍କୁ ନେଇ ସବୁଆଡ଼େ ଚର୍ଚ୍ଚା ।

Advertisment

IAS Officer Divyang Man
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ