Advertisment

ଚାଷୀ ‍‍ବେଶରେ ସାର କିଣିଗଲେ, ଦୁର୍ନୀତିଗ୍ରସ୍ତ ଦୋକାନୀକୁ ଧରିଲେ ଆଇଏଏସ୍

ଠକ ସାର ଦୋକାନୀକୁ ପାନେ ମିଳିଲା । ଦୁର୍ନୀତିଗ୍ରସ୍ତ ଦୋକାନୀଙ୍କ ଉପରେ ସରକାରୀ ଛାଟ । ଚାଷୀ ହୋଇଆସିଥିଲେ, ଚୋରି ଧରି ପକାଇଲେ ଆଇଏଏସ୍ । ସାର ଦୁର୍ନୀତି ସମ୍ପର୍କରେ ଖବର ପାଇ ବିଜୟୱାଡାର ସବ୍ କଲେକ୍ଟର ଉପଜିଲ୍ଲାପାଳ ସୂର୍ଯ୍ୟା ପରବୀନ ଚାନ୍ଦ ସାଧାରଣ ଚାଷୀ ବେଶରେ ସାର କିଣିବା ବାହାନାରେ ଦୋକାନରେ ପହଞ୍ଚିଥିଲେ

ଅଦ୍ୟତନ ହୋଇଛି
ଚାଷୀ ‍‍ବେଶରେ ସାର କିଣିଗଲେ, ଦୁର୍ନୀତିଗ୍ରସ୍ତ ଦୋକାନୀକୁ ଧରିଲେ ଆଇଏଏସ୍

ias

Advertisment

ବିଜୟୱାଡା : ଠକ ସାର ଦୋକାନୀକୁ ପାନେ ମିଳିଲା । ଦୁର୍ନୀତିଗ୍ରସ୍ତ ଦୋକାନୀଙ୍କ ଉପରେ ସରକାରୀ ଛାଟ । ଚାଷୀ ହୋଇଆସିଥିଲେ, ଚୋରି ଧରି ପକାଇଲେ ଆଇଏଏସ୍ । ସାର ଦୁର୍ନୀତି ସମ୍ପର୍କରେ ଖବର ପାଇ ବିଜୟୱାଡାର ସବ୍ କଲେକ୍ଟର ଉପଜିଲ୍ଲାପାଳ ସୂର୍ଯ୍ୟା ପରବୀନ ଚାନ୍ଦ ସାଧାରଣ ଚାଷୀ ବେଶରେ ସାର କିଣିବା ବାହାନାରେ ଦୋକାନରେ ପହଞ୍ଚିଥିଲେ । ଆଉ ଚାଷୀ ଭାଇଙ୍କୁ ଠକୁଥିବା ଦୁଇ ଦୁର୍ନୀତିଖୋର ଦୋକାନୀଙ୍କ ଧରିବା ସହ ଗିରଫ କରିଛନ୍ତି । ଏ‍ବେ ସୋସିଆଲ ମିଡିଆରେ ସେହି ସମୟର ଭିଡିଓ ଭାଇରାଲ ହେଉଛି । ଆଇଏଏସ୍ ଅଧିକାରୀ ଜଣକୁ ଠକ ଦୋକାନୀକୁ ଧରିବା ପାଇଁ ଯେପରି ଡ୍ରାମା କରିଥିଲେ, ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ଚାଷୀ ବେଶରେ ଉପଜିଲ୍ଲାପାଳ । ସାଧରଣ ବେଶଭୂଷା, ଯେକେହି ଧୋକା ଖାଇଯିବ । ଫଟୋକୁ ଦେଖିଲେ କେହି ସନ୍ଦେହ କରିବେ ନାହିଁ । ସେ ଜଣେ ଆଇଏଏସ୍ ଅଧିକାରୀ ହୋଇପାରନ୍ତି, କେହି ହୁଏତ ବିଶ୍ୱାସ କରିବେନି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି IAS ସୂର୍ଯ୍ୟା ପରବୀନ ଚାନ୍ଦ ବେଶ ବଦଳାଇ ନିଜେ ସାର ଦୋକାନରେ ପହଞ୍ଚନ୍ତି । ଆଉ ତା’ପରେ ଜଣେ ସାଧାରଣ ଚାଷୀ ପରି ଗୋଟିଏ ଦୁଇଟି ଦୋକାନ ବୁଲି ସାରା ମୂଲ୍ୟ ପଚାରି ବୁଝନ୍ତି । ତେବେ ଅନେକ ଦୋକାନୀ ଡାଇମୋନିୟମ୍ ଫସଫେଟ୍ (DAP) ଏବଂ ୟୁରିଆକୁ ଏମଆରପି ଠାରୁ ଅଧିକ ମୂଲ୍ୟରେ ବିକ୍ରି କରୁଥିବା ଦେଖିବାକୁ ପାଇଥିଲେ । ଏପରିକି ସେମାନେ ସାର କ୍ରୟ ପାଇଁ କୌଣସି ବିଲ୍ ମଧ୍ୟ ଦେଉନଥିଲେ । ଆହୁରି ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଦୋକାନୀମାନେ ଗୋଦାମ ଭର୍ତ୍ତି କରି ସାର ରଖିଥିଲେ, ଯଦ୍ୱାରା ଭବିଷ୍ୟତରେ ଚଢ଼ା ଦରରେ ସାର ବିକ୍ରି କରିପାରିବେ ।

\

Advertisment

ଅଭିଯୋଗ ପରେ ନିଜେ ଯାଞ୍ଚ କରିବା ପାଇଁ ଗତ ଶୁକ୍ରବାର ଚାଷୀ ବେଶ ଧରିଥିଲେ ଉପ ଜିଲ୍ଲାପାଳ । ତେବେ ଯାଞ୍ଚ ସମୟରେ ଦୁଇ ଦୋକାନୀଙ୍କୁ ଧରିଛନ୍ତି IAS ସୂର୍ଯ୍ୟା ପରବୀନ ଚାନ୍ଦ ଏବଂ ଉଭୟଙ୍କ ଦୁଇଟି ଦୋକାନକୁ ସିଜ୍ କରିଦେଇଛନ୍ତି । ଉଭୟ ଦୋକାନୀ ଅଧିକ ଦାମରେ ସାର ବିକ୍ରି କରିବା ସହ ଗ୍ରାହକଙ୍କ ଆଧାର ଡିଟେଲ୍ସ ମଧ୍ୟ ନେଉନଥିଲେ । ଚାଷୀଙ୍କ ଅସୁବିଧାକୁ ହୃଦୟଙ୍ଗମ କରି ଠକକୁ ଗିରଫ କରିବାରୁ ବର୍ତ୍ତମାନ ଲୋକା ତାଙ୍କୁ ପ୍ରଶଂସାରେ ପୋତି ପକାଉଛନ୍ତି । ଏହିପରି କାର୍ଯ୍ୟ କରି ଆଇଏଏସ୍ ଅଧିକାରୀ ଲୋକଙ୍କ ହୃଦୟ ଜିତିଛନ୍ତି ।

IAS Bijaywada
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ