Advertisment

ଭାରତୀୟ ବାୟୁସେନାରେ ସାମିଲ ହେଲା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ଲଢୁଆ ହେଲିକପ୍ଟର

ଦେଶ ପାଇଁ ଗୌରବର ବିଷୟ। ଭାରତୀୟ ସାମରିକ ଶକ୍ତିରେ ଯୋଡ଼ି ହେବ ନୂଆ ଇତିହାସ । ଭାରତୀୟ ବାୟୁସେନା ପକ୍ଷରୁ (ଆଇଏଏଫ) ଆଜି ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଲାଇଟ୍ କମ୍ବାଟ୍ ହେଲିକପ୍ଟର (ଏଲସିଏଚ୍)ର ପ୍ରଥମ ବ୍ୟାଚ୍ ମୁତୟନ କରାଯାଇଛି।

ଅଦ୍ୟତନ ହୋଇଛି
Light Combat Helicopter

Indigenously Developed Light Combat Helicopter

Advertisment

ଆହୁରି ଶକ୍ତିଶାଳୀ ହେବ ଭାରତୀୟ ବାୟୁସେନା । ପ୍ରଥମର ଥର ପାଇଁ ବାୟୁସେନାରେ ସାମିଲ ହେବ ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଅତ୍ୟାଧୁନିକ ହାଲୁକା ଲଢୁଆ ହେଲିକପ୍ଟର । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ଭି.ଆର୍‌. ଚୌଧୁରୀଙ୍କ ଉପସ୍ଥିତିରେ ରାଜସ୍ଥାନର ଯୋଧପୁରରେ ଏହାକୁ ସାମିଲ କରାଯିବ ।

Advertisment

ହାଲ ଦ୍ୱାରା ନିର୍ମିତ ଏହି ହେଲିକପ୍ଟର୍‌ର ଓଜନ ୫.୮ ଟନ୍ । ଏହି ଅତ୍ୟାଧୁନିକ ହେଲିକପ୍ଟର ରାତିରେ ମଧ୍ୟ ଆକ୍ରମଣ କରିପାରିବ । ଏହି ଲଢୁଆ ହେଲିକପ୍ଟର ୫ହଜାର ମିଟର ଉଚ୍ଚତାରେ ଉଡାଣ ଭରିବା ସହ ଯେ କୌଣସି ପରିସ୍ଥିତିରେ ଅବତରଣ କରିପାରିବ । ବାୟୁସେନାରେ ସାମିଲ ପୂର୍ବରୁ ଏହି ଅତ୍ୟାଧୁନିକ ହେଲିକପ୍ଟରକୁ ଅନେକ ଥର ଲଦାଖ ଓ ମରୁଭୂମି ଅଂଚଳରେ ପରୀକ୍ଷାମୂଳକ ଉଡାଣ କରାଯାଇଛି ।

ଗତ ମାର୍ଚ୍ଚ ମାସରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ୍ କମିଟି ବୈଠକରେ ୧୫ଟି ଲଢୁଆ ହେଲିକପ୍ଟର କିଣିବା ପାଇଁ ମଞ୍ଜୁରୀ ଦିଆଯାଇଥିଲା ।

Advertisment
IAF Indigenously Developed Light Combat Helicopter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ