IAF's C-17 aircraft
ନୂଆଦିଲ୍ଲୀ: କାବୁଲ୍ରୁ ଉଡ଼ାଣ ଭରିଥିବା ବାୟୁସେନାର ସ୍ୱତନ୍ତ୍ର ବିମାନ ସି-୧୭ ଏୟାରକ୍ରାଫ୍ଟ ଗୁଜରାଟ ଜାମନଗରରେ ପହଞ୍ଚିଛି ଥିବା ନେଇ ସୂଚନା ମିଳିଛି। ୧୨୦ ଜଣ ଭାରତୀୟଙ୍କୁ ନେଇ ଜାମନଗରରେ ପହଞ୍ଚିଲା ବିମାନ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଆଫଗାନ୍ରେ ଥିବା ଭାରତୀୟମାନଙ୍କୁ ଗତକାଲି ରାତିରେ କାବୁଲର ଏକ ସୁରକ୍ଷିତ ସ୍ଥାନକୁ ଅଣାଯାଇଥିଲା। ଆଉ ଆଜି ସକାଳୁ ସମସ୍ତଙ୍କୁ ଭାରତ ଫେରାଇ ଅଣାଯାଇଛି। କାବୁଲ୍ରେ ପାଖାପାଖି ୬୦୦ ଜଣ ଭାରତୀୟ ଫସିରହିଛନ୍ତି, ସେମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତର ITBP ଯୱାନ୍ ଆଫଗାନିସ୍ତାନରେ ପହଞ୍ଚିଛି। ମୋଟ୍ ଉପରେ ଆଫ୍ଗାନିସ୍ତାନର ସଙ୍କଟ ବଢିବାରେ ଲାଗିଛି। ସ୍ଥିତି ଅଣାୟତ ହୋଇ ପଡ଼ିଛି। ସେଠାରେ ଥିବା ବିଭିନ୍ନ ଦେଶର ଲୋକମାନଙ୍କୁ ନିଜ ଦେଶର ପ୍ରଶାସନ ସ୍ୱତନ୍ତ୍ର ବିମାନ ଯୋଗେ ନେଇଯାଉଥିବା ଦେଖାଯାଉଛି।
ସେପଟେ ଆଫଗାନିସ୍ତାନ ସଙ୍କଟ ନେଇ ଆମେରିକା ବିଦେଶ ମନ୍ତ୍ରୀଙ୍କ ସହ ଟେଲିଫୋନ୍ରେ କଥା ହୋଇଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ୍.ଜୟଶଙ୍କର । ଆଫଗାନିସ୍ତାନର ବର୍ତ୍ତମାନର ସ୍ଥିତିକୁ ନଜରରେ ରଖି କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଭିସା ନିୟମରେ ପରିବର୍ତ୍ତନ କରାଯାଇଛି ।
Also Read
ତେବେ ଆଫଗାନିସ୍ତାନର ବିମାନ ଭିତରର ଫଟୋ ବଖାଣୁଛି ଯନ୍ତ୍ରଣାର କାହାଣୀ । ତାଲିବାନୀ ଆତଙ୍କୀଙ୍କ ଶାସନରେ ରହିବା ଅପେକ୍ଷା ଦେଶ ଛାଡ଼ି ଚାଲିଯିବା ଶ୍ରେୟସ୍କର ମଣୁଛନ୍ତି ଲୋକେ । ଘଂଟାକୁ ଘଂଟା ଅନ୍ତରରେ ବଦଳିଯାଉଛି ଆଫଗାନିସ୍ତାନର ସ୍ଥିତି । ସମଗ୍ର ଦେଶ ଏବେ ତାଲିବାନ ଆଫଗାନ୍ କବଜାକୁ ଚାଲଯିବା ପରେ ଅନ୍ୟ ଦେଶର ଲୋକ ତଥା ଆଫଗାନୀ ନାଗରିକ ପଳାୟନ କରୁଛନ୍ତି । କୌଣସି ମତେ ଆଫଗାନିସ୍ତାନର ସାଧାରଣ ଲୋକମାନେ ନିଜ ଜୀବନ ରକ୍ଷା କରିବା ପାଇଁ ଉପାୟ ଖୋଜୁଛନ୍ତି ।
ଏହାରି ମଧ୍ୟରେ ଏକ ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ସ୍ପଷ୍ଟ ଜଣାପଡ଼ୁଛି ଆଫଗାନିସ୍ତାନରେ ଲୋକମାନେ ଦେଶ ଛାଡ଼ିବା ପାଇଁ କିପରି ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି । ଜୀବନ ରକ୍ଷା ପାଇଁ କୌଣସି ବି ଉପାୟ ଆପଣାଇବା ପାଇଁ ପଛାଉନାହାନ୍ତି । ସାମ୍ବାଦିକ ଇୟାନ ବ୍ରେମର୍ ନିଜ ଟ୍ୱିଟର ଆକାଉଣ୍ଟରେ ଆମେରିକୀୟ ବିମାନର ଭିତରର ଏକ ଚିତ୍ର ସେୟାର କରିଛନ୍ତି । ଆଫଗାନିସ୍ତାନରୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯାଉଥିବା ଏହି ବିମାନରେ ବସିଛନ୍ତି ଶହ ଶହ ଲୋକ । ବିମାନ ଭିତରେ ଥିବା ଲୋକଙ୍କ ସଂଖ୍ୟା ଏତେ ଅଧିକ ଯେ କେହି ବିଶ୍ୱାସ କରିପାରିବେ ନାହିଁ ଏହା ବିମାନ ଭିତରର ଦୃଶ୍ୟ ବୋଲି । ଶହ ଶହ ଲୋକଙ୍କ ମୁହଁରେ ଭୟ ସ୍ପଷ୍ଟ ରୂପେ ବାରି ହୋଇ ପଡ଼ୁଛି, କିନ୍ତୁ ମନରେ ସାମାନ୍ୟ ଦମ୍ଭ ମଧ୍ୟ ରହିଛି । କାରଣ ଦେଶ ଛାଡ଼ି ଯାଉଥିବାରୁ ଅତ୍ୟାଚାରରୁ ତ୍ରାହି ପାଉଯାଉଥିବା ପରି ଲାଗୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us
