Advertisment

୧୬୮ ଯାତ୍ରୀଙ୍କୁ ଧରି କାବୁଲରୁ ଦିଲ୍ଲୀ ପହଞ୍ଚିଲା ବିମାନ

ଆଫଗାନିସ୍ତାନର ଦୁର୍ଦ୍ଦଶା ବର୍ଣ୍ଣନା କରିହେବ ନାହିଁ । ଆଖିରେ ନଦେଖିଲା ଲୋକ କାବୁଲ ସ୍ଥିତି ସମ୍ପର୍କରେ ହୃଦୟଙ୍ଗମ କରିପାରିବ ନାହିଁ । କେତେବେଳେ ବି ଜୀବନ ଚାଲିଯାଇପାରେ । ତେବେ ଏହାରି ଭିତରେ କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି । ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କ ମଧ୍ୟରେ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛନ୍ତି ଭାରତ ସରକାର ।

୧୬୮ ଯାତ୍ରୀଙ୍କୁ ଧରି କାବୁଲରୁ ଦିଲ୍ଲୀ ପହଞ୍ଚିଲା ବିମାନ

afghanistan-crisis

Advertisment

କାବୁଲ : ଆଫଗାନିସ୍ତାନର ଦୁର୍ଦ୍ଦଶା ବର୍ଣ୍ଣନା କରିହେବ ନାହିଁ । ଆଖିରେ ନଦେଖିଲା ଲୋକ କାବୁଲ ସ୍ଥିତି ସମ୍ପର୍କରେ ହୃଦୟଙ୍ଗମ କରିପାରିବ ନାହିଁ । କେତେବେଳେ ବି ଜୀବନ ଚାଲିଯାଇପାରେ । ତେବେ ଏହାରି ଭିତରେ କାବୁଲରୁ ଭାରତୀୟଙ୍କ ପ୍ରତ୍ୟାବର୍ତ୍ତନ ଜାରି ରହିଛି । ଆଫଗାନିସ୍ତାନରେ ତାଲିବାନଙ୍କ ଆତଙ୍କ ମଧ୍ୟରେ ଫଶି ରହିଥିବା ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚଳାଇଛନ୍ତି ଭାରତ ସରକାର । ଗୋଟିଏ ପରେ ଗୋଟିଏ ବିମାନରେ ଫେରୁଛନ୍ତି ଭାରତୀୟ । ରବିବାର ସକାଳେ ୧୬୮ ଯାତ୍ରୀଙ୍କୁ ନେଇ ବାୟୁସେନାର ସି-୧୭ ବିମାନ କାବୁଲ ଛାଡ଼ି ଦିଲ୍ଲୀରେ ପହଞ୍ଚିଛି ।

Advertisment

ଆଜି ଦିନକ ଭିତରେ ୫୦୦ ଲୋକଙ୍କୁ ଆଣିବା ନେଇ ଲକ୍ଷ୍ୟ ରଖିଛି ବାୟୁସେନା । ସି-୧୭ ବିମାନ ଗାଜିଆବାଦର ହିଣ୍ଡନ IAF ବେସରେ ଏୟାରବେସରେ ଅବତରଣ କରିଥିଲା । ଏହାପୂର୍ବରୁ କାବୁଲରୁ ସମୁଦାୟ ୯୪ ନାଗରିକ ତାଜାକିସ୍ତାନ ଦେଇ କାବୁଲରୁ ଦିଲ୍ଲୀରେ ପହଞ୍ଚିଥିଲେ, ଯେଉଁଥିରେ ୮୭ ଭାରତୀୟ, ୨ ନେପାଳୀ, ୫ କୂଟନୀତିଜ୍ଞ ସାମିଲ ଥିଲେ । ସେହିପରି ବିନା ପାସପୋର୍ଟରେ ଆଫଗାନିସ୍ତାନରୁ ଜଣେ ଶିଖ୍ ଶିଶୁକୁ ଏୟାରଲିପ୍ଟ କରିଛି ଭାରତ ।

ଆଫଗାନିସ୍ତାନରେ ଫସି ରହିଥିବା ଭାରତୀୟଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାକୁ ପ୍ରୟାସ ଜାରି ରହିବ ବୋଲି ଭାରତ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । ପ୍ରତିଦିନ ୨ଟି ଫ୍ଲାଇଟ୍ ଚଳାଇବ ଭାରତ । କାବୁଲରେ ପ୍ରାୟ ହଜାରେରୁ ଅଧିକ ଭାରତୀୟ ଫସି ରହିଥିବା ଜଣାପ଼ଡ଼ିଛି । ସେପଟେ କାବୁଲରେ ଅପହୃତ ହୋଇଛନ୍ତି ବୋଲି ଖବର ଆସିଥିବା ସବୁ ଭାରତୀୟଙ୍କୁ ଛାଡ଼ି ଦେଇଛି ତାଲିବାନ । ସେମାନେ କାବୁଲ ଏୟାରପୋର୍ଟ ଭିତରେ ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି । ଖୁବ ଶୀଘ୍ର ସମସ୍ତଙ୍କୁ ଭାରତକୁ ଅଣାଯିବ ।

Advertisment

ସେପଟେ ଆଫଗାନିସ୍ତାନ ଦଖଲ କରୁ କରୁ ଗଣମାଧ୍ୟମକୁ ନିଜ ଅକ୍ତିଆରକୁ ନେବାକୁ ଚେଷ୍ଟା କଲାଣି ତାଲିବାନ। ଜଣେ ଜର୍ମାନ ସାମ୍ବାଦିକଙ୍କୁ ଖୋଜି ନ ପାଇବା ପରେ ତାଙ୍କ ସଂପର୍କୀୟଙ୍କୁ ହତ୍ୟା କରିବା ସାରା ବିଶ୍ୱକୁ ସ୍ତବ୍ଧ କରିଛି। ମହିଳା ଆଙ୍କରଙ୍କୁ ଜଣେ ତାଲିବାନ କମାଣ୍ଡର ସାକ୍ଷାତକାର ଦେଇ ନିଜ ଛବିକୁ ଅଲଗା ଭାବେ ଉପସ୍ଥାପନ କରିବାକୁ ଚେଷ୍ଟା କରିଥିଲା ସଂଗଠନ। କିନ୍ତୁ ଏହା ଧୂଆଁବାଣ ବୋଲି ପ୍ରମାଣିତ ହୋଇଛି। ସରକାରୀ ନ୍ୟୁଜ୍‌ ଚ୍ୟାନେଲ RTA ପାସ୍ତୋର ଜଣେ ମହିଳା ଆଙ୍କରଙ୍କୁ ଅଫିସରେ ପ୍ରବେଶ କରିବାକୁ ନ ଦେଇ ଫେରାଇ ଦିଆଯାଇଛି।

Advertisment
India Taliban Taliban Attack Afghanistan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ