Advertisment

ଚୀନ ସୀମା ଲଦାଖରେ ଦମ୍ ଦେଖାଇଲା ଭାରତୀୟ ସେନା : ୧୩ ହଜାର ୫୦୦ ଫୁଟ୍ ଉପରେ ଥିବା ନ୍ୟୋମାରେ ଲ୍ୟାଣ୍ଡ କଲା ଚିନୁକ୍

ଚୀନ ସୀମା ନିକଟ ଲଦାଖର ନ୍ୟୋମାରେ ଦମ୍ ଦେଖାଇଛି ଭାରତୀୟ ସେନା । ପୂର୍ବ ଲଦାଖରେ ଶସକ୍ତ ଉପସ୍ଥିତି ଜାହିର ଲାଗି ଭାରତୀୟ ବାୟୁସନାର ଜୋରଦାର ଶକ୍ତି ପ୍ରଦର୍ଶନ । ଟ୍ୟାଙ୍କ ରେଜିମେଣ୍ଟର ଯବାନମାନେ ୧୩ ହଜାର ୫୦୦ ଫୁଟ୍ ଉଚ୍ଚରେ ଥିବା ନ୍ୟୋମାରେ ଚିନୁକ୍ ହେଭି ହେଲିକପ୍ଟର ଲ୍ୟାଣ୍ଡ କରି ଶକ୍ତି ପ୍ରଦର୍ଶନ କରିଛନ୍ତି ।

ଅଦ୍ୟତନ ହୋଇଛି
ଚୀନ ସୀମା ଲଦାଖରେ ଦମ୍ ଦେଖାଇଲା ଭାରତୀୟ ସେନା : ୧୩ ହଜାର ୫୦୦ ଫୁଟ୍ ଉପରେ ଥିବା ନ୍ୟୋମାରେ ଲ୍ୟାଣ୍ଡ କଲା ଚିନୁକ୍

Special Operations At Nyoma

Advertisment

ଲଦାଖ : ଚୀନ ସୀମା ନିକଟ ଲଦାଖର ନ୍ୟୋମାରେ ଦମ୍ ଦେଖାଇଛି ଭାରତୀୟ ସେନା । ପୂର୍ବ ଲଦାଖରେ ଶସକ୍ତ ଉପସ୍ଥିତି ଜାହିର ଲାଗି ଭାରତୀୟ ବାୟୁସନାର ଜୋରଦାର ଶକ୍ତି ପ୍ରଦର୍ଶନ । ଟ୍ୟାଙ୍କ ରେଜିମେଣ୍ଟର ଯବାନମାନେ ୧୩ ହଜାର ୫୦୦ ଫୁଟ୍ ଉଚ୍ଚରେ ଥିବା ନ୍ୟୋମାରେ ଚିନୁକ୍ ହେଭି ହେଲିକପ୍ଟର ଲ୍ୟାଣ୍ଡ କରି ଶକ୍ତି ପ୍ରଦର୍ଶନ କରିଛନ୍ତି । ନ୍ୟୋମାର ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡରେ ଚିନୁକ୍ ହେଭି-ହେଲିକର କ୍ଷମତା ପ୍ରଦର୍ଶନ କରିଛି । ଚୀନ ସୀମାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଛି ଦୁନିଆର ସବୁଠାରୁ ଉଚ୍ଚରେ ଥିବା ଆଡଭାନ୍ସଡ ଲ୍ୟାଣ୍ଡିଂ ଗ୍ରାଉଣ୍ଡ । ଲଦାଖ କ୍ଷେତ୍ରରେ ଗତବର୍ଷ ମେ-ଜୁନ୍ ମାସଠାରୁ ଟ୍ୟାଙ୍କ୍ ରେଜିମେଣ୍ଟ ମୁତୟନ ହୋଇଛନ୍ତି ଆପାଚି ହେଲିକପ୍ଟର ।

Advertisment

ବର୍ଷରୁ ଅଧିକ ସମୟ ଧରି ମୁତୟନ ହେବା ପରେ ସମୁଦ୍ର ପତନ ଠାରୁ ସର୍ବୋଚ୍ଚ ୧୪ ହଜାର ଫୁଟରୁ ୧୭ ହଜାର ଫୁଟ ମଧ୍ୟରେ ନିଜର ଯୁଦ୍ଧାସ୍ତ୍ର ଗୁଡିକର ପ୍ରଭାବଶାଳୀ ଭାବେ ଉପଯୋଗ କରିବା ନେଇ ଅଭିଯାନ ଆରମ୍ଭ କରିଛି ଭାରତୀୟ ସେନା । ଭାରତୀୟ ସେନାର ଟି-୯୦ ଭୀଷ୍ମ ଏବଂ ଟି-୭୨ ଅଜୟ ଟ୍ୟାଙ୍କ୍ କୌଶଳ ପ୍ରଦର୍ଶନ କରିଛି । ଏହି ଅଂଚଳରେ ମୁତୟନ ବିଏମ୍ପି ସିରିଜ୍ ଇନଫାଣ୍ଟ୍ରି କମ୍ବାଟ୍ ଭେହିକିଲ୍ ଗୁଡିକର ମଧ୍ୟ ଉଚ୍ଚତମ ସ୍ଥାନରେ ଅଧିକ ମାତ୍ରାରେ ଆଣିବା ଆରମ୍ଭ କରି ଦେଇଛି ଭାରତୀୟ ସେନା । ମାଇନସ୍ ୪୫ ଡିଗ୍ରୀ ତାପମାତ୍ରାରେ ସେନାର ଯବାନ ପୂର୍ବ ଲଦାଖର ଏହି ଅଂଚଳରେ ବର୍ଷେ ଧରି ରହି ଆସୁଛନ୍ତି ।

Advertisment

ମାଇନସ୍ ଡିଗ୍ରୀ ତାପମାତ୍ରାରେ ଯୁଦ୍ଧାସ୍ତ୍ର ଏବଂ ଟ୍ୟାଙ୍କ ଗୁଡିକର କଠିନ ପରିସ୍ଥିତିରେ ପରିଚାଳନା ଲାଗି ଏସଓପି ମଧ୍ୟ ପ୍ରସ୍ତୁତ କରାଯାଇଛି । ଏହି ଅବସରରେ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପଟେନ୍ ଅଜୟ ରାଠୀ କହିଛନ୍ତି, ଏଲ୍ଏସିର ନିକଟତର ହେବା ଯୋଗୁଁ ନ୍ୟୋମା ଲ୍ୟାଣ୍ଡିଂ ଗ୍ରାଉଣ୍ଡର ମହତ୍ତ୍ୱ ରହିଛି । ଚୀନ ସୀମାନ୍ତ ପ୍ୟାଙ୍ଗଗଙ୍ଗ୍ ଏବଂ ଗୋଗରା ଅଂଚଳରେ ଦୁଇ ଦେଶ ମଧ୍ୟରେ ସୈନ୍ୟ ଅପସାରଣ ଲାଗି ଆଲୋଚନା ସତ୍ତ୍ୱେ ଚୀନ ସୀମାରେ ବହୁ ସଂଖ୍ୟାରେ ଯବାନ ମୁତୟନ କରିଛି । ଚୀନ ଉପରେ ସତର୍କ ଦୃଷ୍ଟି ରଖିବାକୁ ଭାରତୀୟ ସେନା ପକ୍ଷରୁ ମଧ୍ୟ ଅଧିକ ସଂଖ୍ୟକ ଯବାନ ମୁତୟନ ସେବା ଅଭ୍ୟାସ ଜାରି ରଖିଛି ।

IAF Ladakh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ