ଦୁର୍ଘଟଣାରୁ ବର୍ତ୍ତିଲା ସେନା ହେଲିକପ୍ଟର; ଯାନ୍ତ୍ରିକ ତ୍ରୁଟି ଯୋଗୁଁ କ୍ଷେତରେ କଲା ଜରୁରୀ ଅବତରଣ

ରବିବାର ସକାଳେ ଭୋପାଳର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଥିଲା । ହେଲିକପ୍ଟରରେ ୬ଜଣ ସେନା କର୍ମଚାରୀ ଥିଲେ ।

ଦୁର୍ଘଟଣାରୁ ବର୍ତ୍ତିଲା ସେନା ହେଲିକପ୍ଟର

ଜରୁରୀକାଳୀନ ଅବତରଣ କଲା ସେନା ହେଲିକପ୍ଟର । ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ କ୍ଷେତରେ ହେଲିକପ୍ଟରକୁ ଅପତରଣ କରିବାକୁ ପଡ଼ିଛି । ମଧ୍ୟପ୍ରଦେଶର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ସେନା ହେଲିକପ୍ଟରକୁ ଜରୁରୀକାଳୀନ ପରିସ୍ଥିତିରେ ଅବତରଣ କରାଯାଇଥିବା ଜଣାପଡ଼ିଛି ।

ଯାନ୍ତ୍ରିକ ତ୍ରୁଟି ଯୋଗୁ ହେଲିକପ୍ଟରଟିକୁ ଅବତରଣ କରିବାକୁ ପଡିଲା ବୋଲି କୁହାଯାଇଛି । ହେଲିକପ୍ଟର ଅବତରଣ ସମୟରେ ସେହି ସ୍ଥାନରେ ଗ୍ରାମବାସୀଙ୍କ ଭିଡ ଦେଖିବାକୁ ମିଳିଥିଲା । ହେଲିକପ୍ଟର ଅବତରଣ ଦେଖିବାକୁ ବହୁ ଲୋକ ସେଠାରେ ରୁଣ୍ଡ ହୋଇଥିଲେ ।

ସୂଚନା ଅନୁସାରେ, ରବିବାର ସକାଳେ ଭୋପାଳର ବେରାସିଆର ଡୁଙ୍ଗରିଆ ଗାଁର ଡେମ ନିକଟ ଏକ କ୍ଷେତରେ ସେନା ହେଲିକପ୍ଟରର ଜରୁରୀକାଳୀନ ଅବତରଣ ହୋଇଥିଲା । ହେଲିକପ୍ଟରରେ ୬ଜଣ ସେନା କର୍ମଚାରୀ ଥିଲେ । ଜରୁରୀକାଳୀନ ଅବତରଣ କିଛି ବୈଷୟିକ ତ୍ରୁଟି ଯୋଗୁ ହୋଇଛି ବୋଲି କୁହାଯାଉଛି ।

ଗ୍ରାମବାସୀଙ୍କ କହିବାନୁସାରେ, ହେଲିକପ୍ଟରଟି ଡେମ ଚାରିପାଖରେ ବୁଲୁଥିଲା ଏବଂ ପରେ କ୍ଷେତରେ ଅବତରଣ କରିଥିଲା । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ।

କ’ଣ ଥିଲା ହେଲିକପ୍ଟରରେ ସମସ୍ୟା ?

କୁହାଯାଉଛି ଯେ, ଉଡାଣ ସମୟରେ ହଠାତ୍‌ ହେଲିକପ୍ଟରର ଲାଞ୍ଜଟିରେ ଯାନ୍ତ୍ରୀଙ୍କ ତ୍ରୁଟି ଦେଖିବାକୁ ମିଳିଥିଲା । ଭାଇବ୍ରେସନ୍‌ ହେବା ସହ ଉଡାଣରେ ଅସୁବିଧା ହୋଇଥିଲା । ତେଣୁ ସେନା ହେଲିକପ୍ଟରକୁ ଜରୁରୀ କାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।