Advertisment

ଇସ୍ତଫା ଦେଲେନି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ

ସମର୍ଥକମାନଙ୍କ ଚାପ ଆଗରେ ନରମିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ ।

ଅଦ୍ୟତନ ହୋଇଛି
CM Biren Singh

CM Biren Singh

Advertisment

ଇସ୍ତଫା ଦେଲେନି ମଣିପୁର ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ ସିଂ । ଏଭଳି ସଂକଟ ସମୟରେ ଇସ୍ତଫା ଦେବେନି ବୋଲି କହିଛନ୍ତି ବୀରେନ । ସମର୍ଥକମାନଙ୍କ ଚାପ ଆଗରେ ନରମିଲେ ମୁଖ୍ୟମନ୍ତ୍ରୀ ବୀରେନ ସିଂ । ବୀରେନ ଇସ୍ତଫା ଦେଉଥିବା ଖବର ପାଇ ତାଙ୍କ ବାସଭବନ ଆଗରେ ସମର୍ଥକ ରୁଣ୍ଡ ହୋଇଥିଲେ । ଲୋକେ ତାଙ୍କ ଘର ଆଗରେ ଏକାଠି ହୋଇ ଧାରଣା ମଧ୍ୟ ଦେଇଥିଲେ ।

Advertisment
Advertisment

ସୂଚନାନୁଯାୟୀ, ମଣିପୁର ହିଂସାକାଣ୍ତ ଚାଲିଥିବା ବେଳେ ନିକଟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏକ ସର୍ବଦଳୀୟ ବୈଠକ ଡାକିଥିଲେ । ବୈଠକରେ ବିରୋଧୀ ଦଳଗୁଡ଼ିକ ବୀରେନ ସିଂହଙ୍କ ଇସ୍ତଫା ମାଗିଥିଲେ । ଏହାପରେ ଅମିତ ଶାହଙ୍କୁ ଭେଟିବାକୁ ଦିଲ୍ଲୀ ଆସିଥିଲେ ବୀରେନ ସିଂହ। ଆଲୋଚନାର ବିଷୟବସ୍ତୁ ଜଣାପଡ଼ିନଥିଲେ ମଧ୍ୟ ବୀରେନ ସିଂହଙ୍କ ଆଗରେ ଦୁଇଟି ବିକଳ୍ପ ରଖାଯାଇଥିଲା । ତାହା ହେଉଛି, ସେ ନିଜ ଆଡ଼ୁ ଇସ୍ତଫା ଦିଅନ୍ତୁ ନଚେତ କେନ୍ଦ୍ର ସରକାର ରାଜ୍ୟ ବ୍ୟାପାର ନିଜ ନିୟନ୍ତ୍ରଣକୁ ନେଇ ସ୍ଥିତିକୁ ସ୍ୱାଭାବିକ କରିବେ। ଗତକାଲି ଠାରୁ ମଧ୍ୟ ଦିଲ୍ଲୀରୁ ଏନେଇ ତାଙ୍କ ପାଖକୁ ଏକାଧିକ ଫୋନ କଲ୍ ଆସିଥିଲା।

ଆଶ୍ଚର୍ଯ୍ୟର କଥା ହେଲା ବୀରେନଙ୍କ ଇସ୍ତଫା ପତ୍ର ଫାଡ଼ିଦେଲେ ମହିଳାମାନେ। ସେ ଆଜି ରାଜ୍ୟପାଳ ଅନୁସୂୟା ଉକିଙ୍କୁ ରାଜଭବନରେ ଭେଟି ନିଜର ଇସ୍ତଫାପତ୍ର ହସ୍ତାନ୍ତର କରିବାକୁ ଯିବାର ଥିଲା। ହେଲେ ତାଙ୍କ ବାସଭବନ ଆଗରେ ମହିଳା ଓ ସମର୍ଥକମାନେ ରୁଣ୍ତ ହୋଇଥିଲେ। ସେମାନେ ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂହଙ୍କୁ ସମର୍ଥନ କରି ତାଙ୍କ ଘର ବାହାରେ ଧାରଣା ଦେଇ ଇସ୍ତଫାକୁ ବିରୋଧ କରିଥିଲେ।

Advertisment

ଏତେ ସଂଖ୍ୟାରେ ସମର୍ଥକଙ୍କୁ ଦେଖି ମନ ବଦଳାଇ ଇସ୍ତଫା ଦେବାକୁ ଯାଇନଥିଲେ ବୀରେନ୍‌ ସିଂହ । ତାଙ୍କ ଘରୁ ମଣିପୁରର ଦୁଇଜଣ ମନ୍ତ୍ରୀ ବାହାରିଥିଲେ। ସେମାନଙ୍କ ହାତରେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ପତ୍ର ଥିଲା। ଯାହାକୁ ମହିଳାମାନେ ଛଡ଼ାଇ ନେଇ ଚିରି ଟିକ୍‌ଟିକ୍ କରିଦେଇଥିବା ଜଣାପଡ଼ିଛି । 

Manipur Resignation
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ