Advertisment

୨୦୨୩ ରେ ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍

୨୦୨୩  ମସିହାରେ ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍ ଅର୍ଥାତ୍ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ ଟ୍ରେନ୍। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତରେ ଏହି ଟ୍ରେନ୍ ନିର୍ମାଣ ହେଉଛି।

ଅଦ୍ୟତନ ହୋଇଛି
Hydrogen-Powered Train

Hydrogen-powered train to be ready in India by 2023

Advertisment

ରେଳପଥ ଦୁନିଆରେ ଭାରତ ଲେଖିବାକୁ ଯାଉଛି ନୂଆ ଅଧ୍ୟାୟ।  ୨୦୨୩  ମସିହାରେ ଦେଶରେ ଗଡ଼ିବ ହାଇଡ୍ରୋଜେନ୍ ଟ୍ରେନ୍ ଅର୍ଥାତ୍ ହାଇଡ୍ରୋଜେନ୍ ଇନ୍ଧନରେ ଚାଲିବ ଟ୍ରେନ୍। ଏଥିପାଇଁ ସମସ୍ତ ବ୍ୟବସ୍ଥା ଶେଷ ହୋଇଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Advertisment

ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନ କୌଶଳରେ ଭାରତରେ ଏହି ଟ୍ରେନ୍ ନିର୍ମାଣ ହେଉଛି। ଡିଜାଇନ୍‌ରୁ ଆରମ୍ଭ କରି ନିର୍ମାଣ ପର୍ଯ୍ୟନ୍ତ ସବୁ କିଛି ଭାରତରେ ହେବ। ଆସନ୍ତାବର୍ଷ ସ୍ୱାଧୀନତା ଦିବସରେ ଭାରତରେ ହାଇଡ୍ରୋଜେନ୍ ଟ୍ରେନ୍ ସେବାର ଶୁଭାରମ୍ଭ ହେବ।

ଗତ ଅଗଷ୍ଟ ମାସରେ ବିଶ୍ୱରେ ପ୍ରଥମ ଦେଶ ଭାବେ ଜର୍ମାନୀରେ ହାଇଡ୍ରୋଜେନ୍ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି। ଏହାପରେ ଅନ୍ୟ କୌଣସି ଦେଶରେ ଏହି ଅତ୍ୟାଧୁନିକ ରେଳ ସେବା ଆରମ୍ଭ ହୋଇନାହିଁ। 

Advertisment

ସୂଚନାଥାଉ କି, ନିକଟରେ ଦେଶର ପ୍ରଥମ ସେମି ହାଇ ସ୍ପିଡ୍‌ ବନ୍ଦେ ଭାରତ ଟ୍ରେନ୍‌ (Vande Bharat Train) ଟ୍ରାଏଲ୍‌ ରନ୍‌ରେ ନିଜର ସମସ୍ତ ରେକର୍ଡ ଭାଙ୍ଗିଥିଲା। ବନ୍ଦେ ଭାରତ ଟ୍ରେନ୍‌ ଟ୍ରାଏଲ୍‌ ରନିଂରେ ଘଣ୍ଟା ପ୍ରତି ୧୮୦ କି.ମି. ବେଗରେ ଟ୍ରାକ୍‌ରେ ଦୌଡ଼ିଥିଲା। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ(Ashwini Vaishnav) ଟ୍ରାଏଲ୍‌ ରନ୍‌ର ଭିଡିଓ ନିଜ ଟ୍ୱିଟର ଆକାଉଣ୍ଟରେ ଶେଆର କରିଥିଲେ। 

ଘଣ୍ଟା ପ୍ରତି ୧୮୦ କି.ମି. ସ୍ପିଡ୍‌ରେ ଦୌଡୁଥିବା ଏହି ସ୍ୱଦେଶୀ ଟ୍ରେନ୍‌ରେ ଅଲଗା ଇଞ୍ଜିନ ନାହିଁ। ଭାରତ ସରକାର ଏହି ଟ୍ରେନ୍‌ ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି । ୧୬ କୋଚ୍‌ ବିଶିଷ୍ଟ ଏହି ସେମି ହାଇ ସ୍ପିଡ୍‌ ଟ୍ରେନ୍‌ RDSO(Research Design and Standards Organisation) ଟିମ୍‌ର ତତ୍ତ୍ୱାବଧାନରେ ପରୀକ୍ଷା ଚାଲିଥିଲା। 

Advertisment
Indian Railways Hydrogen Powered Train
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ