ତେଲେଙ୍ଗାନା ନିର୍ବାଚନ; ଡାକ୍ତରଖାନାରୁ ବିଧାନସଭାରେ ଏଣ୍ଟ୍ରି ମାରିବେ ୧୫ ଡାକ୍ତର

ତେଲେଙ୍ଗାନା ନିର୍ବାଚନରେ ଲୋକେ ବାଛିଲେ ଡାକ୍ତରୀ ନେତା । ରାଜ୍ୟର ୧୫ ଡାକ୍ତର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି ।

Doctors Becames MLA

ପେଶା ଡାକ୍ତରୀ ହେଲେ ନିଶା ନେତା ହେବା । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତେଲେଙ୍ଗାନା ନିର୍ବାଚନରେ । ଜଣେ କି ଦୁଇ ଜଣ ନୁହେଁ, ବରଂ ୧୫ ଜଣ ଡାକ୍ତର ଏବେ ନେତା ପାଲଟିଛନ୍ତି । ନିର୍ବାଚନ ଜିତି ଏବେ ବିଧାନସଭାରେ ଏଣ୍ଟ୍ରି ମାରିଛନ୍ତି । ଦୁଇ ଦୁଇ ଥର ଗାଦି ଅକ୍ତିଆର କରିଥିବା କେ. ଚନ୍ଦ୍ରଶେଖର ରାଓଙ୍କ ବିଆରଏସକୁ ଚକମା ଦେଇ ପ୍ରଥମ ଥର ସରକାର ଗଢିବାକୁ ଯାଉଛି କଂଗ୍ରେସ।

ତେଲେଙ୍ଗାନା ନିର୍ବାଚନରେ ଲୋକେ ବାଛିଲେ ଡାକ୍ତରୀ ନେତା । ରାଜ୍ୟର ୧୫ ଡାକ୍ତର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ସର୍ବାଧିକ କଂଗ୍ରେସ ବିଧାୟକ ଅଛନ୍ତି । ସବୁଠୁ ବଡ କଥା ହେଉଛି କି, ନିର୍ବାଚିତ ହୋଇଥିବା କୌଣସି ବିଧାୟକ ଡାକ୍ତର ସହାରଞ୍ଚଳର ନୁହନ୍ତି । ସମସ୍ତେ ଗ୍ରାମାଞ୍ଚଳରୁ ନିର୍ବାଚନ ଲଢିଥିଲେ ।

ଏମାନଙ୍କ ମଧ୍ୟରୁ ତିନିଜଣ ଅର୍ଥୋପେଡିକ୍ ଡାକ୍ତର ବିଧାୟକ ହୋଇଛନ୍ତି । ଅର୍ଥୋପେଡିକ୍ ସର୍ଜନ ଡାକ୍ତର ଡ. ପାଲଭାଇ ହରିଶ ବାବୁ (ବିଜେପି) ପକ୍ଷରୁ ସିରପୁରରୁ ଜିତିଛନ୍ତି । ସେହିପରି ଅନ୍ୟ ଜଣେ ସର୍ଜନ ଡ. ଟେଲାମ ଭେଙ୍କଟ ରାଓ (BRS) ଭଦ୍ରାଚଳମରୁ, କୋରୁଟଲା ବିଧାନସଭାରୁ ନ୍ୟୁରୋସର୍ଜନ ଡ. କଲଭାକୁନ୍ତଲା ସଞ୍ଜୟ (BRS) ଏବଂ ଜଗତିଆଲରୁ ଚକ୍ଷୁ ବିଶେଷଜ୍ଞ ଡ. ଏମ ସଞ୍ଜୟ କୁମାର ନିର୍ବାଚିତ ହୋଇଛନ୍ତି । ଅବଶିଷ୍ଟ ୧୧ ବିଧାୟକ କଂଗ୍ରେସର ।

ସେମାନଙ୍କ ମଧ୍ୟରୁ ନିଜାମାବାଦ ଅଞ୍ଚଳରୁ ଜିତିଥିବା ଡାକ୍ତର ଡ. ଆର ଭୁପତୀ ରେଡ୍ଡୀ । ସେ ମଧ୍ୟ ଜଣେ ଜଣାଶୁଣା ଅର୍ଥୋପେଡିକ୍ ଡାକ୍ତର । ସେହିପରି ଜିତିଥିବା ଜେନେରାଲ୍ ସର୍ଜନମାନଙ୍କ ମଧ୍ୟରେ ଡ. ରାମ ଚାନ୍ଦ ନାୟକ, ଡ. ଭମଶି କୃଷ୍ଣ, ଡ. ମୁରଲୀ ନାୟକ, ଡ. କେ ସତ୍ୟନାରାୟଣ ଅଛନ୍ତି ।

ମେଡକରୁ ନିର୍ବାଚିତ ଡ. ମୀନାମପାଲି ରୋହିତ ପ୍ରଥମ ଥର ପାଇଁ ନିର୍ବାଚନ ଲଢୁଥିଲେ ଏବଂ ବିଧାୟକ ମଧ୍ୟ ହୋଇଛନ୍ତି । ସେହିପରି ଚେନୁରରୁ ଡ. ବିବେକ ଭେଙ୍କସ୍ୱାମୀ କଂଗ୍ରେସ ବିଧାୟକ ହୋଇଛନ୍ତି । ଜେନେରାଲ୍ ଫିଜିସିଆନ୍ ଡ. ପରଣିକା ରେଡ୍ଡୀ ନାରାୟଣପେଟରୁ ଏବଂ ଶିଶୁରୋଗ ବିଶେଷଜ୍ଞ ଡ. ପି ସଞ୍ଜୀବ ରେଡ୍ଡୀ ନାରାୟଣଖେଡର ପ୍ରତିନିଧିତ୍ୱ କରିବେ । ଜିତିଥିବା ଅନ୍ୟାନ୍ୟ ଡାକ୍ତରମାନେ ହେଉଛନ୍ତି ଏମ ରାଗାମୟୀ (ସତ୍ୟପୁଲ୍ଲୀ), ଡ. କୁଚୁକୁଲ୍ଲା ରାଜେଶ ରେଡ୍ଡୀ(ନାଗାରକୁନୁଲ) ।