Advertisment

ଅଜବ ! ! ! ସ୍ତ୍ରୀ ହେଲେ ସରପଞ୍ଚ, ସ୍ୱାମୀ ନେଲେ ଶପଥ ! ଘଟଣା ଜଣାପଡ଼ିବା ପରେ...

ଶପଥ ସମାରୋହ ଉତ୍ସବ ବିବାଦରେ ପରିଣତ ହୋଇଥିଲା। ଯେତେବେଳେ ବିଜୟୀ ଲାଭ କରିଥିବା ମହିଳା ସରପଞ୍ଚଙ୍କ ସ୍ୱାମୀ ଶପଥ ସମାରୋହକୁ ଆସିଥିଲେ ଓ ସ୍ତ୍ରୀଙ୍କ ବଦଳରେ ସେ ଶପଥ ନେଇଥିଲେ।

Husbands Take Oath Instead Of Elected Wives In  Madhya Pradesh Panchayat

Husbands Take Oath Instead Of Elected Wives In Madhya Pradesh Panchayat

Advertisment

ସ୍ତ୍ରୀ ହେଲେ ସରପଞ୍ଚ, ହେଲେ ସ୍ୱାମୀ ନେଲେ ଶପଥ। ମଧ୍ୟପ୍ରଦେଶ ଦାମୋହ ଜିଲ୍ଲାର ଏକ ଗ୍ରାମ ପଞ୍ଚାୟତରେ ଏଭଳି ଅଜବ ଘଟଣା ଦେଖିବାକୁ ମିଳିଛି। ନବନିର୍ବାଚିତ ମହିଳା ସରପଞ୍ଚଙ୍କ ସ୍ୱାମୀ, ତାଙ୍କ ସ୍ତ୍ରୀଙ୍କ ସ୍ଥାନରେ ଶପଥ ନେଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ବିବାଦ ସୃଷ୍ଟି ହୋଇଛି। ଏହି ଘଟଣାରେ ଜିଲ୍ଲା କର୍ତ୍ତୃପକ୍ଷ ବିସ୍ତୁତ ରିପୋର୍ଟ ମାଗିଛନ୍ତି। 

Advertisment

ସୂଚନା ଅନୁସାରେ, ଦାମୋହ ଜିଲ୍ଲା ଗାଇସାବାଦ ପଞ୍ଚାୟତରେ ଏହି ଘଟଣା ଘଟିଛି। ଅନୁସୂଚିତ ଜାତିର ଜଣେ ମହିଳା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜିତି ଥିଲେ। ଅନ୍ୟ ମହିଳାମାନେ ମଧ୍ୟ ଏହି ପଞ୍ଚାୟତ ନିର୍ବାଚନରେ ବିଜୟୀ ହୋଇଥିଲେ। ତେବେ ଶପଥ ସମାରୋହ ଉତ୍ସବ ବିବାଦରେ ପରିଣତ ହୋଇଥିଲା। ଯେତେବେଳେ ବିଜୟୀ ଲାଭ କରିଥିବା ମହିଳା ସରପଞ୍ଚଙ୍କ ସ୍ୱାମୀ ଶପଥ ସମାରୋହକୁ ଆସିଥିଲେ ଓ ସ୍ତ୍ରୀଙ୍କ ବଦଳରେ ସେ ଶପଥ ନେଇଥିଲେ। ସ୍ଥାନୀୟ ପଞ୍ଚାୟତରେ ଏହି ଶପଥ ସମାରୋହ ଉତ୍ସବ ଆୟୋଜିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଶପଥ ସମାରୋହ ଉତ୍ସବ ଦାୟିତ୍ୱରେ ଥିବା ଅଧିକାରୀମାନେ ନବନିର୍ବାଚତ ମହିଳା ସଦସ୍ୟଙ୍କ ସ୍ୱାମୀମାନଙ୍କୁ ଅନୁମତି ଦେଇଥିଲେ ବୋଲି ଅଭିଯୋଗ ହୋଇଛି। ଘଟଣାକୁ ନେଇ ଅଭିଯୋଗ ଓ ଚର୍ଚ୍ଚା ଜୋର ଧରିବା ପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି। 

Advertisment

ଦାମୋହ ପଞ୍ଚାୟତର ସିଇଓ ଅଜୟ ଶ୍ରୀବାସ୍ତବ ଗଣମାଧ୍ୟମକୁ ଦେଇଥିବା ବିବୃତ୍ତିରେ କହିଛନ୍ତି ଯେ, ଏହା ଆଇନ ବିରୋଧୀ। ତଦନ୍ତ ପରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ନିର୍ବାଚିତ ହୋଇଥିବା ମହିଳା ସଦସ୍ୟଙ୍କ ସ୍ଥାନରେ ସେମାନଙ୍କର ସ୍ୱାମୀ ଶପଥ ନେଇଥିବା ନେଇ ଖବର ପାଇଥିଲୁ। ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିଲା ପରେ ଯିଏ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Panchayat Elections Panchayat Elections In Madhya Pradesh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ