Advertisment

Murder In Prayagraj: ସୈତାନ ସ୍ୱାମୀ; ସଙ୍ଗମରେ ବୁଡ଼ ପକାଇଲା, ରୁମକୁ ଫେରି ସ୍ତ୍ରୀକୁ ମର୍ଡର କଲା

ଫେବ୍ରୁଆରୀ ୧୯ ତାରିଖ ସକାଳେ ଘଟଣା ସଂପର୍କରେ ଖବର ପାଇ ପ୍ରୟାଗରାଜ ପୁଲିସ୍ ସେଠାରେ ପହଞ୍ଚିଥିଲା। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ତାଙ୍କ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବା ସହିତ ଖବରକାଗଜରେ ପ୍ରକାଶ କରିଥିଲା। ଯା

ଅଦ୍ୟତନ ହୋଇଛି
undefined

Murder

Advertisment

ସୈତାନ ସ୍ୱାମୀ ...। ସ୍ତ୍ରୀ ସହ ପ୍ରୟାଗରାଜ ଗଲା, ସଙ୍ଗମରେ ବୁଡ ପକାଇଲା.. ଆଉ ରୁମକୁ ଫେରି ସ୍ତ୍ରୀକୁ ମର୍ଡର କଲା । ଏଥିପାଇଁ ସେ ୩ ମାସ ଧରି ରଚିଥିଲା ପ୍ଲାନ, ଆଉ ପ୍ରୟାଗରାଜରେ ଖେଳିଥିଲା ରକ୍ତର ହୋଲି। ମୃତ ମହିଳାଙ୍କ ନାଁ ମୀନାକ୍ଷୀ। ତାଙ୍କ ସ୍ୱାମୀ ତଥା ଅଭିଯୁକ୍ତଙ୍କ ନାଁ ଅଶୋକ କୁମାର। ସେମାନେ ଦିଲ୍ଲୀର ତ୍ରିଲୋକପୁରୀରେ ରହୁଥିଲେ।

Advertisment

ସୂଚନା ମୁତାବକ, ଗତ ଫେବ୍ରୁଆରୀ ୧୮ ତାରିଖରେ ମୀନାକ୍ଷୀ ଅଶୋକଙ୍କ ସହ ପ୍ରୟାଗରାଜରେ ପହଞ୍ଚି ଝୁନସୀ ଥାନା ଅଞ୍ଚଳର ଆଜାଦ ନଗର କୋଲୋନୀରେ ଏକ ଗେଷ୍ଟ ହାଉସ୍‌ରେ ରହିଥିଲେ। ଦିନ ବେଳେ ସେମାନେ ବୁଡ଼ ପକାଇ ଗେଷ୍ଟ ହାଉସକୁ ଫେରିଥିଲେ। ହେଲେ ରାତିରେ ସ୍ୱାମୀ-ସ୍ତ୍ରୀଙ୍କ ପ୍ରବଳ ଝଗଡ଼ା ହୋଇଥିଲା। ପରେ ମୀନାକ୍ଷୀ ବାଥ୍‌ରୁମ୍ ଯାଇଥିବା ସମୟରେ ଅଶୋକ ଏକ ଛୁରୀ ନେଇ ବାଥରୁମରେ ହିଁ ମୀନାକ୍ଷୀଙ୍କ ତଣ୍ଟି କାଟି ଦେଇଥିଲେ, ଆଉ ସେଠାରୁ ଫେରାର ହୋଇଯାଇଥିଲେ।

ଅଧିକ ପଢ଼ନ୍ତୁ: ସୈତାନ ସ୍ୱାମୀ: ସ୍ତ୍ରୀକୁ ହତ୍ୟା କରି କଦଳୀ ଗଛ ତଳେ ପୋତିଦେଲା

ପରେ ସେ ତାଙ୍କ ଘରକୁ ଫୋନ୍‌ କରି ମୀନାକ୍ଷୀ ହଜିଯାଇଥିବା କଥା କହିଥିଲେ। ଏବଂ ବ୍ୟସ୍ତ ଭରା ସ୍ୱରରେ ପୁଅମାନଙ୍କ ସହିତ କଥା ହୋଇଥିଲେ।

Advertisment

ତେବେ ଫେବ୍ରୁଆରୀ ୧୯ ତାରିଖ ସକାଳେ ଘଟଣା ସଂପର୍କରେ ଖବର ପାଇ ପ୍ରୟାଗରାଜ ପୁଲିସ୍ ସେଠାରେ ପହଞ୍ଚିଥିଲା। ମୃତ ମହିଳାଙ୍କ ପରିଚୟ ଜାଣିବା ପାଇଁ ତାଙ୍କ ଫଟୋ ଉଠାଇ ସୋଶାଲ ମିଡିଆରେ ଛାଡ଼ିବା ସହିତ ଖବରକାଗଜରେ ପ୍ରକାଶ କରିଥିଲା। ଯାହାକୁ ଦେଖି ପ୍ରୟାଗରାଜରେ ପହଞ୍ଚିଥିଲେ ମୀନାକ୍ଷୀଙ୍କ ଭାଇ ଓ ଦୁଇ ପୁଅ। ସେ ଥାନାକୁ ଯାଇ ମୀନାକ୍ଷୀଙ୍କ ପରିଚୟ ସ୍ପଷ୍ଟ କରିଥିଲେ। ଏହା ପରେ ପୁଲିସ ଅଶୋକ କୁମାରଙ୍କ ନାଁରେ ମାମଲା ରୁଜୁ କରି ତାଙ୍କ ମୋବାଇଲକୁ ଟ୍ରାକ୍ କରିଥିଲା ଓ ତାଙ୍କୁ ଗିରଫ କରିଥିଲା।

ଜେରା ବେଳେ ଅଶୋକ ତାଙ୍କ ଦୋଷ ସ୍ୱୀକାର କରିଥିଲେ। ପ୍ରକୃତରେ ସେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟ କରୁଥିବା ବେଳେ ଅନ୍ୟ ଜଣେ ମହିଳାଙ୍କ ସହିତ ସଂପର୍କ ଥିଲା। ସେହି ଅବୈଧ ସଂପର୍କ ପାଇଁ ସେ ପତ୍ନୀ ମୀନାକ୍ଷୀଙ୍କୁ ହତ୍ୟା କରିଥିବା କଥା କହିଥିଲେ। ଆଉ ମୀନାକ୍ଷିଙ୍କୁ କୁମ୍ଭମେଳାକୁ ନେଇ ବାହାନାରରେ ହତ୍ୟା କରିବାକୁ ଯୋଜନା କରିଥିଲେ। ତେବେ ଏ ଘଟଣାଟି ସାମ୍ନାକୁ ଆସିବା ପରେ ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି ।

Advertisment

ଅଧିକ ପଢ଼ନ୍ତୁ: ସ୍ତ୍ରୀକୁ ହତ୍ୟା କରି ଯାଇଥିଲା ଜେଲ୍, ଏବେ ହାତୁଡ଼ିରେ ପିଟି ପିଟି ସାଙ୍ଗକୁ ମାରିଦେଲା

Murder Mahakumbh 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ