Advertisment

7th Pay Commission: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର, ଉପକୃତ ହେବେ ୩୧ ଲକ୍ଷ କର୍ମଚାରୀ

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା(DA) ବୃଦ୍ଧି ପରେ ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ HRA(House Rent Allowance) ବୃଦ୍ଧି ହୋଇପାରେ।

ଅଦ୍ୟତନ ହୋଇଛି
HRA Of Central Government Employees May Hike

HRA Of Central Government Employees May Hike

Advertisment

କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର। ମହଙ୍ଗା ଭତ୍ତା(DA) ବୃଦ୍ଧି ପରେ ଏବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ HRA(House Rent Allowance) ବୃଦ୍ଧି ହୋଇପାରେ। ମିଳିଥିବା ସୂଚନା ଅନୁସାରେ, ଏନେଇ କେନ୍ଦ୍ର ସରକାର ଖୁବ୍‌ ଶୀଘ୍ର ଘୋଷଣା କରିପାରନ୍ତି। ଫଳରେ ୩୧ ଲକ୍ଷରୁ ଅଧିକ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ ବୋଲି ଜଣାପଡ଼ିଛି। 

Advertisment

ବର୍ତ୍ତମାନ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ କ୍ୟାଟେଗୋରୀ ହିସାବରେ ୯%, ୧୮% ଓ ୨୭% ହାରରେ HRA ମିଳୁଛି। ସୂଚନା ଅନୁସାରେ, ଏହା ୩% ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ। ଏହି ବୃଦ୍ଧି ପରେ HRA ହାର ୧୦%, ୨୦% ଓ ୩୦% ବୃଦ୍ଧି ପାଇବ। ଏଭଳି ଭାବେ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ସର୍ବନିମ୍ନ HRA ପୁଣି ଥରେ ୧୦%ରେ ପହଞ୍ଚି ଯିବ। 

ଟ୍ୟାକ୍ସ ଆଣ୍ଡ୍‌ ଇନ୍‌ଭେଷ୍ଟମେଣ୍ଟ ଏକ୍ସପର୍ଟ ବଲ୍‌ୱନ୍ତ ଜୈନ କହିଛନ୍ତି, ‘ଯଦି HRA ବୃଦ୍ଧି ନେଇ ନିଷ୍ପତ୍ତି ନିଆଯାଏ, ତା’ହେଲେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଫାଇଦା ମିଳିବ। ହେଲେ ସରକାରଙ୍କ ଏହି ନିଷ୍ପତ୍ତିରେ ଡିଫେନ୍ସ ସେକ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ କୌଣସି ଫାଇଦା ମିଳିବ ନାହିଁ। କାରଣ ସେମାନଙ୍କର ଦରମାଠୁ ଆରମ୍ଭ କରି ବିଭିନ୍ନ ଭତ୍ତା ପର୍ଯ୍ୟନ୍ତ ସବୁକିଛି ଅଲଗା ବ୍ୟବସ୍ଥା ହୋଇଥାଏ। କେନ୍ଦ୍ର ସରକାରଙ୍କ ବିଭିନ୍ନ ବିଭାଗରେ ପାଖାପାଖି ୩୮ ଲକ୍ଷ ପଦବୀ ରହିଛି। ସେଥିମଧ୍ୟରୁ ବର୍ତ୍ତମାନ ୩୧.୧ ଲକ୍ଷ ପଦବୀରେ ନିଯୁକ୍ତ ଅଛନ୍ତି। ତେଣୁ ଯଦି ସରକାର HRA ବୃଦ୍ଧି ନେଇ ନିଷ୍ପତ୍ତି ନିଅନ୍ତି ତା’ହେଲେ ଏମାନେ ହିଁ ଲାଭବାନ ହେବେ।

Advertisment

7th Pay Commission ଆଧାରରେ HRAର ସ୍ଲାବ୍‌କୁ ୩୦%, ୨୦% ଓ ୧୦% ବଦଳରେ ୨୪ରୁ ୮% ମଧ୍ୟରେ କରାଯାଇଥିଲା। ୨ଟି ପର୍ଯ୍ୟାୟରେ ଏହାକୁ ବୃଦ୍ଧି କରାଯାଇପାରେ ବୋଲି ସୂଚନା ମିଳିଥିଲା। ଗତବର୍ଷ ଜୁଲାଇରେ ସରକାର DA ବୃଦ୍ଧି କରି ୨୮% କରିଥିଲେ। ଏହା ୨୫%ରୁ ଅଧିକ ହୋଇଥିବା ଯୋଗୁ HRA ମଧ୍ୟ ବଢ଼ିଥିଲା। ଶୁଣିବାକୁ ମିଳୁଛି, ସରକାର DA 34% ବଢ଼ାଇ ପାରନ୍ତି। ଯଦି ଏପରି ହୁଏ, ତା’ହେଲେ ଏହା ୫୦%ରୁ ଅଧିକ ହେବ ଓ ଦ୍ୱିତୀୟ ଥର ପାଇଁ HRA ବୃଦ୍ଧିର ରାସ୍ତା ସଫା ହୋଇଯିବ। 

Central Government Employee HRA 7th Pay Commission
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ