Advertisment

ଆଜି ଗଡ଼ିବନି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌

ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ପାଇଁ ବାତିଲ୍‌ ହୋଇଛି। ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା।

ଅଦ୍ୟତନ ହୋଇଛି
Puri Howrah Vande Bharat Express

Howrah-Puri-Howrah Vande Bharat Express is cancelled today

Advertisment

ଆଜି ଗଡ଼ିବନି ହାୱଡ଼ା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ । ସୂଚନା ଅନୁସାରେ, 22895/22896 ହାୱଡ଼ା-ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଆଜି ପାଇଁ ବାତିଲ୍‌ ହୋଇଛି। କନେକ୍ଟିଂ ବନ୍ଦେ ଭାରତ ବିଳମ୍ବ ଚାଲୁ ଥିବାରୁ ଏବଂ ସମୟ ଖାପ ଖୁଆଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ରେଲ୍‌ୱେ ପକ୍ଷରୁ ସୂଚନା ଦିଆଯାଇଛି। 

Advertisment

ଗତକାଲି ପୁରୀରୁ ହାୱଡ଼ା ଅଭିମୁଖେ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଯାଜପୁର ଜିଲ୍ଲାର ବୈତରଣୀ ରୋଡ୍ ଓ ମଞ୍ଜୁରୀ ରୋଡ୍ ମଧ୍ୟରେ ଅଟକି ରହିଥିଲା। କାଳବୈଶାଖୀ ମାଡ଼ରେ ଉପରେ ଲାଗିଥିବା ବିଦ୍ୟୁତ୍‌ ତାର କ୍ଷତିଗ୍ରସ୍ତ ହେବା ସହ ଲୋକୋ ପାଇଲଟଙ୍କ ସାମ୍ନା କାଚ ଭାଙ୍ଗି ଯାଇଥିଲା।

Advertisment

ଫଳରେ ପ୍ରାୟ ୪ ଘଣ୍ଟା ଧରି ଅଟକି ରହିବା ପରେ ଏକ ଡିଜେଲ ଇଞ୍ଜିନ ସହାୟତାରେ ଟ୍ରେନ୍‌କୁ ଭଦ୍ରକ ଅଭିମୁଖେ ନିଆଯାଇଥିଲା। କେନ୍ଦୁଆପଡ଼ା ଠାରୁ ରାତି ପ୍ରାୟ ସାଢ଼େ ୯ଟା ବେଳେ ଏହା ବିନା ଡିଜେଲ ଇଞ୍ଜିନରେ ହାୱଡ଼ା ଅଭିମୁଖେ ଯାତ୍ରା କରିଥିଲା।

Vande Bharat Train Vande Bharat Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ