Advertisment

ସିଲିଣ୍ଡରରେ ଥିବା ଗ୍ୟାସ କେତେ ଦିନରେ ସରିବ! ଘରେ ରହି ଜାଣନ୍ତୁ ଉପାୟ

ହୁ ହୁ ହୋଇ ବଢି ଚାଲିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର। ବର୍ତ୍ତମାନ ସମୟରେ ଗୋଟିଏ ସିଲିଣ୍ଡରକୁ ମାସେ ଚଳାଇବା ବହୁତ କଷ୍ଟକର ହୋଇ ପଡୁଛି। ଧନୀଠୁ ଗରୀବ ସମସ୍ତେ ଚାହାନ୍ତି ଗୋଟିଏ ସିଲିଣ୍ଡର କେମିତି ମାସେରୁ ଅଧିକ ଦିନ ଯାଉ ବୋଲି

undefined

LPG Gas Cylinder

Advertisment

ନୂଆଦିଲ୍ଲୀ: ହୁ ହୁ ହୋଇ ବଢି ଚାଲିଛି ରୋଷେଇ ଗ୍ୟାସ ସିଲିଣ୍ଡର ଦର। ବର୍ତ୍ତମାନ ସମୟରେ ଗୋଟିଏ ସିଲିଣ୍ଡରକୁ ମାସେ ଚଳାଇବା ବହୁତ କଷ୍ଟକର ହୋଇ ପଡୁଛି। ଧନୀଠୁ ଗରୀବ ସମସ୍ତେ ଚାହାନ୍ତି ଗୋଟିଏ ସିଲିଣ୍ଡର କେମିତି ମାସେରୁ ଅଧିକ ଦିନ ଯାଉ ବୋଲି। ହେଲେ ରୋଷେଇ କଲା ବେଳେ ଏହା ଜାଣିବା ବହୁତ କଷ୍ଟ ହୋଇଥାଏ। ଏମିତି ସମୟରେ ଆପଣଙ୍କ ଗ୍ୟାସ ସିଲିଣ୍ଡର ଆଉ କେତେ ଦିନ ଯିବ, କିପରି ଅଧିକ ଦିନ ଆପଣ ଏହାକୁ ଚଳାଇ ପାରିବେ, ଏସବୁ ଟେକନିକ ଜାଣନ୍ତୁ ଚୁଟକିରେ। ଯଦି ଆପଣ ଠିକ ଉପାୟରେ ଏମିତି ଟ୍ରିକ ଜାଣିବାକୁ ଚାହାଁନ୍ତି, ତେବେ ଏହା ନିହାତି ଜାଣିବା ଦରକାର। ଯାହାଦ୍ୱାରା ଆପଣ ଗ୍ୟାସକୁ ସେହି ଅନୁସାରେ ବ୍ୟବହାର କରି ଚଳି ପାରିବେ। ଆଉ ଅଧିକ ଦିନ ପର୍ଯ୍ୟନ୍ତ ଘର ଚଳାଇ ପାରିବେ।

Advertisment

କଣ କଲେ ଆପଣଙ୍କ ଗ୍ୟାସ ଅଧିକ ଦିନ ଯିବ। କେମିତି ଜାଣିବେ ସିଲିଣ୍ଡରରେ ଆଉ କେତେ ଗ୍ୟାସ ଅଛି। ଏହା ଜାଣିବା ଆପଣଙ୍କ ପାଇଁ ବହୁତ ଆବଶ୍ୟକ। ସବୁବେଳେ ଲୋକମାନେ ଏମିତି ଭୁଲ କରି ବସନ୍ତି ଯାହା ଦ୍ୱାରା ପରେ ଅନେକ ହଇରାଣ ହରକତ ହୋଇଥାନ୍ତି। ସିଲିଣ୍ଡରରେ ଗ୍ୟାସ ଅଛି କି ନାହିଁ ଜାଣିବା ପାଇଁ ସିଲିଣ୍ଡରକୁ ହଲାଇ ଥାନ୍ତି। ଯଦି ହାଲୁକା ଲାଗେ ତେବେ ଭାବିନ୍ତି ଗ୍ୟାସ ସରିବାକୁ ଯାଉଛି। ଏହା ପରେ ଗ୍ୟାସ ବୁକିଂ ବା ଯୋଗାଡ କରିବାରେ ଲାଗି ଯାଆନ୍ତି। ତେବେ ଏହି ଉପାୟଟି ସମ୍ପୂର୍ଣ୍ଣ ଭୁଲ। ଏମିତି ଉପାୟରେ ଗ୍ୟାସ ଚେକ କଲେ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି।

Advertisment

ଘରେ ଯେତେବେଳେ ନୂଆ ସିଲିଣ୍ଡର ଲାଗିଥାଏ। ଏହା ବହୁତ ଭଲ ଭାବରେ ଚାଲିଥାଏ। କିନ୍ତୁ ଯେପରି ଚୁଲାରେ ଆଞ୍ଚ କମ ହେବାକୁ ଲାଗିଥାଏ ସେତେବେଳେ ଲୋକ ଅନୁମାନ ଲାଗାଇଥାନ୍ତି ଯେ ଗ୍ୟାସ ସରି ଆସିଲାଣି। ଏତିକି ବେଳେ କେତେକ ସିଲିଣ୍ଡରକୁ ହଲାଇ ଗ୍ୟାସ ଚେକ କରନ୍ତି। ହେଲେ କେବେହେଲେ ଏପରି କରନ୍ତୁ ନାହିଁ। ଏଥିରେ ଆପଣଙ୍କର ବଡ କ୍ଷତି ହୋଇପାରେ। ଦୁର୍ଘଟଣା ନୁହେଁ, ସିଲିଣ୍ଡରରେ କିଛି ବଳକା ଗ୍ୟାସ ରହି ଯାଇପାରେ। ଯାହା ଆପଣଙ୍କର ବେକାର ଯିବ। ଯଦି ଆପଣ ଠିକ ଉପାୟ ଜାଣିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏହି ଉପାୟ ଆପଣାଇବାକୁ ହେବ।

ସିଲିଣ୍ଡରରେ ରୋଷେଇ ଗ୍ୟାସ କେତେ ଅଛି ଜାଣିବା ପାଇଁ ଆପଣ ପ୍ରଥମେ ଏକ କପଡା ନିଅନ୍ତୁ। ଏହା ପରେ ସେହି କପଡାକୁ ଓଦା କରି ସିଲିଣ୍ଡରକୁ ଘୋଡେଇ ଦିଅନ୍ତୁ। ଏବେ ଆପଣ ଦେଖିବେ ସିଲିଣ୍ଡରର କେତେ ଅଂଶ ଓଦା ଦେଖାଯାଉଛି। ଆଉ କେତେ ଭାଗ ଶୁଖିଲା ଦେଖାଯାଉଛି। ଏହାଦ୍ୱାରା ଆପଣ ଜାଣି ପାରିବେ ଗ୍ୟାସ ସିଲିଣ୍ଡରରେ କେତେ ଗ୍ୟାସ ଅଛି। ଯେତେ ଭାଗ ଶୁଖିଲା ଦେଖାଯାଉଛି ସିଲିଣ୍ଡରରେ ସେତେ ଗ୍ୟାସ ସାରିଯାଇଛି। ଯେତେ ଭାଗ ଓଦା ଦେଖାଯାଉଛି ସେହି ପର୍ଯ୍ୟନ୍ତ ଗ୍ୟାସ ରହିଛି। ଏହା ଜାଣିବା ପରେ ଆପଣ ସିଲିଣ୍ଡରକୁ ହଲାଇ ଗ୍ୟାସ କେତେ ଅଛି ଜାଣନ୍ତୁ। ଫଳରେ ବିପଦକୁ ଟାଳିବା ସହିତ ଆପଣ ଗ୍ୟାସ ଆଉ ବେକାର ଯିବ ନାହିଁ।

Advertisment
India LPG Cylinder Gas Level
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ