Advertisment

ଗତ ୫ ବର୍ଷରେ ମୋଦିଙ୍କ ଇନକମ୍‌ କେତେ ? ଜାଣନ୍ତୁ...

ଗତ ୫ ବର୍ଷ ମଧ୍ୟରେ ମୋଦି ନିଜ ଆୟର ସବିଶେଷ ସୂଚନା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨୦୧୮-୧୯ରେ ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା, ୨୦୧୯-୨୦ରେ ୧୭ ଲକ୍ଷ ୨୦ ହଜାର ୭୬୦ ଟଙ୍କା, ୨୦୨୦-୨୧ରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା ଇନକମ ହୋଇଛି।

ଅଦ୍ୟତନ ହୋଇଛି
PM Modi Net Worth

PM Modi

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ମୋଟ ସଂପତ୍ତି ୩ କୋଟି ୨ ଲକ୍ଷ। ମାତ୍ର ତାଙ୍କ ପାଖରେ ନାହିଁ ନିଜସ୍ୱ ଜମି, ଘର କି ଗାଡ଼ି। ବାରାଣସୀରୁ ନାମାଙ୍କନ ଦାଖଲ ବେଳେ ନିଜ ସଂପତ୍ତି ତାଲିକା ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ପାଖରେ ମୋଟ ନଗଦ ୫୨ ହଜାର ୯୨୦ ଟଙ୍କା ଅଛି। ସେହିପରି ଗାନ୍ଧୀନଗର ଷ୍ଟେଟ ବ୍ୟାଙ୍କ ଶାଖାରେ ତାଙ୍କର ୭୩ ହଜାର ୩୦୪ ଟଙ୍କା ଏବଂ ବାରାଣସୀ ଷ୍ଟେଟ ବ୍ୟାଙ୍କ ଶାଖାରେ ୭ ହଜାର ଟଙ୍କା ରହିଛି। ଏଥିସହ ଷ୍ଟେଟ ବ୍ୟାଙ୍କରେ ୨ କୋଟି ୮୫ ଲକ୍ଷ ୬୦ ହଜାର ୩୩୮ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ରହିଛି ବୋଲି ଦର୍ଶାଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଗତ ୫ ବର୍ଷ ମଧ୍ୟରେ ମୋଦି ନିଜ ଆୟର ସବିଶେଷ ସୂଚନା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨୦୧୮-୧୯ରେ ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା, ୨୦୧୯-୨୦ରେ ୧୭ ଲକ୍ଷ ୨୦ ହଜାର ୭୬୦ ଟଙ୍କା, ୨୦୨୦-୨୧ରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା ଇନକମ ହୋଇଛି। ସେହିପରି ୨୦୨୧-୨୨ରେ ୧୫ ଲକ୍ଷ ୪୧ ହଜାର ୮୭୦ ଏବଂ ୨୦୨୨-୨୩ରେ ୨୩ ଲକ୍ଷ ୫୬ ହଜାର ୮୦ ଟଙ୍କା ଆୟ ହୋଇଥିବା ମୋଦି ସୂଚନା ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ସତ୍ୟପାଠରୁ ଆସିଲା ତଥ୍ୟ, ନବୀନଙ୍କ ରହିଛି ୧୪ କୋଟିର ଅସ୍ଥାବର ସମ୍ପତ୍ତିର

Advertisment

ଗତ ୨୦୧୪ ଲୋକସଭା ନିର୍ବାଚନ ବେଳେ ପ୍ରଧାନମନ୍ତ୍ରୀଙ୍କର ମୋଟ ସଂପତ୍ତି ଥିଲା ୧ କୋଟି ୬୫ ଲକ୍ଷ ଟଙ୍କା। ପରେ ୨୦୧୯ ନିର୍ବାଚନରେ ଏହା ୨ କୋଟି ୧୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ଚଳିତ ନିର୍ବାଚନରେ ୨୦୨୪ରେ ୩ କୋଟି ୨ ଲକ୍ଷ ଟଙ୍କାର ମୋଟ ସଂପତ୍ତି ଥିବା ମୋଦି ଦର୍ଶାଇଛନ୍ତି।

ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ଛିଡ଼ା ହୋଇଥିବା ପ୍ରାର୍ଥୀଙ୍କ ମଧ୍ୟରୁ ୮୭ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୨୬ ଜଣଙ୍କ ନାଁରେ ଗୁରୁତର ଅପରାଧ ମାମଲା ରହିଥିବା ବେଳେ ୫ ଜଣଙ୍କ ନାଁରେ ହତ୍ୟା ଅଭିଯୋଗ ମାମଲା ରହିଛି। ୧୬ ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ଓ ୧୧ ଜଣ ମହିଳା ବିରୋଧୀ ହିଂସାର ଅଭିଯୁକ୍ତ ଅଛନ୍ତି। ସେହିପରି ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ୩୫ ଆସନରେ ଏଥର ଲଢୁଛନ୍ତି ୨୬୫ ପ୍ରାର୍ଥୀ। ଏହି ପର୍ଯ୍ୟାୟରେ ବିଜେପିର ୧୭ ଜଣ ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୯ ଜଣ ଓ ବିଜେଡ଼ିର ଏହି ୪ ଜଣଙ୍କ ନାଁରେ ରହିଛି କ୍ରିମିନାଲ କେସ୍। ୯୫ ଜଣ ପ୍ରାର୍ଥୀ ହେଉଛନ୍ତି କୋଟିପତି।

Advertisment

ରାଉରକେଲାର ବିଜେପି ବିଧାୟକ ପ୍ରାର୍ଥୀ ଦିଲୀପ ରାୟ ସବୁଠୁ ଧନୀ। ତାଙ୍କ ସଂପତ୍ତି ହେଲା ୩୧୩ କୋଟିରୁ ଅଧିକ। ଧନୀ ତାଲିକାର ଦ୍ୱିତୀୟ ସ୍ଥାନରେ ବଲାଙ୍ଗିରର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ। ତାଙ୍କର ସଂପତ୍ତିର ପରିମାଣ ୭୩ କୋଟିରୁ ଅଧିକ। ମୁଖ୍ୟମନ୍ତ୍ରୀଙ୍କ ସଂପତ୍ତି ହେଲା ୭୧ କୋଟି। ବୌଦ୍ଧରୁ ସ୍ୱାଧୀନ ଭାବେ ଲଢୁଥିବା ଜଣେ ପ୍ରାର୍ଥୀଙ୍କ ସଂପତ୍ତି ମାତ୍ର ୭ ହଜାର ଟଙ୍କା ବୋଲି ସେ ସତ୍ୟପାଠ ଦାଖଲ କରିଛନ୍ତି। ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ୫୩ ଜଣ ଗ୍ରାଜୁଏଟ୍, ୩୪ ଜଣ ପ୍ରଫେସ୍ନାଲ କୋର୍ସ ବି କରିଛନ୍ତି। ୩୧ଜଣ ପୋଷ୍ଟ ଗ୍ରାଜୁଏଟ୍। ତେବେ ୩୪ ଜଣ ମାଟ୍ରିକ ଫେଲ୍।

ଅଧିକ ପଢ଼ନ୍ତୁ: ଆସିଲା ADR ରିପୋର୍ଟ; ଦିଲୀପ ରାୟ ସବୁଠୁ ଧନୀ, ତୃତୀୟରେ ନବୀନ

BJP PM Narendra Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ