Hotel prices skyrocket ahead of World Cup Final in Ahmedabad
କାଲି ଅହମଦାବାଦରେ ବିଶ୍ୱକପ୍ କ୍ରିକେଟ୍ ଫାଇନାଲ ମ୍ୟାଚ୍ । ଏହାକୁ ନେଇ ଅବିଶ୍ୱସନୀୟ କ୍ରେଜ୍ । ଗୁଜରାଟ ଅହମଦାବାଦରେ ହୋଟେଲ୍ ରୁମ୍ ଭଡ଼ା ଲକ୍ଷେ ଟଙ୍କାରେ ପହଞ୍ଚିଛି । ଆସନ୍ତାକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ଫାଇନାଲ ମ୍ୟାଚ୍ ଖେଳାଯିବ ।
ଭାରତ ସମେତ ସାରା ବିଶ୍ୱରୁ ଲକ୍ଷାଧିକ ଫ୍ୟାନଙ୍କ ସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ହୋଟେଲ୍ ରୁମ୍ ଗୁଡିକର ଭଡ଼ା ବହୁତ ବଢ଼ି ଯାଇଛି। ଫୋର୍ ଷ୍ଟାର୍, ଫାଇଭ୍ ଷ୍ଟାର୍ ହୋଟେଲରେ ଗୋଟିଏ ଦିନ ପାଇଁ ରୁମ୍ ଭଡ଼ା ୧ ଲକ୍ଷ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ହୋଇଯାଇଛି । ଏପରିକି ଛୋଟ ଛୋଟ ହୋଟେଲରେ ଦିନକ ପାଇଁ ଭଡ଼ା ୧୦ ହଜାର ତଳକୁ ନାହିଁ ।
ୱାନ୍ ୱେ ବିମାନ ଭଡ଼ା ୫,୭୦୦ ଟଙ୍କା ବଦଳରେ ୩୩ ହଜାର ଟଙ୍କା ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1700281868.jpg)