Advertisment

ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା : ୧୧ ମୃତ, ୬ ଗୁରୁତର

ରାଜସ୍ଥାନରେ ଭୟଙ୍କର ସଡ଼କ ଦୁର୍ଘଟଣା । ଶ୍ରୀବାଲାଜୀ ସହର ନିକଟରେ ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି

ଅଦ୍ୟତନ ହୋଇଛି
road accident

road accident

Advertisment

ନାଗୋର : ରାଜସ୍ଥାନରେ ଭୀଷଣ ସଡ଼କ ଦୁର୍ଘଟଣା । ଶ୍ରୀବାଲାଜୀ ସହର ନିକଟରେ ଟ୍ରକ ଓ କ୍ରୁଜର ମୁହାଁମୁହିଁ ଧକ୍କା । ଏହି ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଏହାସହ ସ୍ଥାନୀୟ ଲୋକଙ୍କ ସହାୟତରେ ଆହତ ମାନଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇପାରି ନାହିଁ ।

Advertisment

ଆଜି ସକାଳ ୮ ଟାରେ ନାଗୋର ଜିଲ୍ଲା ଶ୍ରୀବାଲାଜୀ ସହର ବାଇପାସ ନିକଟରେ ଏକ ଟ୍ରକ ସହ ବିପରୀତ ଦିଗରୁ ଆସୁଥିବା କ୍ରୁଜର ମୁହାଁମୁହିଁ ଧକ୍କା ହୋଇଥିଲା । କ୍ରୁଜରରେ ମୋଟ୍ ଆଠ ଜଣ ସବାର ଥିଲେ । ଦୁର୍ଘଟଣାରେ କ୍ରୁଜରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଘଟଣାସ୍ଥଳରେ ହିଁ ୮ ଜଣଙ୍କ ଜୀବନ ଚାଲିଯାଇଛି ଏବଂ ୯ଜଣ ଗୁରୁତର ଆହତ ହୋଇଛନ୍ତି ।

ତେବେ ଘଟଣା ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ନୋଖା ହସ୍ପିଟାଲରେ ଭର୍ତ୍ତି କରିଛି । ହସ୍ପିଟାଲରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଅନ୍ୟ ଆହତମାନଙ୍କୁ ବିକାନିର ହସ୍ପିଟାଲକୁ ସ୍ଥାନନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ ମୃତକମାନଙ୍କ ପରିଚୟ ମିଳିପାରିନାହିଁ । ଘଟଣାଟିକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଦେଖାଯାଇଛି ।

Advertisment

ଏହି ଭୟଙ୍କର ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍ ମଧ୍ୟ ଶୋକ ପ୍ରକାଶ କରିଛନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ ନାଗୋରର ଶ୍ରୀବାଲାଜୀ ଅଞ୍ଚଳରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଜଣ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହ ଭଗବାନ ସେମାନଙ୍କୁ ଏପରି କଠିନ ସମୟରେ ସେମାନଙ୍କୁ ଶକ୍ତି ଦିଅନ୍ତୁ ବୋଲି ଲେଖିଛନ୍ତି । ଏହାସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରାର୍ଥନା ମଧ୍ୟ କରିଛନ୍ତି ।

Advertisment
Rajasthan Horrific Road Accident Nagaur
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ