Advertisment

ହିମାଚଳରେ ଭୂସ୍ଖଳନ: ୧୧ ମୃତ। ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେଲେ ଗୃହମନ୍ତ୍ରୀ

ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି ।

ଅଦ୍ୟତନ ହୋଇଛି
ହିମାଚଳରେ ଭୂସ୍ଖଳନ: ୧୧ ମୃତ। ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହେଲେ ଗୃହମନ୍ତ୍ରୀ

landslide-in-himachal-pradeshs

Advertisment

ଡେରାଡୁନ୍‌: ହିମାଚଳ ପ୍ରଦେଶ କିନ୍ନୌରରେ ଭୟଙ୍କର ଭୂସ୍ଖଳନ ହୋଇଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୧୧ ଜଣ ମୃତ ହୋଇଥିବା ନେଇ ସୂଚନା ମିଳିଛି। ଏହାସହ ୧୦ ଜଣଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯାଇଛି। ବର୍ତ୍ତମାନ ବି ଚାରୋଟି ଗାଡ଼ି ମାଟି ତଳେ ପୋତି ହୋଇ ରହିଥିବା ଜଣାପଡ଼ିଛି। ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି ଯେ ଏହି ଘଟଣାରେ ୫୦ରୁ ୬୦ଜଣ ମାଟି ଅତଡ଼ା ତଳେ ଫସି ରହିଥିବା ଅନୁମାନ କରାଯାଉଛି। ପୋତି ହୋଇ ରହିଥିବା ସମସ୍ତଙ୍କୁ ଯୁଦ୍ଧାକାଳୀନ ଭିତ୍ତିରେ ଉଦ୍ଧାର କରାଯାଉଛି।

Advertisment

ଏପଟେ, ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଭୂସ୍ଖଳନ ସମ୍ପର୍କରେ ଆଲୋଚନା କରି କେନ୍ଦ୍ର ପକ୍ଷରୁ ସମସ୍ତ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ସୂଚନା ଅନୁସାରେ, ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି ।

କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା । ଜୁରି ରୋଡରେ ନିଗୁଲସେରି ଏବଂ ଚୌରା ମଧ୍ୟରେ ହଠାତ୍ ଏକ ବିରାଟ ପାହାଡ଼ ଧସିଯାଇଥିଲା । ଯେଉଁଥିରେ ଏକ HRTC ବସ୍ ଏବଂ ଅନକେ ଗାଡ଼ି ମାଟି ଅତଡ଼ା ପରେ ପୋତି ହୋଇ ଯାଇଥିଲା । ବସ୍‌ଟି ୪୦ରୁ ଅଧିକ ଯାତ୍ରୀଙ୍କୁ ଧରି କିନ୍ନୌରରୁ ହରିଦ୍ୱାର ଯାଉଥିଲା । ତେବେ ଭୂସ୍ଖଳନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଆକଳନ କରାଯାଉଛି । ମଧ୍ୟାହ୍ନ ପ୍ରାୟ ୧୨.୪୫ରେ ଏହି ଘଟଣା ଘଟିଛି । ଭୂସ୍ଖଳନ ପରେ ନିକଟସ୍ଥ ଜାତୀୟ ରାଜପଥ ସଂପୂର୍ଣ୍ଣ ଭାବେ ବନ୍ଦ ହୋଇଯାଇଛି।

Advertisment
India Himachal Pradesh Kinnaur Landslide
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ