Advertisment

ଆତଙ୍କବାଦକୁ ବରଦାସ୍ତ କରାଯିବନି କି ପାକିସ୍ତାନ ସହ କୌଣସି କଥାବାର୍ତ୍ତା ହେବ ନାହଁ-ଶାହ

ମୋଦି ସରକାର ଜମ୍ମୁ-କଶ୍ମୀରରେ ଆତଙ୍କୀମାନଙ୍କୁ ସଫା କରିବେ। ଆତଙ୍କବାଦ ହଟାଇବେ। ଆତଙ୍କୀଙ୍କ ହଟସ୍ପଟ ଥିବା ରାଜ୍ୟ ଟୁରିଷ୍ଟଙ୍କ ହଟସ୍ପଟ ହେବ। ଦେଶର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥାନ ହେବ। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ନ ହଟିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାର ଅଲୋଚନା ହେବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି।

ଅଦ୍ୟତନ ହୋଇଛି
Amit saha on Baramula

Amit saha on Baramula

Advertisment

ମୋଦି ସରକାର ଜମ୍ମୁ-କଶ୍ମୀରରେ ଆତଙ୍କୀମାନଙ୍କୁ ସଫା କରିବେ। ଆତଙ୍କବାଦ ହଟାଇବେ। ଆତଙ୍କୀଙ୍କ ହଟସ୍ପଟ ଥିବା ରାଜ୍ୟ ଟୁରିଷ୍ଟଙ୍କ ହଟସ୍ପଟ ହେବ। ଦେଶର ସବୁଠାରୁ ଶାନ୍ତିପୂର୍ଣ୍ଣ ସ୍ଥାନ ହେବ। ଜମ୍ମୁ-କଶ୍ମୀରରେ ଆତଙ୍କବାଦ ନ ହଟିବା ପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି ପ୍ରକାର ଅଲୋଚନା ହେବ ନାହିଁ ବୋଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି। ବୁଧବାର କେନ୍ଦ୍ରମନ୍ତ୍ରୀ ଶାହ ଜମ୍ମୁକଶ୍ମୀରରେ ଏକ ରାଲିକୁ ସମ୍ବୋଧନ କରି ଆତଙ୍କବାଦ ଦ୍ୱାରା କେବେ କାହାକୁ କିଛି ଲାଭ ମିଳିଛି କି ବୋଲି ପଚାରିଛନ୍ତି। ଏହି ଆତଙ୍କବାଦ ୧୯୯୦ ପରଠାରୁ ଜମ୍ମୁକଶ୍ମୀରରେ ଆତଙ୍କବାଦ ୪୨, ୦୦୦ ଲୋକଙ୍କ ଜୀବନ ନେଇଥିବା ଶାହ ସୂଚନା ଦେଇଛନ୍ତି ।

Advertisment

ଶାହ ନାଶନାଲ କନ୍‌ଫରେନ୍ସର ଅବଦୁଲା, ପିଡିପିର ମୁଫ୍‌ତି ଏବଂ ନେହରୁ-ଗାନ୍ଧୀ ପରିବାର ପାଇଁ ଆଜିଯାଏ ଜମ୍ମୁ-କଶ୍ମୀରର ବିକାଶ ହୋଇପାରି ନାହିଁ ବୋଲି  ଅଭିଯୋଗ ଆଣିଛନ୍ତି। କାରଣ ୧୯୪୭ ପରଠାରୁ ଆଜି ଯାଏ ଏହିମାନେ ହିଁ ରାଜ୍ୟକୁ ଅଧିକ ସମୟ ଶାସନ କରି ଆସିଛନ୍ତି।ଗୃହମନ୍ତ୍ରୀ ବିରୋଧୀଙ୍କୁ ସମାଲୋଚନା କରି ଆହୁରି କହିଛନ୍ତି, କିଛି ଲୋକ କହୁଛନ୍ତି, ପାକିସ୍ତାନ ସହ ଆଲୋଚନା କରିବା ଉଚିତ। ହେଲେ ଆମେ ପାକିସ୍ତାନ ସହ କାହିଁକି ଆଲୋଚନା କରିବୁ ? ବରଂ ଆମେ ବାରମୁଳାର ଲୋକଙ୍କ ସହ ଆଲୋଚନା କରିବୁ, ଆମେ କଶ୍ମୀର ଲୋକଙ୍କ ସହ କଥାବାର୍ତ୍ତା କରିବୁ।

ମୋଦି ସରକାର ଆତଙ୍କବାଦକୁ ଆଦୌ ପ୍ରଶ୍ରୟ ଦେବେ ନାହିଁ। ଆମ ସରକାର ଏହି କାର୍ଯ୍ୟକଳାପକୁ ଶେଷ କରିଦେବାକୁ ଚାହେଁ। ଆମ ସରକାର ଜମ୍ମୁ-କଶ୍ମୀରକୁ ଦେଶର ସବୁଠାରୁ ଶାନ୍ତପୂର୍ଣ୍ଣ ସ୍ଥାନରେ ପରିଣତ କରିବାକୁ ଚାହୁଁଛୁ। ଶାହ ଆହୁରି କହିଛନ୍ତି, କିଛି ଲୋକ ପାକିସ୍ତାନ ବିଷୟରେ କୁହନ୍ତି। ହେଲେ ପାକ୍‌ ଅଧିକୃତ କାଶ୍ମୀରରେ କେତୋଟି ଗାଁକୁ ବିଜୁଳି ସଂଯୋଗ ଯାଇଛି ସେମାନେ କହି ପାରିବେ କି ବୋଲି ଶାହ ପ୍ରଶ୍ନ କରିଥିଲେ। ଅନ୍ୟପକ୍ଷେ ଆଗାମୀ ୩ ବର୍ଷ ଭିତରେ କଶ୍ମୀରର ସମସ୍ତ ଗାଁକୁ ବିଦ୍ୟୁତ ସଂଯୋଗ ହେବ ବୋଲି ଶାହ ପ୍ରତିଶ୍ରୁତି ଦେଇଥିଲେ।

Advertisment
Amit Shah Union Home Minister Terrorism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ