Advertisment

ସ୍କୁଲ, କଲେଜରେ ହିଜାବକୁ ଅନୁମତି ନାହିଁ : ଆବେଦନ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ ।

ଅଦ୍ୟତନ ହୋଇଛି
hijab

hijab

Advertisment

ବଜାୟ ରହିବ ହିଜାବ କଟକଣା । ହିଜାବ ବିବାଦ ମାମଲାରେ ସମସ୍ତ ଆବେଦନ ଖାରଜ । କର୍ଣ୍ଣାଟକ ହାଇଜାବ ବିବାଦ ମାମଲାରେ ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ସ୍କୁଲ କଲେଜଗୁଡ଼ିକରେ ହିଜାବ ନିଷେଧାଦେଶର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ । ଇସଲାମର ଧର୍ମରେ ହିଜାବ ଜରୁରୀ ଅଂଶ ନୁହେଁ ବୋଲି କହିଛନ୍ତି ହାଇକୋର୍ଟ ।

Advertisment

ସ୍କୁଲ ୟୁନିଫର୍ମ ପିନ୍ଧିବାକୁ ଛାତ୍ରଛାତ୍ରୀ ମନା କରିପାରିବେ ନାହିଁ । ଶିକ୍ଷାନୁଷ୍ଠାନରେ ହିଜାବ ବ୍ୟାନକୁ ଚାଲେଞ୍ଜ କରି ପୂର୍ବରୁ ଆବେଦନ କରାଯାଇଥିଲା । ଗତ ଜାନୁଆରୀରେ ରାଜ୍ୟରେ ଉଠିଥିବା ଏହି ପ୍ରସଙ୍ଗକୁ ନେଇ ବହୁ ବିବାଦ ଚର୍ଚ୍ଚା ଦେଖିବାକୁ ମିଳିଥିଲା । ଏପରିକି କର୍ଣ୍ଣାଟକରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନକୁ ଏ ବିବାଦ ବ୍ୟାପିଥିଲା  । ପରେ ମାମଲା ସୁପ୍ରିମକୋର୍ଟକୁ ଯିବା ସହ ସର୍ବୋଚ୍ଚ କୋର୍ଟ ଶୁଣାଣି ପାଇଁ ଅଗ୍ରାହ୍ୟ କରିବା ସହ ଉଚିତ ସମୟରେ ହସ୍ତକ୍ଷେପ କରିବେ ବୋଲି କହିଥିଲେ ।  

ତିନି ବିଚାରପତିଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତି

ସ୍କୁଲ କଲେଜଗୁଡ଼ିକରେ ହିଜାବ ପିନ୍ଧିବା ଉପରେ ସରକାରଙ୍କ ନିର୍ଦ୍ଦେଶ ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଛାତ୍ରୀ । ଏନେଇ ଫେବୃଆରୀ ୯ରେ ପ୍ରଧାନ ଚିଫ୍‌ ଜଷ୍ଟିସ୍‌ ରିତୁ ରାଜ ଅବସ୍ତି, ଜଷ୍ଟିସ କୃଷ୍ଣ ଏସ ଦୀକ୍ଷିତ ଏବଂ ଜଷ୍ଟିସ ଜେଏମ ଖାଜିଙ୍କ ଏକ ବେଞ୍ଚ ଗଠନ କରାଯାଇଥିଲା। କ୍ଲାସ ଭିତରେ ମଧ୍ୟ ହିଜାବ ପିନ୍ଧିବାକୁ ଅନୁମତି ଦିଆଯାଉ ବୋଲି ଝିଅମାନେ ସେମାନଙ୍କ ଆବେଦନରେ କହିଥିଲେ । ଏହା ସେମାନଙ୍କର ବିଶ୍ୱାସର ଏକ ଅଂଶ ବୋଲି ଦର୍ଶାଇଥିଲେ ।

Advertisment

ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି

ହାଇକୋର୍ଟଙ୍କ ନିଷ୍ପତ୍ତି ଆସିବା ପୂର୍ବରୁ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ବେଙ୍ଗଳୁରୁ ଓ ମାଙ୍ଗାଲୋରରେ ବହୁ ଲୋକ ଏକାଠି ହେବା ଉପରେ ପୋଲିସ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା । ଉଡୁପି ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ପାଇଁ ଜିଲ୍ଲାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ଛୁଟି ଘୋଷଣା କରାଯାଇଛି । ଏହି ଜିଲ୍ଲାରେ ଗତକାଲି ରାତି ୮ଟାରୁ ୧୯ ତାରିଖ ସକାଳ ୬ଟା ପଯର୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି ।

High Court Karnataka Hijab Row
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ