Advertisment

ନୂଆ ବର୍ଷ ରାତିରେ ମୁମ୍ବାଇଲେ ହେବ ଆତଙ୍କୀ ହମଲା: ଧମକ ପରେ ଆକ୍ସନ ମୋଡରେ ପୋଲିସ

ମୁମ୍ବାଇ ପୋଲିସ୍‌ କମିଶନର କୈସର ଖାଲିଦ କହିଛନ୍ତି ଯେ ମୁମ୍ବାଇରେ ହାଇ ଆଲର୍ଟକୁ ନଜରରେ ରଖି ସହରର ପ୍ରମୁଖ ଷ୍ଟେସନ, ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ୍, ସିଏସ୍‌ଏମ୍‌ଟି, କୁର୍ଲା ଓ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି

Mumbai Attack

Mumbai Attack

Advertisment

ମୁମ୍ବାଇ : ମୁମ୍ବାଇକୁ ଆତଙ୍କୀ ଭୟ। ୨୬.୧୧ ପରି ପୁଣି ହୋଇପାରେ ବଡ଼ ଧରଣର ଆକ୍ରମଣ। ଟାର୍ଟେଟ୍‌ରେ ବଡ଼ ବଡ଼ ହୋଟେଲ ଓ ପର୍ଯ୍ୟଟକ ସ୍ଥାନ। ଆଉ ଆକ୍ରମଣର ମାଷ୍ଟରମାଇଣ୍ଡ ଖଲିସ୍ତାନୀ ଆତଙ୍କୀ ବୋଲି ଜଣାପଡ଼ିବା ପରେ ଚିନ୍ତାରେ ମୁମ୍ବାଇ ପୋଲିସ। ଏମିତିକି ସହରରେ ହାଇ ଆଲର୍ଟ ରହିଥିବା ବେଳେ ପୋଲିସ କର୍ମୀଙ୍କ ଛୁଟି ବାତିଲ କରିଛି ମୁମ୍ବାଇ ପୋଲିସ। ମୁମ୍ବାଇରେ ଖଲିସ୍ଥାନୀ ଆତଙ୍କବାଦୀ ଆକ୍ରମଣ କରିପାରନ୍ତି ବୋଲି ମୁମ୍ବାଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ଏନେଇ ଏଏନ୍‌ଆଇ ଖବର ପ୍ରକାଶ କରିଛି। ସହରରେ ମୁତୟନ ହୋଇଥିବା ସମସ୍ତ ପୁଲିସ କ୍ରମୀ ଡ୍ୟୁଟିରେ ରହିବେ ବୋଲି ଏନ୍‌ଆଇ ଖବର ପ୍ରକାଶ କରିଛି। ଆଉ ଖବର ଜଣାପଡ଼ିବା ପରେ ଚିନ୍ତାରେ ପୂରା ସହରବାସୀ।

Advertisment

ମୁମ୍ବାଇ ପୋଲିସ୍‌ କମିଶନର କୈସର ଖାଲିଦ କହିଛନ୍ତି ଯେ ମୁମ୍ବାଇରେ ହାଇ ଆଲର୍ଟକୁ ନଜରରେ ରଖି ସହରର ପ୍ରମୁଖ ଷ୍ଟେସନ, ଦାଦର, ବାନ୍ଦ୍ରା ଚର୍ଚ୍ଚଗେଟ୍, ସିଏସ୍‌ଏମ୍‌ଟି, କୁର୍ଲା ଓ ଅନ୍ୟ ଷ୍ଟେସନରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି। ଏମିତିକି ସହରର ସବୁ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ପୋଲିସ ମୁତୟନ ହୋଇଛନ୍ତି। ଏହାସହ ଆଜି ରାତିରୁ ଅଧିକ ୩ ହଜାର ପୋଲିସ ମୃତୟନ ହେବେ ବୋଲି କମିଶନର ସୂଚନା ଦେଇଛନ୍ତି। ତେବେ ଖବର ଜଣାପଡ଼ିବା ପରେ ଗୃହମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ ମଧ୍ୟ କରିଛନ୍ତି। ନୂଆବର୍ଷ ରାତିରେ ଆତଙ୍କୀ ଆକ୍ରମଣର ଖବର ଆସିବା ମାତ୍ରେ ଆକ୍ସନ ମୋଡ୍‌ରେ ପୋଲିସ।

ଏବେ ଗଳି ଗଳିରେ ପୋଲିସ ପଇଁତରା ମାରୁଥିବା ବେଳେ ସନ୍ଦିଗ୍ଧଙ୍କ ଉପରେ ପୂରା ନଜର ରଖିଛି ପୋଲିସ। ଏମିତିକି ରେଲ ଷ୍ଟେସନ ଓ ବିମାନ ବନ୍ଦରରେ ସମସ୍ତଙ୍କ ଜିନିଷ ଚେକିଂ ହେଉଛି। ଆଉ ଏହାକୁ ମନିଟରିଂ କରିବା ଲାଗି ବରିଷ୍ଠ ପୋଲିସ ଅଧିକାରୀ ମୁତୟନ ହୋଇଛନ୍ତି। ତେବେ କୋଭିଡ୍ ପାଇଁ ପୂର୍ବରୁ ହିଁ ମୁମ୍ବାଇରେ ସିଆର୍‌ପିସିର ୧୪୪ ଧାରା ଲାଗୁ କରାଯାଇଛି। ପୁଲିସ ନିର୍ଦ୍ଦେଶ ଅନୁସାରେ ମୁମ୍ବାଇରେ ନୂଆ ବର୍ଷ ପାଳନ ଉପରେ ବ୍ୟାନ୍ ଲଗାଯାଇବା ସହିତ ଜନଗହଳି ବାରଣ ହୋଇଛି। କିନ୍ତୁ ଆତଙ୍କୀ ଆକ୍ରମଣର ସୂଚନା ପାଇବା ମାତ୍ରେ ପୂରା ସଜାଗ ହୋଇଛି ମୁମ୍ବାଇ ପୋଲିସ।

Advertisment
Mumbai Police
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ