Advertisment

ନକଲି ଚୁଟି ଭିତରେ ଏମିତି ଜିନିଷ ଆଣିଥିଲେ, ଏୟାରପୋର୍ଟରେ ଧରାପଡ଼ିଗଲେ...

ମୁଣ୍ଡର ଓ୍ୱିଗ୍ ତଥା ନକଲି ଚୁଟି ଭିତରେ ରଖା ଯାଇଥିଲା ଗୁଣ୍ଡ ସୁନା। ଏହାସହ ମଳଦ୍ୱାରରେ ମଧ୍ୟ ଗୁଣ୍ଡ ସୁନା ରଖି ଚୋରା ଚାଲାଣ ବେଳେ ଜଣେ ଯାତ୍ରୀ ଏୟାରପୋର୍ଟରୁ ଧରାପଡ଼ିଛନ୍ତି। ଯାତ୍ରୀ ଜଣକ ଦିଲ୍ଲୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଧରାପଡ଼ିଛନ୍ତି।

ଅଦ୍ୟତନ ହୋଇଛି
Gold Seized At Delhi Airport

ତାଙ୍କ ପାଖରୁ ୬୩୦ ଗ୍ରାମରୁ ଅଧିକ ସୁନା ଜବତ ହୋଇଛି। ଯାହାର ଦାମ୍ ଦାମ୍ ୩୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ଆବୁଧାବିରୁ ଆସିଥିବା ଏହି ଯାତ୍ରୀ ସୁନା ଚୋରା ଚାଲାଣ ବେଳେ କଷ୍ଟମ ବିଭାଗ କର୍ମଚାରୀଙ୍କ ହାତରେ ଧରାପଡ଼ି ଯାଇଥିଲେ। ଏୟାରପୋର୍ଟରେ ଯାଞ୍ଚ ବେଳେ କଷ୍ଟମ ବିଭାଗ କର୍ମଚାରୀ ତାଙ୍କୁ ଧରିଥିଲେ। ଏହାପରେ ସମ୍ପୃକ୍ତ ଯାତ୍ରୀ ମୁଣ୍ଡର ଓ୍ୱିଗ୍ ଓ ମଳଦ୍ୱାରରେ ଗୁଣ୍ଡ ସୁନା ରଖି ଚୋରା ଚାଲାଣ କରୁଥିବା ଜଣାପଡ଼ିଥିଲା। 

ଭାରତୀୟ ପାସପୋର୍ଟ ଥିବା ଏହି ଯାତ୍ରୀଙ୍କୁ ଗିରଫ କରାଯାଇଛି।  

Delhi Airport Gold Seized
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ