Advertisment

ଆର୍ୟନଙ୍କୁ ମିଳିଲା ଜାମିନ୍‌, ବୁଲେଟ୍‌ ପଏଣ୍ଟରେ ପଢନ୍ତୁ ପୂରା ଘଟଣା…

ଅକ୍ଟୋବର ୨: ଗାନ୍ଧି ଜୟନ୍ତୀରେ ମଝି ଦରିଆରେ ଥିବା କର୍ଡେଲିଆ କ୍ରୁଜରେ ଡ୍ରଗ୍ ପାର୍ଟି ହେଉଥିବା ସୂଚନା ପାଇ ରେଡ୍ କଲା ନାର୍କୋଟିକ୍ସ ବ୍ୟୁରୋ। ସେଠାରୁ ଆର୍ୟନଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ଆଣି ଅଟକ ରଖିଲା

Aryan Khan

Aryan Khan

Advertisment

-ଅକ୍ଟୋବର ୨: ଗାନ୍ଧି ଜୟନ୍ତୀରେ ମଝି ଦରିଆରେ ଥିବା କର୍ଡେଲିଆ କ୍ରୁଜରେ ଡ୍ରଗ୍ ପାର୍ଟି ହେଉଥିବା ସୂଚନା ପାଇ ରେଡ୍ କଲା ନାର୍କୋଟିକ୍ସ ବ୍ୟୁରୋ। ସେଠାରୁ ଆର୍ୟନଙ୍କ ସମେତ ପ୍ରାୟ ୧୪ ଜଣଙ୍କୁ ଆଣି ଅଟକ ରଖିଲା ।.

Advertisment

-ଅକ୍ଟୋବର ୩: ଅଟକ ୧୪ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ଗିରଫ କଲା NCB ।

-ଅକ୍ଟୋବର ୪: ଏନ୍ସିବି ହେପାଜତ ଅବଧି ଅକ୍ଟୋବର ୭ ଯାଏଁ ବଢ଼ିଲା ।

-ଅକ୍ଟୋବର ୭: ଆର୍ୟନ ଖାନଙ୍କୁ ଏନ୍ସିବି ହେପାଜତରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଗଲା ।

-ଅକ୍ଟୋବର ୮: ମେଟ୍ରୋପଲିଟିଆନ୍ ମାଜିଷ୍ଟ୍ରେଟ୍ କୋର୍ଟ ଆର୍ୟନଙ୍କ ଜାମିନ ଆବେଦନ ଖାରଜ କଲେ ।

Advertisment

-ଅକ୍ଟୋବର ୧୧: ଅଭିଯୁକ୍ତଙ୍କ ଓକିଲମାନେ ମୁମ୍ବାଇ ସ୍ପେଶାଲ୍ NDPS କୋର୍ଟକୁ ଗଲେ ।

-ଅକ୍ଟୋବର ୧୩: ଦିନକ ପାଇଁ ଅର୍ଥାତ୍ ୧୪ ତାରିଖ ଯାଏଁ ଆର୍ୟନଙ୍କ ଜାମିନ ଆବେଦନ ଶୁଣାଣି ସ୍ଥଗିତ ରହିଲା ।

Advertisment

-ଅକ୍ଟୋବର ୧୪: ଅକ୍ଟୋବର ୨୦କୁ ଶୁଣାଣି ଘୁଞ୍ଚିଲା ।

-ଅକ୍ଟୋବର ୨୦: ସ୍ପେଶାଲ୍ NDPS କୋର୍ଟ ଜାମିନ ଆବେଦନ ଖାରଜ କରିଦେଲେ ।

-ଅକ୍ଟୋବର ୨୧: ଆର୍ୟନଙ୍କୁ ଜେଲ୍ରେ ଭେଟିଲେ ଶାହରୁଖ । ଏଥିସହ ଆର୍ୟନଙ୍କ ହାଜତ ଅବଧି ଅକ୍ଟୋବର ୩୦ ଯାଏଁ ବଢ଼ିଲା । ସେହି ଦିନ ଅଭିଯୁକ୍ତଙ୍କ ଓକିଲମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବାକୁ ସ୍ଥିର କଲେ ।

-ଅକ୍ଟୋବର ୨୬: ଆର୍ୟନଙ୍କ ଜାମିନ ଆବେଦନର ଶୁଣାଣି ଆରମ୍ଭ କଲେ ବମ୍ବେ ହାଇକୋର୍ଟ।

-ଅକ୍ଟୋବର ୨୭: ଏହି ଦିନ ବି ହାଇକୋର୍ଟରେ ଜାରି ରହିଲା ମାରାଥନ୍ ଶୁଣାଣି ।

-ଅକ୍ଟୋବର ୨୮: ଆଜି ହାଇକୋର୍ଟରୁ ଆର୍ୟନ, ଅର୍ବାଜ୍ ଓ ମୁନମୁନ୍‌ଙ୍କୁ ଜାମିନ ମିଳିଲା 

Aryan Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ