Advertisment

ହେମନ୍ତଙ୍କ ଦିଲ୍ଲୀ ଘରେ ପଶିଲା ED; ରାତାରାତି ହେମନ୍ତ ଗାଏବ !

ଇଡ଼ି ରେଡ୍‌ ବେଳେ ସୋରେନ୍‌ ଘରେ ଉପସ୍ଥିତ ନାହାନ୍ତି। ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି, ସେ ବିଷୟରେ କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି।

ଅଦ୍ୟତନ ହୋଇଛି
Hemant Soren

Hemant Soren

Advertisment

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପାଇଁ ବଢ଼ିଲା ଅଡ଼ୁଆ। ମନି ଲଣ୍ଡରିଂ ମାମଲାରେ ଫସିଥିବା ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ବାସଭବନରେ ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ତାସହ ଦିଲ୍ଲୀ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବି ଦିଲ୍ଲୀ ଘରେ ପହଞ୍ଚି ସକାଳୁ ଖୋଳତାଡ଼ କରୁଛି।

Advertisment

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ହେମନ୍ତଙ୍କୁ ଆଜି ଗିରଫ କରିପାରେ ତଦନ୍ତକାରୀ ସଂସ୍ଥା। ଏହାପୂର୍ବରୁ ରାଞ୍ଚିରେ ତାଙ୍କୁ ୮ ଘଣ୍ଟାରୁ ଅଧିକ ସମୟ ଧରି ଜେରା କରିଛି ଇଡି। ତାସହ ୯ ଥର ନୋଟିସ୍ ବି କରିଥିଲା। ତଥାପି ଗୋଟେ ପରେ ଗୋଟେ ନୋଟିସ୍‌କୁ ସେ ଏଡ଼ାଇ ଚାଲିଥିଲେ। ଅଭିଯୋଗ ଅନୁସାରେ, ରାଞ୍ଚିରେ ଭାରତୀୟ ସେନାର ୪.୫୫ ଏକର ଜମିକୁ ବିକ୍ରି ନେଇ ଦୂର୍ନୀତି ହୋଇଥିଲା। ଏଥିରେ ରାଞ୍ଚିର ପୂର୍ବତନ ଜିଲ୍ଲାପାଳ ଦିଲ୍ଲୀପ ଘୋଷଙ୍କ ସମେତ ୧୬ ଜଣଙ୍କୁ ଗିରଫ କରିଛି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କୁ ଏହି ମାମଲାରେ ପଚରାଉଚରା କରୁଛି ଇଡି।

ଆଶ୍ଚର୍ଯ୍ୟର କଥା ହେଲା ଇଡ଼ି ରେଡ୍‌ ବେଳେ ସୋରେନ୍‌ ଘରେ ଉପସ୍ଥିତ ନାହାନ୍ତି। ରାତି ଅଧରୁ ସେ କୁଆଡ଼େ ଯାଇଛନ୍ତି, ସେ ବିଷୟରେ କେହି ଜାଣିନଥିବା ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ ପାଇଛି। 

Advertisment

ଜମି ଦୁର୍ନୀତି ମାମଲାରେ ପଚରାଉଚରା ନିମନ୍ତେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କିଛି ଦିନ ପୂର୍ବରୁ ଦଶମ ସମନ ଜାରି ହୋଇଥିଲା। ତାଙ୍କୁ ୨୯ରୁ ୩୧ ଜାନୁୟାରୀ ମଧ୍ୟରେ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଥିଲା। ହେମନ୍ତ ସୋରେନ ହାଜର ନ ହେଲେ ଇଡି ଟିମ୍‌ ତାଙ୍କୁ ପଚରାଉଚରା ପାଇଁ ପହଞ୍ଚିବ ବୋଲି କୁହାଯାଇଥିଲା। ଇଡି ଦ୍ୱାରା ସମନ ଜାରି ପରେ ହେମନ୍ତ ସୋରେନ ଦିଲ୍ଲୀ ପଳାଇଥିଲେ। ଏହାପରେ ଆଜି ତାଙ୍କ ଦିଲ୍ଲୀସ୍ଥିତ ବାସଭବନରେ ପଶିଛି ଇଡି।

Hemant Soren Money Laundering ED Raid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ