Advertisment

ଲ୍ୟାଣ୍ତିଂ ବେଳେ ହେଲିକପ୍ଟର ଦୁର୍ଘଟଣାଗସ୍ତ; ଡେଇଁପଡ଼ିଲେ ପାଇଲଟ..ଦେଖନ୍ତୁ ଭିଡିଓ

ଗୋଟିଏ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଶିବସେନା(ଉଦ୍ଧବ ଠାକରେ) ନେତ୍ରୀ ସୁଷମା ଅନ୍ଧାରେ। ଆଜି ତାଙ୍କୁ ଆଣିବାକୁ ଯାଇଥିବା ହେଲିକପ୍ଟରଟି ଲ୍ୟାଣ୍ଡିଂ ସମୟରେ କ୍ରାସ୍‌ କରିଯାଇଛି।

ଅଦ୍ୟତନ ହୋଇଛି
Maharashtra Helicopter Crashes

Helicopter Crash

Advertisment

ଅଳ୍ପକେ ବର୍ତ୍ତିଲେ ଶିବସେନା ନେତ୍ରୀ ସୁଷମା ଅନ୍ଧାରେ। ରାୟଗଡ଼ ଜିଲ୍ଲା ମହାଡରେ ଶିବସେନା(ଉଦ୍ଧବ ଠାକରେ) ନେତା ସୁଷମା ଅନ୍ଧାରେଙ୍କୁ ସଭାସ୍ଥଳକୁ ନେବାକୁ ଆସିଥିବା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଏଥିରେ କାହାରି କିଛି କ୍ଷତି ହୋଇନାହିଁ।

Advertisment

ସୂଚନା ମୁତାବକ ଶୁକ୍ରବାର ସକାଳ ୯.୩୦ ରେ ସୁଷମା ବାରାମତୀ ଅଭିମୁଖେ ଯାତ୍ରା କରିଥାଆନ୍ତେ। ସେଥିପାଇଁ ଏକ ହେଲିକପ୍ଟରଟି ସୁଷମାଙ୍କୁ ନେବା ପାଇଁ ଆସିଥିଲା। କିନ୍ତୁ ଏହି ଯାତ୍ରା ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଯାଇଥିଲା। ଉକ୍ତ ହେଲିକପ୍ଟରରେ ବସିବା ପାଇଁ ଅସ୍ଥାୟୀ ହେଲିପ୍ୟାଡ ନିକଟରେ ସୁଷମା ରହିଥିଲେ। ତାଙ୍କ ଆଖି ସାମ୍ନାରେ ପୂରା ଘଟଣା ଘଟିଥିଲା। ହେଲିକପ୍ଟର କ୍ରାଶ ହୋଇଯିବାରୁ ସେ ସଡ଼କ ପଥରେ ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗଦେବାକୁ ବାହାରି ଯାଇଥିଲେ।

ଅଧିକ ପଢ଼ନ୍ତୁ: ମମତାଙ୍କ ପିଛା ଛାଡୁନି ଦୁର୍ଘଟଣା; ହେଲିକପ୍ଟର ଚଢୁଚଢୁ ପଡିଗଲେ...ଭିଡିଓ ଭାଇରାଲ୍

Advertisment

ଉକ୍ତ ହେଲିକପ୍ଟଟି ସୁଷମାଙ୍କୁ ମାହାଦର ଶିବାଜୀ ଚୌକକୁ ନେବାର ଥିଲା। କିନ୍ତୁ ଲ୍ୟାଣ୍ଡିଂ କରିବାର ୨ରୁ ୩ ମିନିଟ ପୂର୍ବରୁ ହେଲିକପ୍ଟରରେ ବୈଷୟିକ ତ୍ରୁଟି ଦେଖାଯାଇଥିଲା। ଏହା ନିୟନ୍ତ୍ରଣ ହରାଇ ତଳେ ଜୋରରେ ପିଟି ହୋଇ ଯାଇଥିଲା। ହେଲିକପ୍ଟରଟି ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲେ ବି ପାଇଲଟ ଓ ସହାୟକ ପାଇଲଟ ସୁରକ୍ଷିତ ରହିଛନ୍ତି। ସେମାନେ ଠିକ କ୍ରାସ କରିବା ପୂର୍ବରୁ ହେଲିକପ୍ଟର ମଧ୍ୟରୁ ଡେଇଁ ପଡ଼ିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

Advertisment

ଦୁର୍ଘଟଣା ସମ୍ପର୍କରେ ଖବର ପାଇ ପୋଲିସ୍ ଓ ଆମ୍ବୁଲାନ୍ସ ଟିମ ଘଟଣା ସ୍ଥଳରେ ପହଞ୍ଚିଥିଲା। ଏବେ କେଉଁ ପରିସ୍ଥିତିରେ ହେଲିକପ୍ଟରଟି ଦୁର୍ଘଟଣା ଗ୍ରସ୍ତ ହେଲା, ତା’ର ତଦନ୍ତ କରାଯାଉଛି। ସୌଭାଗ୍ୟବଶତଃ ଏକ ବଡ଼ ଅଘଟଣରୁ ସୁଷମାଙ୍କ ଜୀବନ ରକ୍ଷା ପାଇଯାଇଛି। ହେଲିକପ୍ଟର ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

Helicopter Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ