Advertisment

କେଦାରନାଥରେ ହେଲିକପ୍ଟର ଦୁର୍ଘଟଣା, ଚାଲିଗଲା ୬ ଜୀବନ

କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି।

ଅଦ୍ୟତନ ହୋଇଛି
Helicopter Crashes In Kedarnath

Helicopter Crashes In Kedarnath

Advertisment

କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଏଥିରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ଶ୍ରଦ୍ଧାଳୁ ଥିବାବେଳେ ୨ ଜଣ ପାଇଲଟ୍‌ ଅଛନ୍ତି। ପ୍ରକୃତରେ କେଉଁ କାରଣ ପାଇଁ ହେଲିକପ୍ଟରଟି ଦୁର୍ଘଟଣା ହେଲା ତାହା ଜଣାପଡ଼ିନି।

Advertisment

ସୂଚନା ଅନୁସାରେ, ହେଲିକପ୍ଟରରେ ୬ ଜଣ ଲୋକ ଥିଲେ। ଦୁର୍ଭାଗ୍ୟବଶତଃ, ହେଲିକପ୍ଟରଟି ଗୌରୀକୁଣ୍ଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ହେଲିକପ୍ଟରଟି ଆର୍ୟନ କମ୍ପାନୀର ବୋଲି କୁହାଯାଉଛି। ଖବରପାଇ ରେସ୍କ୍ୟୁ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଘନ କୁହୁଡ଼ି ଯୋଗୁ ରାସ୍ତା ଦେଖା ନଯିବାରୁ ହେଲିକପ୍ଟରଟି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି।

Advertisment

Kedarnath Helicopter Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ