Advertisment

ମହାରାଷ୍ଟ୍ରରେ ବର୍ଷା ପରର ଆସିଲା ଭୟଙ୍କର ଚିତ୍ର: ଗଛରେ ଲାଗିଛି କାର୍‌, ୧୫୦ ଜଣଙ୍କଠୁ ଅଧିକ ଲୋକଙ୍କ ଗଲାଣି ଜୀବନ

କୋହ୍ଲାପୁରର ଚିଖଳ ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଅନେକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡ଼ିଆର୍‌ଏଫ୍ ଯବାନ ବୋଟ୍ ଯୋଗେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରୁଛନ୍ତି

ମହାରାଷ୍ଟ୍ରରେ ବର୍ଷା ପରର ଆସିଲା ଭୟଙ୍କର ଚିତ୍ର: ଗଛରେ ଲାଗିଛି କାର୍‌, ୧୫୦ ଜଣଙ୍କଠୁ ଅଧିକ ଲୋକଙ୍କ ଗଲାଣି ଜୀବନ

maharashtra rain

Advertisment

ମୁମ୍ବାଇ: ମହାରାଷ୍ଟ୍ରରେ ଜଳ ପ୍ରଳୟ । ଯୁଆଡ଼େ ଚାହିଁଲେ ଖାଲି ପାଣି ଆଉ ପାଣି। ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ସ୍ଥିତି ଏବେ ବୀ ଗମ୍ଭୀର ରହିଛି। ବର୍ଷା, ବନ୍ୟା ଓ ଭୂସ୍ଖଳନରେ ଦେଢ଼ ଶହରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଶତାଧିକ ନିଖୋଜ ଅଛନ୍ତି । ଉଦ୍ଧାର ଓ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ଉଦ୍ଧାରକାରୀ ଟିମ୍‌।

Advertisment

ମହାରାଷ୍ଟ୍ରରେ ବନ୍ୟା ବିଭୀଷିକା । ପ୍ରବଳ ବର୍ଷା ଓ ବନ୍ୟାରେ ଦେଢ଼ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ, ଶତାଧିକ ଏବେ ବି ନିଖୋଜ । ଚାରିଆଡ଼େ ଖାଲି ପାଣି ଆଉ ପାଣି। ରାଜ୍ୟରେ ଏବେ ବି ଗମ୍ଭୀର ରହିଛି ବନ୍ୟା ସ୍ଥିତି। ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି । ସ୍ଥଳସେନା, ନୌସେନା, ଏନଡ଼ିଆରଏଫ୍‌ ସମେତ ଅନ୍ୟ ଉଦ୍ଧାରକାରୀ ଦଳ ଜୋରଦାର ଅଭିଯାନ ଚଳାଇଛନ୍ତି। ବନ୍ୟାରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ସାଙ୍ଗଲି ଜିଲ୍ଲା। ରାସ୍ତା ଉପରେ ଅଣ୍ଟାଏ ଉଚ୍ଚର ପାଣି ଚାଲୁଥିବା ବେଳେ ଘରଦ୍ୱାର, ଗାଡ଼ି ମୋଟର ସବୁ କିଛି ପାଣିରେ ବୁଡ଼ି ରହିଛି। ସାଙ୍ଗଲି ସହର ମୁଖ୍ୟ ରାସ୍ତାରେ ଡଙ୍ଗା ଚାଲୁଛି। ମୋଟର ବୋଟ୍ ସହାୟତାରେ ବିପନ୍ନଙ୍କୁ ଉଦ୍ଧାର କରୁଛନ୍ତି ସ୍ଥଳସେନା ଓ ଏନଡ଼ିଆର୍‌ଏଫ୍‌ ଯବାନ। ସାଙ୍ଗଲି ଜିଲ୍ଲାର ସାଙ୍ଗଲିଓ୍ୱାଡ଼ି ଗାଁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ସେହିଭଳି କୋହ୍ଲାପୁର କୋଙ୍କଣ ଡିଭିଜନରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ଫଳରେ ବହୁ ଲୋକଙ୍କ ଜୀବନ ଯାଇଛି। ତେବେ ଏଭଳି ବର୍ଷା ବିତ୍ପାତ ପଛରେ ଗ୍ଲୋବାଲ୍ ଓ୍ୱାର୍ମିଂକୁ ଦାୟୀ କରିଛନ୍ତି ଆଇଏମଡ଼ି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର।

Advertisment

କୋହ୍ଲାପୁରର ଚିଖଳ ଅଞ୍ଚଳରେ ମଧ୍ୟ ବନ୍ୟା ସ୍ଥିତି ଗମ୍ଭୀର ରହିଛି। ଅନେକ ଅଞ୍ଚଳ ଜଳମଗ୍ନ ଥିବା ବେଳେ ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଏନଡ଼ିଆର୍‌ଏଫ୍ ଯବାନ ବୋଟ୍ ଯୋଗେ ବିଭିନ୍ନ ଅଞ୍ଚଳକୁ ଯାଇ ଲୋକଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର କରୁଛନ୍ତି। ବନ୍ୟା ପରିସ୍ଥିତିରେ ମଧ୍ୟ ଲୋକଙ୍କ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଉଛନ୍ତି ଯବାନ। କୋହ୍ଲାପୁରର ବଡାଙ୍ଗେ ଗାଁରେ ଜଣେ କରୋନା ରୋଗୀଙ୍କ ଅକ୍ସିଜେନ୍ ସ୍ତର କମ୍ ହୋଇଯିବାରୁ ତାଙ୍କୁ ତୁରନ୍ତ ବୋଟ୍ ଯୋଗେ ଉଦ୍ଧାର କରାଯାଇ ମୁଖ୍ୟ ରାସ୍ତାକୁ ନିଆଯାଇଥିଲା । ସେଠାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲ ନିଆଯାଇଛି । କେବଳ ସଧାରଣ ଲୋକେ ନୁହଁନ୍ତି, ବନ୍ୟାରେ ଫସି ରହିଥିବା ଜୀବ ଜନ୍ତୁଙ୍କୁ ମଧ୍ୟ ଉଦ୍ଧାର କରାଯାଉଛି। କୋହ୍ଲାପୁରର ସିରୋଲି ଅଞ୍ଚଳରେ ଏକ ହୋଟେଲ ଛାତ ଉପରେ ଫସି ରହିଥିବା ଏକ କୁକୁରକୁ ଉଦ୍ଧାର କରିଛନ୍ତି ଏନଡ଼ିଆରଏଫ୍ ଟିମ୍। ଉଦ୍ଧାର କାର୍ଯ୍ୟ ଲାଗି ଏନଡିଆରଏଫ୍ ପକ୍ଷରୁ ମହାରାଷ୍ଟ୍ରରେ ମୋଟ ୩୪ଟି ଟିମକୁ ମୁତୟନ କରାଯାଇଛି।

ବନ୍ୟା ଯୋଗୁଁ ଅନେକ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଗ୍ୟାରେଜ୍ ଗୁଡ଼ିକ ସଂପୂର୍ଣ୍ଣ ବୁଡ଼ିଯିବା ସହ ଅନେକ ଗାଡ଼ି ମୋଟର, ଜେସିବି ମେସିନ, ସବୁକିଛି ପାଣିରେ ବୁଡ଼ି ରହିଛି । ବନ୍ୟା ସାମାନ୍ୟ କମିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଜରୁରୀକାଳୀନ ସେବା ପାଇଁ ୪୮ ନମ୍ବର ଜାତୀୟ ରାଜପଥର ଗୋଟିଏ ଲେନକୁ ପ୍ରଶାସନ ପକ୍ଷରୁ ଖୋଲି ଦିଆଯାଇଛି।

Advertisment
India Maharashtra Heavy Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ