Advertisment

ପ୍ରବଳ ବର୍ଷା: ବୁଡ଼ିଲା କାର୍‌, ଭାସିଗଲେ ଲୋକେ

ତେବେ ଦିଲ୍ଲୀ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଛି ତାହା ଆହୁରି ଚିନ୍ତା ବଢାଇଛି। କୁହାଯାଉଛି ବର୍ଷାର ଏହି ପରିମାଣ ଆଜି ମଧ୍ୟ ରାତ୍ରର ପର୍ଯ୍ୟନ୍ତ ଲାଗୁରହିବ। ତେଣୁ ଆଗାମୀ ସମୟରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ। ରାସ୍ତାରେ ପ୍ରବଳ ପାଣି ଜମୁଥିବା କାରଣରୁ ବିଭିନ୍ନ ସ୍ଥାନରେ ପୌରନିଗମ ପକ୍ଷରୁ ମଟର ଲଗାଇ ପାଣି ନିଷ୍କାସନ କରାଯାଉଛି।

Delhi Rain

Delhi Rain

Advertisment

ନୂଆଦିଲ୍ଲୀ: ପ୍ରବଳ ବର୍ଷାରେ ବେହାଲ ହେଲାଣି ଦିଲ୍ଲୀ। ଆଜି ସକାଳୁ ଦିଲ୍ଲୀ ଏନସିଆରରେ ପ୍ରବଳ ବର୍ଷା ହେଉଛି। ଘନ ଘନ ବର୍ଷା ଯୋଗୁଁ ଅନ୍ଧକାରରେ ଅଛି ରାଜଧାନୀ। ସ୍ଥିତି ଏମିତି ହୋଇଛି ଯେ ସର୍ଯ୍ୟ ଦେବ ଦର୍ଶନ ବି ଦେଇନାହାନ୍ତି। ଯେଉଁ ଆଡ଼େ ଦେଖିବେ କେବଳ ପାଣି ହିଁ ପାଣି। ବର୍ଷା ଯୋଗୁଁ ଜାତୀୟ ରାଜପଥରେ ବି ଜମିରହିଛି ପାଣି। ଫଳରେ ରାସ୍ତାରେ ଯାନବାହାନ ଯିବା ଆସିବା ଗୋଟେ ପ୍ରକାର ବାନ୍ଦ ହୋଇଯାଇଛି। ପାଣି ଭିତରେ ଅନେକ ସ୍ଥାନରେ ଫସିରହିଛି ଗାଡ଼ି। ରାସ୍ତା ଉପରେ କାର୍ ବରର୍ନେଟ୍‌ ପର୍ଯ୍ୟନ୍ତ ପାଣିର ସୁଅ ଛୁଟୁଛି। ଆଉ ଅନେକ ତଳିଆ ଅଂଚଳରେ ସୁଅର ପ୍ରଭାବରେ ଲୋକମାନେ ଗାଡ଼ି ସହ କିଛି ବାଟ ଭାସିଯାଇଥିବା ସୂଚନା ମିଳିଛି।

Advertisment

ତେବେ ଦିଲ୍ଲୀ ପାଣିପାଗ ବିଭାଗ ଯେଉଁ ପୂର୍ବାନୁମାନ କରିଛି ତାହା ଆହୁରି ଚିନ୍ତା ବଢାଇଛି। କୁହାଯାଉଛି ବର୍ଷାର ଏହି ପରିମାଣ ଆଜି ମଧ୍ୟ ରାତ୍ରର ପର୍ଯ୍ୟନ୍ତ ଲାଗୁରହିବ। ତେଣୁ ଆଗାମୀ ସମୟରେ ସ୍ଥିତି ଆହୁରି ସଙ୍ଗୀନ ହୋଇପାରେ। ରାସ୍ତାରେ ପ୍ରବଳ ପାଣି ଜମୁଥିବା କାରଣରୁ ବିଭିନ୍ନ ସ୍ଥାନରେ ପୌରନିଗମ ପକ୍ଷରୁ ମଟର ଲଗାଇ ପାଣି ନିଷ୍କାସନ କରାଯାଉଛି।

Advertisment

ବର୍ଷା ପାଇଁ ଦିଲ୍ଲୀର AIIMS ଫ୍ଲାଏ ଓଭର, ହାଇଟ ହୋଟେଲ ରିଙ୍ଗ ରୋଡ, ସାବିତ୍ରୀ ଫ୍ଲାଏ ଓଭରର ଉଭୟ ପାର୍ଶ୍ୱ, ମହାରାଣୀ ବାଗ, ଧୁଲା କୁଆନରୁ ୧୧ ମୁର୍ତ୍ତୀ ରୋଡ, ଶାହାଜାହାନ ରୋଡ, ଆଇଟିଓର ଡବ୍ଲୁ ପଏଣ୍ଟ ଏବଂ ମଲଚାନ୍ଦ ଅଣ୍ଡରପାସ୍‌ରେ ଲୋକମାନେ ନାହିଁ ନଥିବାର ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ଭାରତୀୟ ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ, ଦିଲ୍ଲୀ, ଏନସିଆର-ଗୁରୁଗ୍ରାମ, ମାନସର, ଫରିଦାବାଦ, ବଲାଭଗଡ, ତୋଶାମ, ଭବାନୀ, ନର୍ନାଉଲ, ମହେନ୍ଦ୍ରଗଡ, କୋସଲିର ବିଚ୍ଛିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେଣୁ ଲୋକମାନେ ସତର୍କ ରହିବା ସହ ତଳିଆ ଅଂଚଳରେ ଥିବା ରାସ୍ତାରେ ନଯିବାକୁ ପ୍ରଶାସନ ସତର୍କ କରାଇ ଦେଇଛି। ସେପଟେ, ପ୍ରବଳ ବର୍ଷାକୁ ନଜରରେ ରଖି ଦିଲ୍ଲୀ ପ୍ରଶାସନିକ ସ୍ତରରେ ବୈଠକ ମଧ୍ୟ ବସିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ସମସ୍ତ ସୁବିଧା ଯୋଗାଇବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

Advertisment
India Delhi Rain
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ