Advertisment

୧୨୨ ବର୍ଷର ରେକର୍ଡ ଭାଙ୍ଗିଲା ୨୦୨୨ ମାର୍ଚ୍ଚର ଖରା, IMD ଜାରି କଲା ଅରେଞ୍ଜ ୱାର୍ଣ୍ଣିଂ

ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି।

undefined

Heat Wave Conditions In Delhi

Advertisment

ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦିଲ୍ଲୀରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଅସ୍ତବ୍ୟସ୍ତ ଜନଜୀବନ। ୪୧.୬ ଡିଗ୍ରୀ ସେଲସିୟସର ତାପମାତ୍ରା ସହ ଦିଲ୍ଲୀରେ ସତେ ଯେମିତି ଆକାଶରୁ ନିଆଁ ଖଣ୍ଡ ଖସୁଛି। ବଡ଼ କଥା ହେଉଛି ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ କଲେ ହିଁ ହିଟ୍ ୱେଭ୍ ବୋଲି ଘୋଷଣା କରାଯାଏ। ଦିଲ୍ଲୀରେ କିନ୍ତୁ ଏଥିରେ ବ୍ୟତିକ୍ରମ ଦେଖା ଦେଇଛି। ଏଠାରେ ୪୧ ଡିଗ୍ରୀ ତାପମାତ୍ରାରେ ଜନ ଜୀବନ ଏତେ ପ୍ରଭାବିତ ହୋଇଛି ଯେ, ଅସହ୍ୟ ହେଉଛି ଦୈନନ୍ଦିନ ଜୀବନଯାତ୍ରା।

Advertisment

ଦିଲ୍ଲୀରେ ବଢୁଥିବା ତାପମାତ୍ରା ଯୋଗୁ ଦିଲ୍ଲୀ ସ୍ଥିତ ଭାରତୀୟ ପାଣିପାଗ କେନ୍ଦ୍ର ଦିଲ୍ଲୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି। ଆସନ୍ତା ୨ ଦିନ ପାଇଁ ଦିଲ୍ଲୀ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଆଇଏମଡିର ଆକଳନ ଅନୁସାରେ, ଏହି ୨ ଦିନ ସିଭିୟର ହିଟ୍‌ ୱେଭ୍‌ର ସମ୍ମୁଖୀନ ହୋଇପାରନ୍ତି ଦିଲ୍ଲୀବାସୀ। ଏଠାରେ ରବିବାର ଏବଂ ସୋମବାର ଦିନ ଦିନର ତାପମାତ୍ରା ୪୨ ଡିଗ୍ରୀ ସେଲସିୟସ ଉପରେ ରହିପାରେ।

କେବଳ ଦିଲ୍ଲୀ କାହିଁକି ଉତ୍ତର ଭାରତର ଅନେକ ରାଜ୍ୟରେ ଏହି ଗ୍ରୀଷ୍ମ ଲହରି ପ୍ରବାହିତ ହେବ। ଏପ୍ରିଲ ଶେଷ ସପ୍ତାହ ଯାଏ ସ୍ଥିତିରେ କୌଣସି ପରିବର୍ତ୍ତନ ଆସିବ ନାହିଁ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମାର୍ଚ୍ଚ ତୁଳନାରେ ଏପ୍ରିଲରେ ମୁଣ୍ଡ ଫଟା ଖରା ସହିବେ ଲୋକେ। ତେଣୁ ଲୋକମାନେ ଏଥିପ୍ରତି ସତର୍କ ଓ ସଚେତନ ରହିବା ପାଇଁ ପରାମର୍ଶ ଦିଆଯାଇଛି। 

Advertisment

ଗତକାଲି ଦିଲ୍ଲୀର ଅନେକ ସ୍ଥାନରେ ଏହି ହିଟ୍ ୱେଭ୍ ପ୍ରବାହିତ ହୋଇଥିଲା। କିଛି ସ୍ଥାନରେ ତାପମାତ୍ରା ୪୧.୬ ଡିଗ୍ରୀଥିଲା। ଦିନର ସାଧାରଣ ତାପମାତ୍ରା ଠାରୁ ଏହା ୭% ଅଧିକ। ଯାହା ବିପଦପୂର୍ଣ୍ଣ ବୋଲି କୁହାଯାଏ। ପୂର୍ବ ବର୍ଷ ତୁଳନା ଅନୁସାରେ, ଚଳିତ ବର୍ଷ ଖରାର ପ୍ରକୋପ ବଢ଼ିବା ବେଶ୍ ଚିନ୍ତାଜନକ। ଦିଲ୍ଲୀର ସଫଦରଗଞ୍ଜ, ମୁଙ୍ଗେସପୁର, ନଜଫଗଡ଼, ପିତାମ୍ପୁରା, ସ୍ପୋର୍ଟ୍ସ କମ୍ଲେକ୍ସ ଅଞ୍ଚଳରେ ତାତିର ପ୍ରକୋପ ବଢିଛି। ଚଳିତ ବର୍ଷ ଦେଶରେ ଅଧିକ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ଦେଖିବାକୁ ମିଳିଛି। ୧୨୨ ବର୍ଷର ରେକର୍ଡ ଭାଙ୍ଗିଛି ୨୦୨୨ ମାର୍ଚ୍ଚର ଖରା ।

Heat Wave New Delhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ