Advertisment

ପୁଣି ହେବ ସ୍ୱାସ୍ଥ୍ୟ ପରୀକ୍ଷା, ଚିନୁକ ହେଲିକପ୍ଟରରେ AIIMS ସ୍ଥାନାନ୍ତର ହେଲେ ଶ୍ରମିକ

ଶ୍ରମିକଙ୍କମାନଙ୍କର ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ।

ଅଦ୍ୟତନ ହୋଇଛି
CHINUK HELICOPTOR

CHINUK HELICOPTOR

Advertisment

ଟନେଲରୁ ଉଦ୍ଧାର ସମସ୍ତ ୪୧ ଶ୍ରମିକଙ୍କୁ ଉତ୍ତରକାଶୀରୁ ରିଶିକେଶ ଏମସକୁ ଏୟାରଲିଫ୍ଟ କରାଯାଇଛି । ସେଠାରେ ଶ୍ରମିକଙ୍କମାନଙ୍କର ପୁଣି ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ରିଶିକେଶ ଏମସରେ ଶ୍ରମିକମାନେ ଦିନେ ଦୁଇଦିନ ରହିପାରନ୍ତି। ପରବର୍ତ୍ତୀ ସମୟରେ ନିଜ ନିଜ ଘରକୁ ଶ୍ରମିକମାନଙ୍କୁ ଫେରାଇବାକୁ ବ୍ୟବସ୍ଥା କରାଯିବ।

Advertisment

ସମସ୍ତ ଶ୍ରମିକମାନେ ସଂପୂର୍ଣ୍ଣ ଭାବେ ସୁସ୍ଥ ଅଛନ୍ତି। ମାନସିକ ଏବଂ ଶାରୀରିକ ଭାବେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ମେଡିକାଲରେ ଶ୍ରମିକମାନଙ୍କୁ ଭେଟିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଅନ୍ୟପଟେ ଶ୍ରମିକଙ୍କୁ ଭେଟିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ସଂଧ୍ୟା କିମ୍ବା ଆସନ୍ତାକାଲି ସକାଳେ ଶ୍ରମିକମାନଙ୍କୁ ଭେଟିବା ଲାଗି ଉତ୍ତରାଖଣ୍ଡ ଯାଇପାରନ୍ତି ମୋଦି।

ତେବେ ୪ ଶହରୁ ଅଧିକ ଘଣ୍ଟାର ମହା-ଅପରେସନ୍...୧୪୦ କୋଟି ଭାରତୀୟଙ୍କ ପ୍ରାର୍ଥନା....୭ରୁ ଅଧିକ ଏଜେନ୍ସିର ଅକ୍ଲାନ୍ତ ପରିଶ୍ରମ ପରେ ଅନ୍ଧାରୀ ଟନେଲ ଭିତରୁ ରକ୍ଷା ପାଇଛି ୪୧ ଜୀବନ । ସବୁ ଶ୍ରମ, ସବୁ ଉଦ୍ୟମ, ସବୁ ପ୍ରାର୍ଥନା ସଫଳ ହୋଇଛି । ରେସ୍କ୍ୟୁ ପାଇପ୍‌ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ସୁରକ୍ଷିତ ଭାବେ ଫେରିଛନ୍ତି ଜଣେ ପରେ ଜଣେ ସାହସୀ ଶ୍ରମିକ ।

Advertisment

ଅଭିଜ୍ଞ ରାଟ୍-ହୋଲ୍ ମାଇନର୍‌ଙ୍କ କଠିନ ପରିଶ୍ରମ ପରେ ଗତକାଲି ସନ୍ଧ୍ୟା ୭ଟା ୫ରେ ଫସିଥିବା ଶ୍ରମିକଙ୍କ ପାଖରେ ପହଞ୍ଚିଥିଲା ୮ଶହ ମିଲିମିଟର ଓସାରର ପାଇପ୍ । ମାଟି ଅତଡ଼ା ହଟାଇ ଉଦ୍ଧାରକାରୀମାନେ ଯେତେବେଳେ ଟନେଲ୍ ଭିତରେ ପହଞ୍ଚିଲେ, ସେମାନଙ୍କୁ ଦେଖି ଖୁସିରେ ଆତ୍ମହରା ହୋଇ ଉଠିଥିଲେ ୪୧ ଶ୍ରମିକ ।

ଶ୍ରମିକଙ୍କ ପାଖରେ ରେସ୍କ୍ୟୁ ପାଇପ୍‌ ପହଞ୍ଚିବା ପରେ ପ୍ରଥମେ ଏନ୍‌ଡିଆର୍‌ଏଫ୍‌ ଯବାନ ବାହାର ପଟୁ ଭିତରକୁ ଯାଇ ଶ୍ରମିକମାନଙ୍କ ସ୍ଥିତି ପରଖିବା ସହ ସେମାନେ କିପରି ପାଇପ୍‌ ଭିତର ଦେଇ ବାହାରି ପାରିବେ ତାହା ବୁଝାଇଥିଲେ । ଏହାପରେ ରେସ୍କ୍ୟୁ ପାଇପ୍‌ ଭିତର ଦେଇ ଗୁରୁଣ୍ଡି ଗୁରୁଣ୍ଡି ବାହାରିଥିଲେ ଜଣକ ପରେ ଜଣେ ସାହସୀ ଶ୍ରମିକ। 

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ