Advertisment

କାଲିଠୁ ମୌସୁମୀ ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ

କରୋନା କାଳରେ ଅଧିବେଶନ ବସୁଥିବାରୁ ସମସ୍ତ ସଦସ୍ୟ କୋଭିଡ୍ ପ୍ରୋଟୋକଲ ମାନିବାକୁ ହେବ ବୋଲି କୁହାଯାଇଛି। ଏଥିପାଇଁ ଗୃହରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ପୂର୍ବରୁ ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡୁ ଗୃହର ଫ୍ଲୋର ଲିଡର ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ଏଥିରେ ଉପସ୍ଥିତ ଥିଲେ।

କାଲିଠୁ ମୌସୁମୀ ଅଧିବେଶନ: ଆଜି ବସିବ ସର୍ବଦଳୀୟ ବୈଠକ

parliament

Advertisment

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ଆଜି ବସିବ ସର୍ବଦଳୀୟ ବୈଠକ। ବୈଠକ ନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଥିରେ ସାମିଲ ହୋଇପାରନ୍ତି ବୋଲି କୁହାଯାଇଛି। ସେପଟେ ସରକାରଙ୍କ ପକ୍ଷରୁ ଏନଡ଼ିଏର ବୈଠକ ମଧ୍ୟ ଆଜି ଡକାଯାଇଛି। ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବାବେଳେ ଅଗଷ୍ଟ ୧୩ରେ ଶେଷ ହେବ। ଏଥିରେ ୧୯ଟି କାର୍ଯ୍ୟ ଦିବସ ରହିବ। ଲୋକସଭା ଓ ରାଜ୍ୟସଭାରେ ଦିନ ୧୧ଟାରୁ ସଂଧ୍ୟା ୬ଟା ଯାଏ ଗୃହ କାର୍ଯ୍ୟ ଚାଲୁ ରହିବ ବୋଲି ସୂଚନା ମିଳିଛି।

Advertisment

କରୋନା କାଳରେ ଅଧିବେଶନ ବସୁଥିବାରୁ ସମସ୍ତ ସଦସ୍ୟ କୋଭିଡ୍ ପ୍ରୋଟୋକଲ ମାନିବାକୁ ହେବ ବୋଲି କୁହାଯାଇଛି। ଏଥିପାଇଁ ଗୃହରେ ସ୍ୱତନ୍ତ୍ର ଭାବେ ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହା ପୂର୍ବରୁ ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍. ଭେଙ୍କୟା ନାଇଡୁ ଗୃହର ଫ୍ଲୋର ଲିଡର ମାନଙ୍କ ସହ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଓ ଅନ୍ୟ କେନ୍ଦ୍ରମନ୍ତ୍ରୀ ଏଥିରେ ଉପସ୍ଥିତ ଥିଲେ।

Advertisment

ତେବେ ଆସନ୍ତା ସୋମବାରଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଅଧିବେଶନରେ ଶାସକ-ବିରୋଧୀ ମୁହାଁମୁହିଁ ହେବେ ବୋଲି ଏବେଠୁ ଜାତୀୟ ଗଣମାଧ୍ୟମରେ ବେଶ୍ ଚର୍ଚ୍ଚା ହେଉଛି। ଚଳିତ ଅଧିବେଶନରେ କୃଷି ଆଇନକୁ ନେଇ ସରକାରଙ୍କୁ ବିରୋଧୀମାନେ ଘେରିବାକୁ ପ୍ରସ୍ତୁତି ଚଳାଇଛନ୍ତି। ଆପ୍‌ର ରାଜ୍ୟସଭା ସାଂସଦ ସୁଶୀଲ ଗୁପ୍ତା କହିଛନ୍ତି, ୧୯ ଜୁଲାଇରୁ ଆରମ୍ଭ ହେଉଥିବା ଅଧିବେଶନରେ ଗୃହରେ ସମସ୍ତ ଆପ୍‌ ସାଂସଦମାନେ ଉପସ୍ଥିତ ରହିବେ ଏବଂ କେନ୍ଦ୍ର ସରକାର ଯେଉଁ କୃଷି ଆଇନ ଆଣିଛନ୍ତି ତାହା ଉପରେ ରୁଲିଂ ଦେବାକୁ ବାଚସ୍ପତିଙ୍କୁ କହିବୁ। ଆମେ ପୂର୍ବରୁ ବି ଦେଶର ପ୍ରତ୍ୟେକ ଚାଷୀ ଭାଇଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ କାମ କରୁଛୁ ଓ ଆଗାମୀ ଦିନରେ ବି ସେହି ଅନୁସାରେ କାମ କରିବୁ। କେବଳ ଏତିକି ନୁହେଁ ବରଂ ତୈଳଦର ଓ ରନ୍ଧନ ଗ୍ୟାସ ସହ ଅତ୍ୟାବଶ୍ୟକ ସାମଗ୍ରୀର ବୃଦ୍ଧିକୁ ନେଇ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିବୁ ବୋଲି ଆପ୍‌ ସାଂସଦ କହିଛନ୍ତି।

India News Monsoon Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ