ଭୋଟ ଦେବାକୁ ବୁଥ ଆଗରେ ଲମ୍ବା ଲାଇନ୍, ମୈଦାନରେ ହଜାରେ ଉପରେ ପ୍ରାର୍ଥୀ

ଆଜି ହରିୟାଣାରେ ବିଧାନସଭା ନିର୍ବାଚନ । ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି ।

Haryana Election

ଆଜି ହରିୟାଣାରେ ବିଧାନସଭା ନିର୍ବାଚନ । ୯୦ ବିଧାନସଭା ଆସନ ପାଇଁ ଆଜି ଭୋଟ ଗ୍ରହଣ ହେଉଛି । ୨ କୋଟିରୁ ଅଧିକ ଭୋଟର ମତ ଅଧିକାର ସାବ୍ୟସ୍ତ କରିବେ । ଏଥିପାଇଁ ସମସ୍ତ ବୁଥ ପ୍ରସ୍ତୁତ ଅଛି । ସକାଳୁ ଭୋଟ ଦେବାକୁ ଲୋକଙ୍କ ଭିଡ଼ ଜମିଲାଣି । ରାଜନୈତିକ ଦୃଷ୍ଟି କୋଣରୁ ଏହି ନିର୍ବାଚନ ବେଶ ଗୁରୁତ୍ୱପୂର୍ଣ୍ଣ ।

ବିଜେପି ଏଥର ନିର୍ବାଚନ ଜିତି ପୁଣି କ୍ଷମତାକୁ ଫେରିବାକୁ ଉଦ୍ୟମ କରୁଥିବା ବେଳେ କଂଗ୍ରେସ ହରିୟାଣା ହାତେଇବାକୁ ପ୍ରାଣମୁର୍ଚ୍ଛା ଉଦ୍ୟମ କରିଛି । ଆଜିର ଭୋଟିଂ ରେଜଲ୍ଟ କାହା ସପକ୍ଷରେ ଯାଉଛି ତା ଉପରେ ନଜର । ଏଥର ହରିୟାଣାରେ ମୁଖ୍ୟତଃ ତିନି ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଆପ୍ ମଧ୍ୟରେ ସିଧା ଲଢ଼େଇ ହେଉଛି ।

ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ । ହରିୟାଣାର ୯୦ ବିଧାନସଭା ଆସନ ପାଇଁ ଏଥର ମୈଦାନରେ ଅଛନ୍ତି ୧ ହଜାର ୩୧ ଜଣ ପ୍ରାର୍ଥୀ । ଭୋଟ ଗ୍ରହଣ ପାଇଁ ସାରା ରାଜ୍ୟରେ ୨୦ ହଜାର ୬୩୨ ପୋଲିଂ ବୁଥ କରାଯାଇଛି ।