ଖାକିରେ ଦାଗ ! ୯ କୋଟିର ବିଟକଏନ୍ ପାଇଁ ଅପରାଧୀ ପାଲଟିଗଲେ ଏଏସଆଇ

ରିୟାଣା ପୋଲିସର ସବ୍-ଇନ୍ସପେକ୍ଟର ୯ କୋଟି ଟଙ୍କା ମୂଲ୍ୟର ବିଟକଏନ୍ ପାଇଁ ଅପହରଣକାରୀ ହେବାକୁ ପଛାଇ ନାହାନ୍ତି । ସେ ତାଙ୍କର ଚାରିଜଣ ସହଯୋଗୀଙ୍କ ସହ ଜୟପୁରରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ତାଙ୍କ ମୋବାଇଲରୁ ୯ କୋଟି ଟଙ୍କା ମୂଲ୍ୟର ୩୦ ବିଟକଏନ୍ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରିନେଇଛନ୍ତି ।

ସାଙ୍କେତିକ ଚିତ୍ର

ଟଙ୍କା ପଛରେ ପାଗଳ ହୋ ଅପରାଧୀ ପାଲଟି ଗଲେ ପୋଲିସ୍ ଅଧିକାରୀ । ଲୋକଙ୍କ ରକ୍ଷା କରିବେ କ’ଣ, ଅପହରଣକାରୀ ସାଜିଲେ । ହରିୟାଣା ପୋଲିସର ସବ୍-ଇନ୍ସପେକ୍ଟର ୯ କୋଟି ଟଙ୍କା ମୂଲ୍ୟର ବିଟକଏନ୍ ପାଇଁ ଅପହରଣକାରୀ ହେବାକୁ ପଛାଇ ନାହାନ୍ତି । ସେ ତାଙ୍କର ଚାରିଜଣ ସହଯୋଗୀଙ୍କ ସହ ଜୟପୁରରୁ ଜଣେ ବ୍ୟକ୍ତିଙ୍କୁ ଅପହରଣ କରି ତାଙ୍କ ମୋବାଇଲରୁ ୯ କୋଟି ଟଙ୍କା ମୂଲ୍ୟର ୩୦ ବିଟକଏନ୍ ଅନ୍ୟ ଆକାଉଣ୍ଟକୁ ସ୍ଥାନାନ୍ତର କରିନେଇଛନ୍ତି । ସୋନିପତର ଆସିଷ୍ଟାଣ୍ଟ ସବ୍-ଇନ୍ସପେକ୍ଟର (ଏଏସଆଇ) ଶିବ କୁମାର ଏବଂ ପୋଲିସ୍ କର୍ମୀ ମୋନୁ ଏବଂ ତିନି ଜଣ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଅପହରଣ ଓ ନିର୍ଯାତନା ମାମଲା ରୁଜୁ ହୋଇଛି । ବର୍ତ୍ତମାନ ମାମଲାର ତଦନ୍ତ ଚାଲିଛି ।

ରାଜସ୍ଥାନର ସିକର ଜିଲ୍ଲାର ନିମ୍ ଅଞ୍ଚର ପୀଡିତ ଶଶିକାନ୍ତଙ୍କ ଅଭିଯୋଗ ଆଧାରରେ ପୋଲିସ ଏଫ୍ଆଇଆର୍ ରୁଜୁ କରିଛି ଏବଂ ଅଧିକ ତଦନ୍ତ ପାଇଁ ଅପରାଧୀଙ୍କୁ ଜୟପୁର ପଠାଇ ଦିଆଯାଇଛି । ତେବେ ପୀଡ଼ିତ ନିଜେ ମଧ୍ୟ ଜଣେ ପଳାତକ ଅପରାଧୀ, ତାଙ୍କ ବିରୋଧରେ ୨୦୧୩ରେ ସିର୍ସା ଠାରେ ଏକ ଠକେଇ ମାମଲା ରୁଜୁ ହୋଇଥିଲା ଏବଂ ତାଙ୍କୁ ମଧ୍ୟ ଗିରଫ କରାଯାଇଛି ।

ଶଶିକାନ୍ତଙ୍କ ବିବୃତ୍ତିକୁ ଆଧାର କରି ସୋନିପାଟ ପୋଲିସର ଏସଆଇ ଶିବ କୁମାର, ମୋନୁ ଏବଂ ଅନ୍ୟ ତିନିଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିବା କହିଛନ୍ତି ସିର୍ସା ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ବିକ୍ରମ । ମନ୍ଦ ଉଦ୍ଦେଶ୍ୟ ନେଇ ଅପହରଣ ପାଇଁ ଆଇପିସିର ଧାରା ୩୬୫ ଅନୁଯାୟୀ ଏକ ମାମଲା, ଆଇପିସିର ଧାରା ୩୮୪ ଅନୁଯାୟୀ ଏକ ମାମଲା ଏବଂ ଧାରା ୩୪ ଅନୁସାରେ ଏକ ମାମଲା ରୁଜୁ ହୋଇଛି ।

ପୀଡ଼ିତ ଡିଜିଟାଲ୍ କ୍ରିପ୍ଟୋକରେନ୍ସିରେ କାମ କରୁଥିବା କହିଛନ୍ତି । ଏହି କାରଣରୁ ସେ ଏଏସଆଇ ଶିବ କୁମାର ଏବଂ ମୋନୁଙ୍କ ସହିତ ପରିଚିତ ଥିଲେ । ଜାନୁୟାରୀ ୨୨ ଜୟପୁରର ଜଣେ ବନ୍ଧୁ ଫ୍ଲାଟରେ ଥିଲେ । ଆଉ ସେତେବେଳେ ଦୁଇଜଣ ପୋଲିସ ସେମାନଙ୍କ ସହଯୋଗୀଙ୍କ ସହ ଏକ କଳା ଏସୟୁଭି କାରରେ ଆସିଥିଲେ । ଏହା ପରେ ସେମାନେ ତାଙ୍କୁ ଅପହରଣ କରି ଖାରଖୋଡା ପୋଲିସ ଷ୍ଟେସନକୁ ନେଇଥିଲେ । କିନ୍ତୁ ସେଠାରେ ଥିବା ପୋଲିସ କହିଥିଲା, ଆମେ ବେଆଇନ ଭାବରେ କାହାକୁ ହେପାଜତରେ ରଖି ପାରିବୁ ନାହିଁ । ଏହା ପରେ ଏଏସଆଇ ଓ ତାଙ୍କ ସହଯୋଗୀ ଏକ ଫାର୍ମହାଉସରେ ବନ୍ଧକ ରଖିଥିଲେ ।

ଶଶିକାନ୍ତ କହିଛନ୍ତି , ଶିବ କୁମାର ପୀଡ଼ିତଙ୍କୁ ସ୍ତ୍ରୀଙ୍କୁ ଡକାଇ ୨୫ ଟି ବିଟକଏନ୍ ଦେବାକୁ କହିଥିଲେ । ଆଉ ଏହାରି ମଧ୍ୟରେ ସେମାନେ ମୋବାଇଲରୁ ଅନ୍ୟ ଏକ ଆକାଉଣ୍ଟକୁ ୩୦ ବିଟକଏନ୍ ସ୍ଥାନାନ୍ତର କରିଥିଲେ । ଏହି ବିଟକଏନ୍ ଗୁଡିକର ମୂଲ୍ୟ ପ୍ରାୟ ୯ କୋଟି ଟଙ୍କା । ତେବେ ଏବେ ଅଭିଯୋଗ ପରେ ଘଟଣାର ତଦନ୍ତ ହେଉଥିବା କୁହାଯାଇଛି ।