Advertisment

ବେଲ୍‌ ସତ୍ତ୍ୱେ ଜେଲ୍‌ରେ ରାତି କଟାଇବେ ରାଣା ଦମ୍ପତ୍ତି

ହନୁମାନ ଚାଳିଶା ବିବାଦ ଘଟଣାରେ ଗିରଫ ହୋଇ ଜେଲରେ ଥିବା ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଆଉ ଗୋଟିଏ ରାତି ଜେଲ୍‌ରେ କାଟିବାକୁ ପଡ଼ିବ।

undefined

Amravati MP Navneet Rana, her MLA husband

Advertisment

ରାଣା ଦମ୍ପତ୍ତିଙ୍କୁ ଜାମିନ୍ ମିଳିବା ସତ୍ତ୍ୱେ ଆଉ ଗୋଟେ ରାତି ଜେଲ୍‌ର ବନ୍ଦ କବାଟ ମଧ୍ୟରେ କାଟିବାକୁ ପଡ଼ିବ । ମୁମ୍ବାଇ ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଥିଲା ।

Advertisment

ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଏହି ଜାମିନ ମଞ୍ଜୁର କରିଥିଲେ । ତେବେ ଜାମିନ ପ୍ରଦାନ ସହ ରାଣା ଦମ୍ପତ୍ତିଙ୍କ ଆଗରେ ବିଭିନ୍ନ ସର୍ତ୍ତ ମଧ୍ୟ କୋର୍ଟ ରଖିଥିଲେ । ତଦନ୍ତ ପ୍ରକ୍ରିୟାରେ ବାଧା କିମ୍ବା ସାକ୍ଷୀକୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଜାମିନ ଖାରଜ ହେବ ବୋଲି କୋର୍ଟ କହିଥିଲେ ।

କାଗଜପତ୍ର କାମ ବିଳମ୍ବ ହୋଇଥିବାରୁ ରାଣା ଦମ୍ପତ୍ତି ସନ୍ଧ୍ୟା ସୁଦ୍ଧା ଜେଲ୍‌ରୁ ବାହାରି ପାରି ନାହାନ୍ତି। ତେଣୁ ଉଭୟଙ୍କୁ ଆଜି ରାତିରେ ଜେଲରେ ହିଁ ରହିବାକୁ ହେବ। ଆସନ୍ତାକାଲି ସେମାନେ ଜେଲକୁ ମୁକୁଳିବେ ବୋଲି ସୂଚନା ମିଳିଛି ।

Advertisment

ଉଭୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତଶ୍ରୀ ଆଗରେ ହନୁମାନ ଚାଳିଶା ବୋଲିବେ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଶିବସେନାର କର୍ମୀମାନେ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ । ପରେ ଆଇନଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।

ତେବେ ରାଣା ଦମ୍ପତ୍ତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଥିଲା । ବିଜେପି ରାଣା ଦମ୍ପତ୍ତିଙ୍କ ସପକ୍ଷରେ ବାହାରିଥିବା ବେଳେ ଶିବସେନା ସରକାରକୁ କଡ଼ା ସମାଲୋଚନା କରିଥିଲା ।

Advertisment
Hanuman Chalisa Row MP-MLA Couple
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ