Astrospeak
  • Live TV
  • Read In English

ହନୁମାନ ଚାଳିଶା ବିବାଦ ମାମଲା : ରାଣା ଦମ୍ପତ୍ତିଙ୍କୁ ମିଳିଲା ଜାମିନ୍

ସାଂସଦ ନବନୀତ ରାଣା ଓ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ଜାମିନ୍ ପ୍ରଦାନ କରାଯାଇଛି ।

Amravati MP Navneet Rana, her MLA husband
Amravati MP Navneet Rana, her MLA husband

News Summary

ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ କଲେ ଜାମିନ୍ ମଞ୍ଜୁର

ତଦନ୍ତ ପ୍ରକ୍ରିୟାରେ ବାଧା କିମ୍ବା ସାକ୍ଷୀକୁ ପ୍ରଭାବିତ କଲେ ଖାରଜ ହେବ ଜାମିନ୍

ରାଣା ଦମ୍ପତ୍ତିଙ୍କୁ ଜାମିନ୍ । ମୁମ୍ବାଇ ହନୁମାନ ଚାଳିଶା ବିବାଦ ମାମଲାରେ ଗିରଫ ସାଂସଦ ନବନୀତ ରାଣା ଓ ତାଙ୍କ ସ୍ୱାମୀ ତଥା ବିଧାୟକ ରବି ରାଣାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଜାମିନ ମଞ୍ଜୁର କରିଛନ୍ତି । ତେବେ ଜାମିନ ପ୍ରଦାନ ସହ ରାଣା ଦମ୍ପତ୍ତିଙ୍କ ଆଗରେ ବିଭିନ୍ନ ସର୍ତ୍ତ ରଖିଛନ୍ତି କୋର୍ଟ । ତଦନ୍ତ ପ୍ରକ୍ରିୟାରେ ବାଧା କିମ୍ବା ସାକ୍ଷୀକୁ ପ୍ରଭାବିତ କରିବାକୁ ଚେଷ୍ଟା କଲେ ଜାମିନ ଖାରଜ ହେବ ବୋଲି ଶୁଣାଇଛନ୍ତି କୋର୍ଟ ।

ଏପରକି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବାରୁ ନିବୃତ୍ତ ରହିବାକୁ କୋର୍ଟ ଆଦେଶ ଦେଇଛନ୍ତି । ଅମରାବତୀର ସ୍ୱାଧୀନ ସାଂସଦ ନବନୀତ ରାଣା ଓ ତାଙ୍କ ବିଧାୟକ ସ୍ୱାମୀ ରବି ରାଣାଙ୍କୁ ଏପ୍ରିଲ୍ ୨୩ ତାରିଖ ଦିନ ଖାର୍ ଥାନା ପୁଲିସ ଗିରଫ କରିଥିଲା ।

ଉଭୟ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତଶ୍ରୀ ଆଗରେ ହନୁମାନ ଚାଳିଶା ବୋଲିବେ ବୋଲି ଘୋଷଣା କରିଥିଲେ । ଏହାକୁ ନେଇ ଶିବସେନାର କର୍ମୀମାନେ ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିଥିଲେ । ପରେ ଆଇନଶୃଙ୍ଖଳା ସ୍ଥିତି ଆଶଙ୍କା କରି ପୋଲିସ ଉଭୟଙ୍କୁ ଗିରଫ କରିଥିଲା ।

ତେବେ ରାଣା ଦମ୍ପତ୍ତିଙ୍କୁ ଗିରଫ ପରେ ଏହାକୁ ନେଇ ମହାରାଷ୍ଟ୍ର ରାଜନୀତି ତେଜିବାରେ ଲାଗିଥିଲା । ବିଜେପି ରାଣା ଦମ୍ପତ୍ତିଙ୍କ ସପକ୍ଷରେ ବାହାରିଥିବା ବେଳେ ଶିବସେନା ସରକାରକୁ କଡ଼ା ସମାଲୋଚନା କରିଥିଲା ।