Advertisment

ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ! କଡା ସୁରକ୍ଷା ବଳୟ ମଧ୍ୟରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ

ମହାରାଷ୍ଟ୍ରରେ ପୁଣି ଥରେ ଆରମ୍ଭ ହୋଇଯାଇଛି ମହାନାଟକ । କଡା ସୁରକ୍ଷା ଘେରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ।

ଅଦ୍ୟତନ ହୋଇଛି
Hanuman chalisa row: High security at Maharashtra CM home on MLA-MP couple plan

Hanuman chalisa row: High security at Maharashtra CM home on MLA-MP couple plan

Advertisment

ମହାରାଷ୍ଟ୍ରରେ ପୁଣି ଥରେ ଆରମ୍ଭ ହୋଇଯାଇଛି ମହାନାଟକ । କଡା ସୁରକ୍ଷା ଘେରରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାନ୍ଦ୍ରା ସ୍ଥିତ ବାସଭବନ ‘ମାଟୋଶ୍ରୀ’ ଆଗରେ କଡା ସୁରକ୍ଷା ପ୍ରଦାନ ପାଇଁ ମୁମ୍ବାଇ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । 

Advertisment

ବିଧାନସଭା ସଦସ୍ୟ ତଥା ବିଧାୟକ ରବି ରାଣା ଏବଂ ତାଙ୍କ ପତ୍ନୀ ତଥା ସାଂସଦ ନବନୀତ୍ ରାଣା ମୁଖ୍ୟମନ୍ତ୍ରୀଙ୍କ ଘର ସାମ୍ନାରେ ହନୁମାନ ଚାଳିଶା ପାଠ କରିବାକୁ ଘୋଷଣା କରିଥିଲେ । ଏହାସହ ସେ କହିଥିଲେ ନିଜେ ମୁଖ୍ୟମନ୍ତ୍ରୀ ବି ତାଙ୍କୁ ହନୁମାନ ଚାଳିଶା ପାଠ କରିବାରେ ଅଟକାଇ ପାରିବେ ନାହିଁ । ଉଭୟ ରାଣା ଦମ୍ପତ୍ତିଙ୍କ ବୟାନ୍‌ ପରେ ଚର୍ଚ୍ଚା ଜୋର ଧରିଛି । ରାଣା ଦମ୍ପତ୍ତିଙ୍କ ଏହି ଘୋଷଣା ମହଙ୍ଗା ପଡିବା ସହ ତାଙ୍କୁ ସମସ୍ୟା ଘେରରେ ପକାଇଦେଇଛି ।

ଦମ୍ପତ୍ତିଙ୍କ ଏହି ଘୋଷଣା ପରେ ତାଙ୍କୁ ଶିବଶେନା କର୍ମୀଙ୍କ ଆକ୍ରୋଶର ସାମ୍ନା କରିବାକୁ ପଡିଛି । ଯାହା ପରେ ଆଜି ଶିବଶେନା କର୍ମୀ ତାଙ୍କ ବାସଭବନ ଘେରାଉ କରିବା ସହ ଘର ଆଗରେ ପ୍ରତିବାଦ କରି ଶିବସେନା କର୍ମୀମାନ ଧାରଣାରେ ବସିଛନ୍ତି । ତଥାପି ତାଙ୍କ ବାସଭବନକୁ ଧସେଇ ପଶିଲେ ଶିବସେନାର କର୍ମୀମାନେ । ଏହାରି ମଧ୍ୟରେ ପୋଲିସ୍ ଓ ଶିବଶେନା କର୍ମୀମାନେ ମୁହାଁମୁହିଁ ହୋଇଛନ୍ତି ।

Advertisment

‘ମହାରାଷ୍ଟ୍ର ନବନିର୍ମାନ୍ ସେନା’ ଦଳର ରାଜ ଠାକରେ ମସଜିଦଗୁଡିକରେ ଆଜାନ୍ (ମୁସଲିମ୍ ପ୍ରାର୍ଥନା) ପାଠ ପାଇଁ ଲାଉଡ ସ୍ପିକର ବ୍ୟବହାରକୁ ବିରୋଧ କରିଥିଲେ । ଏହାସହ ସେ କହିଥିଲେ ଯେ, ଯଦି ସରକାର ମସଜିଦରେ ଲାଗିଥିବା ଲାଉଡ ସ୍ପିକରକୁ ନ ହଟାନ୍ତି ତେବେ ମସଜିଦରେ ସାମନାରେ ଲାଉଡ ସ୍ପିକର ଲଗାଇ ଆମେ ହନୁମାନ ଚାଳିଶା ପଢିବୁ । ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା ।

ଏନେଇ ସେ ଗଣମାଧ୍ୟମକୁ କହିଛନ୍ତି ଯେ, “ଉଦ୍ଧବ ସାହେବ ହିନ୍ଦୁତ୍ୱକୁ ଭୁଲି ଯାଇଛନ୍ତି, ଏଥିପାଇଁ ସେ ଭୋଟ୍ ମଧ୍ୟ ପାଇଥିଲେ । ସେ ବାଲାସାହେବଙ୍କ ଶିକ୍ଷାକୁ ମଧ୍ୟ ଭୁଲି ଯାଇଛନ୍ତି। ତେଣୁ, ବାଲାସାହେବଙ୍କ ଶିକ୍ଷାକୁ ମନେ ପକାଇବା ପାଇଁ ଆମେ ମାଟୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବୁ । ଆମେ ଶାନ୍ତିପୂର୍ଣ୍ଣ ଭାବେ ଯିବା ଏବଂ ମୁମ୍ବାଇବାସୀଙ୍କ ପାଇଁ କୌଣସି ଅସୁବିଧା ସୃଷ୍ଟି କରିବୁ ନାହିଁ ’’।

Advertisment

ଏନେଇ ବିଧାନସଭା ସଦସ୍ୟ ରବି ରାଣା କହିଛନ୍ତି ଯେ, ‘ପୋଲିସ ଆମକୁ ଘର ବାହାରକୁ ଯିବାକୁ ଅନୁମତି ଦେଉନାହିଁ। ଶିବସେନା କର୍ମଚାରୀମାନେ ଆମ ବାସଭବନ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛନ୍ତି। ଆମେ ସବୁବେଳେ 'ମାଟୋଶ୍ରୀ'କୁ ଏକ ମନ୍ଦିର ବୋଲି ଭାବୁଛୁ।’

ଏହି ଅଭିଯୋଗ ନେଇ ବିଧାୟକଙ୍କ ନିଜ ଫେସବୁକରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ ସ୍ପଷ୍ଟ ଜଣାପଡିଛି ଯେ,ପୋଲିସ ସେମାନଙ୍କୁ ଛାଡୁନାହିଁ ।

ସେହିସମୟରେ ଶିବସେନା ନେତା କିଶୋରୀ ପେଡନେକର ସିଏମଙ୍କ ଘର ବାହାରେ ଗଣମାଧ୍ୟମଙ୍କୁ କହିଛନ୍ତି, "ଆମେ ଅପେକ୍ଷା କରିଚୁ, ହନୁମାନ ଚାଳିଶା ପାଠ କରିବୁ। ଆମେ ସେମାନଙ୍କୁ ଶିକ୍ଷା ଦେବୁ।"

ଏନେଇ ଶିବସେନା ନେତା ଅନୁଲ ଦେଶାଇ କହିଛନ୍ତି ଯେ, ‘ସେମାନେ (ବିଧାୟକ ରବି ରାଣା ଏବଂ ସାଂସଦ ନବନୀତ୍ ରାଣା) ଆଇନ ଶୃଙ୍ଖଳା ପରିସ୍ଥିତିକୁ ଚ୍ୟାଲେଞ୍ଜ କରିଛନ୍ତି। ସେମାନଙ୍କୁ ଏଥିପାଇଁ କେହି ଉସୁକାଇଛନ୍ତି । ଶିବସେନା କର୍ମୀମାନେ 'ମାଟୋଶ୍ରୀ'ର ସୁରକ୍ଷା ପାଇଁ ଏଠାରେ ଅଛନ୍ତି ।’

Maharashtra CM Uddhav Thackeray Hanuman Chalisa Row Maharashtra CM
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ