Advertisment

ଫ୍ୟାଶନ ଶୋ’ ଭେନ୍ୟୁରେ ଭୟଙ୍କର ବିସ୍ଫୋରଣ, କାର୍ଯ୍ୟକ୍ରମରେ ଯୋଗ ଦେଇଥାନ୍ତେ ଅଭିନେତ୍ରୀ ସନ୍ନି ଲିଓନୀ

ଫ୍ୟାଶନ ଶୋ’ ଭେନ୍ୟୁରେ ଭୟଙ୍କର ବିସ୍ଫୋରଣ। ଏହି ଫ୍ୟାଶନ ଶୋ’ରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡ଼ିଛି।

ଅଦ୍ୟତନ ହୋଇଛି
 Hand grenade blast at fashion show venue

Hand grenade blast at fashion show venue

Advertisment

ଫ୍ୟାଶନ ଶୋ’ ଭେନ୍ୟୁରେ ଭୟଙ୍କର ବିସ୍ଫୋରଣ। ମଣିପୁରର ରାଜଧାନୀ ଇମ୍ଫାଲ ପୂର୍ବ ଜିଲ୍ଲାର ହପ୍ତା କାଙ୍ଗଜିବଙ୍ଗରେ ଆଜି ସକାଳ ୬ଟାରେ ହ୍ୟାଣ୍ଡ୍‌ ଗ୍ରେନେଡ ବିସ୍ଫୋରଣ ହୋଇଛି। ସବୁଠାରୁ ବଡ଼ କଥା, ଏହି ଫ୍ୟାଶନ ଶୋ’ରେ ବଲିଉଡ୍‌ ଅଭିନେତ୍ରୀ ସନ୍ନି ଲିଓନୀ ଯୋଗ ଦେବାର କାର୍ଯ୍ୟକ୍ରମ ଥିଲା ବୋଲି ଜଣାପଡ଼ିଛି। ବିସ୍ଫୋରଣରେ କେହି ଆହତ ହୋଇନଥିବା ପୋଲିସ୍‌ ସୂଚନା ଦେଇଛି। ପୋଲିସ୍‌ ଘଟଣାର ତଦନ୍ତ ଚଳାଇଛି।

Advertisment

ସୂଚନା ଅନୁସାରେ, ଆସନ୍ତାକାଲି ହେବାକୁ ଥିବା ଫ୍ୟାଶନ ପରେଡ୍‌ରେ ଅଭିନେତ୍ରୀ ସନ୍ନି ଲିଓନୀ ଯୋଗଦେବାର କାର୍ଯ୍ୟକ୍ରମ ଥିଲା। ହେଲେ ତା’ ପୂର୍ବରୁ ଏହି ବିସ୍ଫୋରଣ ହୋଇଛି। ହ୍ୟାଣ୍ଡଲୁମ୍‌ ଖଦି ଓ ଟୁରିଜିମ୍‌କୁ ପ୍ରମୋଟ କରିବା ପାଇଁ ହାଉସ୍‌ ଅଫ୍‌ ଅଲି ପକ୍ଷରୁ ଏହି ଫ୍ୟାଶନ ପରେଡ୍‌ ଆୟୋଜନ କରାଯାଉଛି।

ଜାନୁଆରୀ ୨୫ରେ ହୋଇଥିଲା ବିସ୍ଫୋରଣ...

ଏହା ପୂର୍ବରୁ ମଣିପୁରର ଉଖରୁଲ ଜିଲ୍ଲାରେ ଜାନୁଆରୀ ୨୫ରେ ବିସ୍ଫୋରଣ ହୋଇଥିଲା। ସନ୍ଧ୍ୟା ସାଢ଼େ ୫ଟାରେ ଗାନ୍ଧି ସର୍କଲରେ ଆଇଡି ବ୍ଲାଷ୍ଟ୍‌ ହୋଇଥିଲା। ଏଥିରେ ନିକଟରେ ଥିବା କାର୍‌ ଗୁଡ଼ିକ କ୍ଷତିଗ୍ରସ୍ତ ହୋଇଥିଲା। ବିସ୍ଫୋରଣ ଏତେ ଜୋର ଥିଲା ୨ କି.ମି. ପର୍ଯ୍ୟନ୍ତ ଏହି ଶବ୍ଦ ଶୁଣିବାକୁ ମିଳିଥିଲା। 

Advertisment
Sunny Leone
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ