Advertisment

ଜ୍ଞାନବାପି ମସଜିଦରେ ସରିଲା ତିନିଦିନିଆ ଭିଡିଓ ସର୍ଭେ

ମସଜିଦ୍ ଭିତରୁ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷଙ୍କ ଦାବି ପରେ ସଂପୃକ୍ତ ସ୍ଥାନକୁ ସିଲ୍ ପାଇଁ ବାରଣାସୀ କୋର୍ଟଙ୍କ ନିର୍ଦ୍ଦେଶ

ଅଦ୍ୟତନ ହୋଇଛି
Gyanvapi Masjid

Gyanvapi Masjid

Advertisment

ଉତ୍ତର ପ୍ରଦେଶ ବାରାଣସୀର ପ୍ରସିଦ୍ଧ ଜ୍ଞାନବାପୀ ମସଜିଦରେ ଭିଡିଓ ସର୍ବେକ୍ଷଣ ସମ୍ପୂର୍ଣ୍ଣ ହୋଇଛି । କିଭଳି ସ୍ଥିତିରେ ରହିଛି ଜ୍ଞାନବାପି ମସଜିଦର ଚର୍ଚ୍ଚିତ ପଶ୍ଚିମ କାନ୍ଥ? ମସଜିଦର କାନ୍ଥରେ ଅଧିଷ୍ଠିତ ହିନ୍ଦୁ ଦେବାଦେବୀ ଅଛନ୍ତି କି ? ଧର୍ମସ୍ଥଳୀ ପରିସରରେ ରହିଛି ଆଉ କେଉଁ କେଉଁ ରହସ୍ୟ? ଆଜି ମସଜିଦ୍ ପରିସରରେ ତୃତୀୟ ଦିନର ଭିଡିଓଗ୍ରାଫି ସହ ଶେଷ ହୋଇଛି ଏସବୁ ସର୍ଭେ କାମ । ସର୍ଭେ ଶେଷ ହୋଇଥିବା ବେଳେ ମସଜିଦ୍ ପରିସରରୁ କିଛି ଚାଞ୍ଚଲ୍ୟକର ପ୍ରମାଣ ମିଳିଥିବା ଦାବି କରାଯାଉଛି ।

Advertisment

ବାରାଣସୀ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସୂଚନା ଅନୁସାରେ ଦୀର୍ଘ ଦୁଇ ଘଣ୍ଟା ଧରି ସର୍ଭେ ଚାଲିଥିଲା । ଏହା ପରେ କୋର୍ଟ କମିଶନଙ୍କ ପକ୍ଷରୁ ସର୍ଭେ କାମ ବନ୍ଦ କରି ଦିଆଯାଇଛି । ଏହି ସର୍ଭେକୁ ନେଇ ଉଭୟ ପକ୍ଷ ସନ୍ତୁଷ୍ଟ ଥିବା କୁହାଯାଉଥିବା ବେଳେ ଆସନ୍ତାକାଲି କୋର୍ଟରେ ସର୍ଭେ ରିପୋର୍ଟ ଦାଖଲ କରିବେ କୋର୍ଟ କମିଶନ । ସେପଟେ ମସଜିଦ୍ ପରିସରରେ ଶିବ ଲିଙ୍ଗ ମିଳିଥିବା ନେଇ ଦାବି କରିଛନ୍ତି ଆବେଦନକାରୀ ସୋହନ ଲାଲ୍ ଆର୍ଯ୍ୟା ।

ମସଜିଦ୍ ଭିତରୁ ଶିବଲିଙ୍ଗ ମିଳିବା ନେଇ ହିନ୍ଦୁ ପକ୍ଷଙ୍କ ଦାବି ପରେ ସଂପୃକ୍ତ ସ୍ଥାନକୁ ସିଲ୍ ପାଇଁ ବାରଣାସୀ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ୟପଟେ ଏହି ମାମଲାରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ଶୁଣାଣି ହୋଇପାରେ । ଜ୍ଞାନବାପୀ ମସଜିଦର ପରିସରରେ ସର୍ଭେ କାମକୁ ବିରୋଧ କରି ସୁପ୍ରିମକୋର୍ଟରେ ମସଜିଦ କମିଟି ପକ୍ଷରୁ ଚ୍ୟାଲେଞ୍ଜ କରାଯାଇଛି ।

Advertisment
Gyanvapi Masjid
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ