Advertisment

ଜ୍ଞାନବାପୀରେ ପୂଜା ଆରମ୍ଭ ପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମସଜିଦ୍‌ କମିଟି

ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି।

ଅଦ୍ୟତନ ହୋଇଛି
Gyanbapi Mosque

Gyanbapi Mosque

Advertisment

ହାଇକୋର୍ଟର ଦ୍ୱାରସ୍ଥ ହେଲେ ଜ୍ଞାନବାପୀ ମସଜିଦ୍‌ର କମିଟି ସଦସ୍ୟ। ବାରଣାସୀ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଗତକାଲି ମୁସଲିମ ସଂପ୍ରଦାୟଙ୍କ ପକ୍ଷରୁ କୁହାଯାଇଥିଲା ଯେ ବାରାଣାସୀ ଜିଲ୍ଲା କୋର୍ଟଙ୍କ ନିର୍ଦ୍ଦେଶ କେତେକ ଦିଗକୁକୁ ଅଣଦେଖା କରି ରାୟ ଦେଇଥିବାରୁ ସେମାନେ ଆହ୍ଲାବାଦ ହାଇକୋର୍ଟଙ୍କ ନିକଟକୁ ଯିବେ।

Advertisment

ଅଯୋଧ୍ୟା ସ୍ୱପ୍ନ ପୂରା ହେବା ପରେ, କାଶୀକୁ ନେଇ ଜାଗିଲା ଆଶା। ଜ୍ଞାନବାପୀ ମନ୍ଦିର-ମସଜିଦ ବିବାଦ ମାମଲାରେ ବଡ଼ ରାୟ ଆସିଛି । ହିନ୍ଦୁ ପକ୍ଷଙ୍କୁ ପୂଜାର୍ଚ୍ଚନା ଲାଗି ଅନୁମତି ଦେଇଛନ୍ତି ବାରାଣସୀ କୋର୍ଟ। ୩ ଦଶନ୍ଧି ପରେ ପୁଣି ଥରେ ଏଠାରେ ଶୁଭିବ ମନ୍ତ୍ରପାଠ ଓ ଭୋଗରାଗ ହେବ।

ଉତ୍ତରପ୍ରଦେଶ ବାରାଣସୀ ଜ୍ଞାନବାପୀ ମସଜିଦ ପରିସରରେ ଥିବା ଦେବଦେବୀଙ୍କ ମୂର୍ତ୍ତିକୁ ପୂଜାର୍ଚ୍ଚନା ପାଇଁ ହିନ୍ଦୁ ପକ୍ଷକୁ ମିଳିଛି ଅଧିକାର। ସେଥିପାଇଁ ୭ ଦିନ ଭିତରେ ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ବାରାଣସୀ ଜିଲ୍ଲା କୋର୍ଟ। କାଶୀ ବିଶ୍ୱନାଥ ଟ୍ରଷ୍ଟ ବୋର୍ଡ ଦ୍ୱାରା ନିର୍ଦ୍ଧାରିତ ପୂଜକ ଦକ୍ଷିଣ ପାର୍ଶ୍ୱ ବେସମେଣ୍ଟରେ ଥିବା ଦେବଦେବୀଙ୍କ ମୂର୍ତ୍ତିର ପୂଜାର୍ଚ୍ଚନା ଓ ଭୋଗରାଗ କରିପାରିବେ ବୋଲି ନିର୍ଦ୍ଦେଶ ରହିଛି।

Advertisment

କୋର୍ଟଙ୍କ ଏହି ରାୟ ପରେ, ସାରା ବାରାଣସୀରେ ଖୁସିର ଲହରି। ହର ହର ମହାଦେବ ନାରାରେ ପ୍ରକଂପିତ ପରିବେଶ। ଆଉ କୋର୍ଟ ବାହାରର ଦୃଶ୍ୟ ଥିଲା କିଛି ଅଲଗା। ହିନ୍ଦୁ ପକ୍ଷ ଆଇନଜୀବୀ ଓ ଅନ୍ୟ ସାମାଜିକ କର୍ମୀ ମାନେ ଦୀର୍ଘ ଦିନର ଅଧିକାର ଫେରିପାଇବା ଖୁସିକୁ ସେଲିବ୍ରେଟ୍ କରିଥିଲେ। ବର୍ଷ ବର୍ଷ ପୂର୍ବରୁ ଯେଉଁ ଐତିହାସିକ ଭୁଲ୍ ହୋଇଥିଲା ତା’ର ସଂଶୋଧନ ହୋଇଛି । ଏହାଠୁ ବଳି ଖୁସିର କଥା କିଛି ନାହିଁ ବୋଲି କହିଛନ୍ତି ବାରାଣସୀବାସୀ। ସେପଟେ ମୁସଲିମ ପକ୍ଷ ଏହି ରାୟକୁ ଚାଲେଞ୍ଜ କରି ଅହ୍ଲାବାଦ ହାଇକୋର୍ଟ ଯିବେ ବୋଲି କହିଛି।

ଜ୍ଞାନବାପୀ ବାହାରୁ ମସଜିଦ ଲାଗୁଥିଲେ ବି, ଏଠି ସୁସ୍ପଷ୍ଟ ମନ୍ଦିରର ସ୍ଥିତି। ଦାବି ହୁଏ ସପ୍ତଦଶ ଶତାବ୍ଦୀରେ ଔରଙ୍ଗଜେବ୍ ଦ୍ୱାରା କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଥିବା ବିଶ୍ୱେଶ୍ୱର ମନ୍ଦିରକୁ ଭାଙ୍ଗି ମସଜିଦ୍ ନିର୍ମାଣ କରାଯାଇଥିଲା। ଜ୍ଞାନବାପୀ ପରିସରରରେ ଏବେ ବି ମନ୍ଦିରର ଭଗ୍ନାବଶେଷ ରହିଛି। କାନ୍ଥରେ ଶୃଙ୍ଗାର ଗୌରୀ, ଗଣେଶ, ହନୁମାନ, ନନ୍ଦି ଆଦି ଦେବଦେବୀଙ୍କର ମୂର୍ତ୍ତି ରହିଛି।

Advertisment

ବର୍ଷକୁ ଥରେ ଏଠାରେ ପୂଜାର୍ଚ୍ଚନା ହୋଇଥାଏ। ତେବେ ଦୈନିକ ପୂଜାର୍ଚ୍ଚନା ଅନୁମତି ଦାବିରେ ବାରଣାସୀ କୋର୍ଟରେ ଆବେଦନ ହେବା ପରେ, ଏହା ଦୀର୍ଘ ବର୍ଷ ଧରି ଆଇନଗତ ପ୍ରକ୍ରିୟାରେ ଛନ୍ଦି ହୋଇ ରହିଥିଲା। ଜ୍ଞାନବାପୀ ପରିସରର ଭିଡିଓ ସର୍ଭେ ପାଇଁ ବାରାଣସୀ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ କରି ମୁସଲିମ ପକ୍ଷ ସୁପ୍ରିମକୋର୍ଟକୁ ଯାଇଥିଲେ ମଧ୍ୟ, ସେମାନଙ୍କୁ ନିରାଶ ହେବାକୁ ପଡ଼ିଥିଲା।

Allahabad High Court Gyanbapi Mosque
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ