Advertisment

ଜିଲ୍ଲାପାଳଙ୍କ ଧମକ- ‘ଟିକାକରଣରେ ବିଳମ୍ବ ହେଲେ ଫାଶୀରେ ଝୁଲାଇ ଦେବି’

କରୋନା ଟିକାକରଣ ସମ୍ପୂର୍ଣ୍ଣ ନହେବା ନେଇ ରାଗିଗଲେ ଜିଲ୍ଲାପାଳ। ଏପରିକି ଅଧିକାରୀଙ୍କୁ ଫାଶୀରେ ଝୁଲାଇବା ଭଳି ଧମକ ଦେବାକୁ ମଧ୍ୟ ସେ ପଛାଇ ନାହାନ୍ତି। ମଧ୍ୟପ୍ରଦେଶ ଗ୍ୱାଲିୟରର ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ ଏଭଳି ଧମକ ଦେଇଛନ୍ତି।

Collector Threaten To Official

Collector Threaten To Official

Advertisment

ଭୋପାଳ: କରୋନା ଟିକାକରଣ ସମ୍ପୂର୍ଣ୍ଣ ନହେବା ନେଇ ରାଗିଗଲେ ଜିଲ୍ଲାପାଳ। ଏପରିକି ଅଧିକାରୀଙ୍କୁ ଫାଶୀରେ ଝୁଲାଇବା ଭଳି ଧମକ ଦେବାକୁ ମଧ୍ୟ ସେ ପଛାଇ ନାହାନ୍ତି। ମଧ୍ୟପ୍ରଦେଶ ଗ୍ୱାଲିୟରର ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂ ଏଭଳି ଧମକ ଦେଇଛନ୍ତି। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। 

Advertisment

ଜିଲ୍ଲାପାଳ କହିଛନ୍ତି,  ‘ମୁଁ କିଛିବି ଜାଣି ନାହିଁ। ଘରକୁ ଯାଇ ଟିକା ଲଗାନ୍ତୁ...କ୍ଷେତରେ ଲଗାନ୍ତୁ, ଲୋକଙ୍କ ଗୋଡ଼ ତଳେ ପଡ଼ନ୍ତୁ...୨୪ ଘଣ୍ଟା ତାଙ୍କ ଘରେ ବସନ୍ତୁ। ଯଦି ଗୋଟିଏ ଦିନ ବି ଟିକାକରଣରେ ବିଳମ୍ବ ହୁଏ, ତା’ହେଲେ ଫାଶୀରେ ଝୁଲାଇ ଦେବି।’

Advertisment

ସୂଚନାଥାଉ କି, ମଙ୍ଗଳବାର ଦିନ ଜିଲ୍ଲାପାଳ ତହସିଲ ଭିତରୱାର ସ୍ୱାସ୍ଥ୍ୟକେନ୍ଦ୍ରରେ ଅଧିକାରୀଙ୍କ ସହ ଏକ ବୈଠକ କରିଥିଲେ। ଏହି ଅବସରରେ ସେ ଟିକାକରଣ ସମ୍ପର୍କରେ ତଥ୍ୟ ନେଇଥିଲେ। ଯେତେବେଳେ ସେ ଜାଣିବାକୁ ପାଇଲେ, ତହସିଲରେ ଗତ ୪ ଦିନ ହେବ ଟିକାକରଣ ଶିବିର ଆୟୋଜନ ହୋଇ ନାହିଁ, ଏହାପରେ ଜିଲ୍ଲାପାଳ ରାଗି ଯାଇଥିଲେ। କାହିଁକି ଟିକାକରଣ ଶିବିର ହୋଇନାହିଁ, ଏସମ୍ପର୍କରେ ସେ ବୈଠକରେ ଉପସ୍ଥିତ ଅଧିକାରୀଙ୍କୁ ପଚାରି ଥିଲେ। 

ଅଧିକାରୀଙ୍କ ଉତ୍ତରରେ ଜିଲ୍ଲାପାଳ କୌଶଳେନ୍ଦ୍ର ଏଭଳି ଧମକ ଦେଇଥିଲେ। ଏହି ସମୟରେ ଲଗାତାର ଭାବେ ଜିଲ୍ଲାପାଳ ଅଧିକାରୀଙ୍କୁ ପଚାରିଥିଲେ, କାହିଁକି ଟିକାକରଣ ସମ୍ପୂର୍ଣ୍ଣ ହୋଇନାହିଁ ? ବୈଠକରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପଞ୍ଚାୟତ ସିଇଓ IAS ଆଶୀଷ ତିୱାରି ମଧ୍ୟ ଉପସ୍ଥିତ ଥିଲେ। 

Advertisment
COVID-19 Vaccination Vaccination Drive Gwalior Collector
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ