Advertisment

ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ପିନ୍ଧାଇଲେ ଫୁଲହାର, ଭାଇରାଲ ହେଲା ଭିଡିଓ; ଦେଖନ୍ତୁ...

ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚଢ଼ାଇଲେ ଫୁଲମାଳ । କର୍ଣ୍ଣାଟକର ଏକ ରାଲିରେ ଖୋଲାଖୋଲି ନିୟମର ଉଲ୍ଲଘଂନ । ଆଗକୁ ନିର୍ବାଚନ ଆସୁଛି । ପ୍ରଚାରରେ ମାତିଛନ୍ତି ନେତା । ଏହି ପରି ଏକ ପ୍ରଚାର କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ ।

ଅଦ୍ୟତନ ହୋଇଛି
Siddaramaiah

Siddaramaiah

Advertisment

ଅଣ୍ଟାରେ ବନ୍ଧୁକ ରଖି ମୁଖ୍ୟମନ୍ତ୍ରୀଙ୍କୁ ଚଢ଼ାଇଲେ ଫୁଲମାଳ । କର୍ଣ୍ଣାଟକର ଏକ ରାଲିରେ ଖୋଲାଖୋଲି ନିୟମର ଉଲ୍ଲଘଂନ । ଆଗକୁ ନିର୍ବାଚନ ଆସୁଛି । ପ୍ରଚାରରେ ମାତିଛନ୍ତି ନେତା । ଏହି ପରି ଏକ ପ୍ରଚାର କାର୍ଯ୍ୟକ୍ରମରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଯୋଗ ଦେଇଥିଲେ । ଏହି ସମୟରେ ଉକ୍ତ ଗାଡ଼ିରେ ଜଣେ ବ୍ୟକ୍ତି ଅଣ୍ଟାରେ ବନ୍ଧୁକ ରଖି ଫୁଲମାଳ ଦେଉଥିବା ଦେଖା ଯାଇଥିଲା ।

Advertisment

ପାଖରେ ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ଥିବା ଉକ୍ତ ଭିଡିଓରେ ଦେଖାଯାଉଛି । ରାଜ୍ୟର ପରିବହନ ମନ୍ତ୍ରୀ ରାମଲିଙ୍ଗା ରେଡ୍ଡୀଙ୍କ ଝିଅ ତଥା କଂଗ୍ରେସର ଲୋକସଭା ପ୍ରାର୍ଥୀ ସୌମ୍ୟା ରେଡ୍ଡୀଙ୍କ ପାଇଁ ସିଦ୍ଧରମୈୟା ପ୍ରଚାର କରୁଥିଲେ । ବେଙ୍ଗାଲୁରୁରେ ପ୍ରଚାର କରିବା ସମୟରେ ହିଁ ଏହି ଘଟଣାଟି ଘଟିଥିଲା ।

ପୋଲିସ ସୂଚନା ଅନୁସାରେ ବ୍ୟକ୍ତି ଜଣକ ହେଲେ ରିୟାଜ । ରାଲି ବେଳେ ନେତାମାନଙ୍କୁ ଫୁଳମାଳ ପିନ୍ଧାଇବା ପାଇଁ ସେ ଗାଡ଼ିରେ ଚଢ଼ିଥିଲେ । ଏହି ସମୟରେ ତାଙ୍କର ଅଣ୍ଟାରେ ବନ୍ଧୁକ ଥିବା ଦେଖାଯାଇଥିଲା । ଅନେକ ବର୍ଷ ପୂର୍ବେ ରିୟାଜଙ୍କ ଉପରେ ହିଂସାତ୍ମକ ଆକ୍ରମଣ ହୋଇଥିଲା । ସେ ଏଥିରୁ ବଞ୍ଚିବା ପାଇଁ ନିଜ ପାଖେ ବନ୍ଧୁକ ରଖି ଆସୁଛନ୍ତି ବୋଲି ପୋଲିସ କହିଛି ।

Advertisment

ତେବେ ଘଟଣାଟି ୱିଲସନ ଗାର୍ଡେନ ନିକଟରେ ଘଟିଥିଲା । ବନ୍ଧୁକର ଲାଇସେନ୍ସ ମଧ୍ୟ ରିୟାଜଙ୍କ ନିକଟରେ ରହିଛି ବୋଲି ଜଣାପଡ଼ିଛି । ତେବେ ଏନେଇ ଅଧିକ ତଦନ୍ତ ଜାରି ରହିଛି ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି । ଅନ୍ୟପଟେ ଏହି ଘଟଣାକୁ ବିରୋଧ କରିଛି ବିରୋଧୀ ବିଜେପି ।

Advertisment

ଦଳ ତରଫରୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ସମାଲୋଚନା କରାଯାଇଛି । ଚୋର, ଡକାୟତ, ଠକ ଓ ଗୁଣ୍ତା ଲୋକମାନେ ହିଁ ମୁଖ୍ୟମନ୍ତ୍ରୀଙ୍କୁ ପସନ୍ଦ ବୋଲି ଅଭିଯୋଗ କରିଛି ବିଜେପି । ତେବେ ମୁଖ୍ୟମନ୍ତ୍ରୀଙ୍କ ପାଖେ ବନ୍ଧୁକ ଦେଖାଯିବାକୁ ନେଇ କର୍ଣ୍ଣାଟକରେ ପ୍ରତିକ୍ରିୟା ପ୍ରକାଶ ପାଇଛି ।

Crime
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ