Advertisment

ସମୁଦ୍ରରେ ବୁଡ଼ି ଦ୍ୱାରକା ନଗରୀ ଦେଖିବେ ପର୍ଯ୍ୟଟକ

ଗୁଜରାଟ୍ ପର୍ଯ୍ୟଟନ ବିଭାଗ ଆରମ୍ଭ କରିବ ଯୋଜନା । ୨୦୨୪ ଦୀପାବଳୀ ଠାରୁ ବୁଡାଜାହାଜ ସେବା ଆରମ୍ଭ ଲକ୍ଷ୍ୟ ।

undefined

Dwarka Nagari

Advertisment

ସମୁଦ୍ରରେ ଲୀନ ପ୍ରଭୁ ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀ । ଗୁଜରାଟ ଦ୍ୱାରକା ଧାମରେ ଏବେ ପର୍ଯ୍ୟଟକଙ୍କ ଲାଗ ଆସିଛି ଖୁସି ଖବର । ଖୁବ ଶୀଘ୍ର ପର୍ଯ୍ୟଟକ ସମୁଦ୍ରରେ ଲୀନ ଶ୍ରୀକୃଷ୍ଣଙ୍କ ନଗରୀ ବୁଲି ଦେଖିପାରିବେ। ଦ୍ୱାପରରେ ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀର ଭାସ୍କର୍ଯ୍ୟ କିଭଳି ଥିଲା। ସେ ସବୁ ଜାଣିବା ଲାଗି ଲୋକଙ୍କ ମଧ୍ୟରେ ଯେଉଁ ଉତ୍କଂଣ୍ଠା ରହିଥିଲା ତାହା ଦୂର ହେବ। କାରଣ ଗୁଜରାଟ ସରକାର ଆସନ୍ତା ୨୦୨୪ ଦୀପାବଳୀ ସୁଦ୍ଧା ଦ୍ୱାରକାରେ ଆରମ୍ଭ କରିବେ ବୁଡ଼ା ଜାହାଜ ଯୋଜନା। ବୁଡ଼ା ଜାହାଜରେ ଏକାଥରକେ ୩୦ରୁ ୪୦ ପର୍ଯ୍ୟଟକ ବସି ଦ୍ୱାରକା ନଗରୀକୁ ବୁଲି ଦେଖିପାରିବେ।

Advertisment

ଗୁଜରାଟରେ ପର୍ଯ୍ୟଟନ କ୍ଷେତ୍ରରେ ଅଭିବୃଦ୍ଧି ଲାଗି ସରକାର ଏହି ନୂଆ ଯୋଜନା କରିଛନ୍ତି । ମୁମ୍ବାଇର ମାଜାଗାଓଁ ଡକ୍ ସିପବିଲଡର୍ସ ସହ ଏଥିଲାଗି ରାଜ୍ୟ ସରକାର ଚୁକ୍ତି କରିଛନ୍ତି। ଆସନ୍ତା ୨୦୨୪ ଦୀପାବଳୀ ଠାରୁ ଏହି ଯୋଜନା ଆରମ୍ଭ ହେବ। ଦକ୍ଷ ବୁଡ଼ାଜାହାଜ ଚାଳକ ସହ ଭାରତୀୟ ନୌସେନାର ଟିମ ଏହି ବୁଡ଼ାଜାହାଜ ଚଳାଇବାରେ ସହାୟକ ହେବେ।

ପ୍ରଭୁ ଶ୍ରୀକୃଷ୍ଣଙ୍କ ଦ୍ୱାରକା ନଗରୀର ଇତିହାସ ସମୁଦ୍ର ତଳେ ରହିଛି ସତ। ତେବେ ଏହାକୁ ନିଜ ଆଖିରେ ଦେଖିବା ଲାଗି ଏବେ ପର୍ଯ୍ୟଟକଙ୍କ ମଧ୍ୟରେ ବଢୁଛି ଉତ୍ସାହ। 

Advertisment

ଭାରତରେ ହିନ୍ଦୁଙ୍କ ଚାରିଟି ଦାମ ମଧ୍ୟରୁ ଦ୍ୱାରକା ଧାମର ରହିଛି ସ୍ୱତନ୍ତ୍ରତା। ପୌରାଣିକ ତଥ୍ୟ କହେ ଏଠାରେ ଶ୍ରୀକୃଷ୍ଣ ଶାସନ କରିଥିଲେ। ଆଉ ଏଠାରେ ହିଁ ଯାଦବ ବଂଶ ଧ୍ୱଂସ ହୋଇଥିଲା। ଆଉ ଦ୍ୱାରକାରେ ହିଁ ମାନବୀୟ ଲୀଲା ସାରି ଶ୍ରୀକୃଷ୍ଣ ଇହଳୀଳା ସମ୍ବରଣ କରିଥିଲେ। ଏହି ସମସ୍ତ ତଥ୍ୟ ଏବେ ସମୁଦ୍ରତଳକୁ ଯାଇ ଦେଖିପାରିବେ ଶ୍ରଦ୍ଧାଳୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ