Advertisment

ଗୁଜରାଟ ରାଜକୋଟର ଏକ ଗେମିଂ ଜୋନରେ ନିଆଁ; ୨୪ ମୃତ

ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି।

Fire Mishap

Fire Mishap

Advertisment

ରାଜକୋଟ ଗେମିଂ ଜୋନ୍ ଅଗ୍ନିକାଣ୍ଡରେ ବଢୁଛି ମୃତ୍ୟୁ ସଂଖ୍ୟା। ଅଗ୍ନିକାଣ୍ଡରେ ଏଯାଏଁ ୨୪ ଜଣଙ୍କ ମୃତ୍ୟୁ ହେଲାଣି। ମୃତକଙ୍କ ମଧ୍ୟରେ ୧୨ ଜଣ ଶିଶୁ ଥିବା ସୂଚନା ମିଳିଛି। ଆହୁରି କିଛି ଜଣ ଆହତ ହୋଇଛନ୍ତି। ନିଆଁ ଆୟତ୍ତକୁ ଆସିଥିଲେ ବି ଭିତରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅଗ୍ନିକାଣ୍ଡର କାରଣ ଏଯାଏଁ ଜଣାପଡିନି।

Advertisment

ସେପଟେ ଗେମିଂ ଜୋନ୍ ମାଲିକଙ୍କ ବିରୋଧରେ ଏଫଆଇଆର ହୋଇଛି। ଗେମିଂ ଜୋନ୍ ମାଲିକ ଏବଂ ମ୍ୟାନେଜରଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ଘଟଣାର ପୁଙ୍ଖାନୁପଙ୍ଖ ତଦନ୍ତ ପାଇଁ ଏସଆଇଟି ଗଠନ କରାଯାଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜକୋଟ ଘଟଣାରେ ଗଭୀର ଶୋକବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇଛନ୍ତି।

ସୂଚନା ମୁତାବକ, ଅଭିଯୋଗରୁ ପ୍ରକାଶ, ଆଜକୁ ୪ ଦିନ ତଳେ ସେହି ଗେମିଂ ଜୋନ୍‌ରେ ନିଆଁ ଲାଗିଥିଲା। ଯେଉଁଥିପାଇଁ ଗେମିଂ ଜୋନ୍‌କୁ ବନ୍ଦ ରଖାଯାଇଥିଲା। ଆଜି ଖୋଲିଥିଲା। ସେଥିପାଇଁ ଲୋକଙ୍କର ପ୍ରବଳ ଭିଡ ଜମିଥିଲା। ଅପରାହ୍ନ ପ୍ରାୟ ୫ଟା ବେଳେ ଗେମିଂ ଜୋନରେ ନିଆଁ ଲାଗି ଯାଇଥିଲା। ଏ ସମ୍ପର୍କରେ ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟରେ ଲାଗି ପଡ଼ିଥିଲେ। ବର୍ତ୍ତମାନ ସୁଦ୍ଧା ୨୪ଟି ମୃତଦେହ ଉଦ୍ଧାର କରାଯାଇଛି। ସେଥିରେ ୯ ଜଣ ଶିଶୁ ଥିବା ଜଣାପଡ଼ିଛି। ଅନେକ ମୃତକଙ୍କ ପରିଚୟ ମିଳୁନଥିବା ଜଣାପଡ଼ିଛି।  

Advertisment

 

Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ