Advertisment

ରାହୁଲଙ୍କୁ ପୁଣି ଝଟକା; ଆବେଦନକୁ ଖାରଜ କଲେ ସୁରତ କୋର୍ଟ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ପୁଣି ଲାଗିଲା ଝଟକା। ସୁରତ ସେସନ୍ସ କୋର୍ଟରୁ ଆଜି ନିରାଶ ହୋଇଛନ୍ତି ରାହୁଲ ଗାନ୍ଧି ।

ଅଦ୍ୟତନ ହୋଇଛି
Rahul Gandhi Latest News

Rahul Gandhi

Advertisment

କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧିଙ୍କୁ ମାନହାନୀ ମାମଲାରେ ଶକ୍ତ ଝଟକା । ରାହୁଲଙ୍କ ଆବେଦନକୁ ଖାରଜ କରିଛନ୍ତି ସୁରତ କୋର୍ଟ । ୨ ବର୍ଷର ଦଣ୍ଡାଦେଶ ଉପରେ ରହିତାଦେଶ ପାଇଁ ଅପିଲ୍ କରିଥିଲେ ରାହୁଲ । 'ମୋଦି ସରନେମ୍' ମନ୍ତବ୍ୟ ପାଇଁ ରାହୁଲଙ୍କୁ ୨ ବର୍ଷର ଜେଲ୍ ଦଣ୍ଡାଦେଶ ହୋଇଥିଲା । ତଳକୋର୍ଟଙ୍କ ଦଣ୍ଡାଦେଶ ପାଇଁ ରାହୁଲଙ୍କ ସାଂସଦ ପଦ ମଧ୍ୟ ରଦ୍ଦ ହୋଇଛି । ସେସନ୍ସ କୋର୍ଟର ଏହି ରାୟ ବିରୋଧରେ ଏବେ ହାଇକୋର୍ଟ ଯିବେ ରାହୁଲ ଗାନ୍ଧି।

Advertisment

ସୁରତ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟ ଏଚଏଚ ବର୍ମା ଦେଇଥିବା ରାୟକୁ ଚାଲେଞ୍ଜ କରି ରାହୁଲ ଗାନ୍ଧିଙ୍କ ଲିଗାଲ ଟିମ୍ ସେସନ୍ସ କୋର୍ଟରେ ଆବେଦନ କରିଥିଲେ । ଏହି ଅପିଲ ସହ ରାହୁଲ ଗାନ୍ଧିଙ୍କ ତରଫରୁ ମଧ୍ୟ ଦୁଇଟି ଆବେଦନ କରାଯାଇଥିଲା । ତଳ କୋର୍ଟ ପକ୍ଷରୁ ହୋଇଥିବା ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଆବେଦନ କରଯାଇଥିଲା ।

ଅଧିକ ପଢ଼ନ୍ତୁ: ବାସହରା ହେଲେ ରାହୁଲ ଗାନ୍ଧୀ ! ସାମ୍ନାକୁ ଆସିଲା ବଙ୍ଗଳା ଖାଲି କରିବାର VIDEO

Advertisment

ସେହିପରି ତଳ କୋର୍ଟ ଯେଉଁ ରାୟ ଦେଇଛନ୍ତି, ତାକୁ ଖାରଜ କରିବାକୁ ରାହୁଲ ଗାନ୍ଧିଙ୍କ ତରଫରୁ ଆବେଦନ କରାଯା‌ଇଥିଲା । ମେଟ୍ରୋପଲିଟାନ୍‌ ମାଜିଷ୍ଟ୍ରେଟଙ୍କ କୋର୍ଟ ଦେଇଥିବା ରାୟରେ ତ୍ରୁଟି ରହିଛି, ତେଣୁ ଏହା ଉପରେ ରୋକ ଲଗାଯାଉ ବୋଲି ରାହୁଲ ଗାନ୍ଧି ନିଜ ଆବେଦନରେ ଉଲ୍ଲେଖ କରିଥିଲେ। ଆଜି ଏହାର ଶୁଣାଣି ଥିବା ବେଳେ କୋର୍ଟ ରାହୁଲଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି।

୨୦୧୯ରେ କର୍ଣ୍ଣାଟକରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧନ କରି ‘ମୋଦି ସରନେମ’କୁ ନେଇ ବିବାଦୀୟ ବୟାନ ଦେଇଥିଲେ ରାହୁଲ । ଠକେଇ ଅଭିଯୁକ୍ତ ନୀରବ ମୋଦି, ଲଳିତ ମୋଦିଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁକୁ ସେ ଯୋଡି ସବୁ ମୋଦି ଚୋର ବୋଲି କହିଥିଲେ । ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେସ ମୋଦି । ରାହୁଲଙ୍କ ବୟାନ୍‌ ପୂରା ‘ମୋଦି ସମାଜ’ ପାଇଁ ଅପମାନ ବୋଲି ସେ ଅଭିଯୋଗ କରିଥିଲେ । ଏହାକୁ ନେଇ ତାଙ୍କ ନାଁରେ ଏକ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା।

Advertisment
Congress Rahul Gandhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ