Advertisment

ଝୁଲା ପୋଲ ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୧୪୧କୁ ବୃଦ୍ଧି, ଏବେବି ଅନେକ ନିଖୋଜ

ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।

ଅଦ୍ୟତନ ହୋଇଛି
Gujarat Bridge Collapse

Gujarat Bridge Collapse

Advertisment

ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହାସହ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ମୃତକଙ୍କ ମଧ୍ୟରେ ୨୦ରୁ ଅଧିକ ଶିଶୁ ଥିବାବେଳେ ଭାସି ଯାଇଥିବା ଲୋକଙ୍କ ମଧ୍ୟରେ ବି ଶିଶୁଙ୍କ ସଂଖ୍ୟା ଅନେକ ବୋଲି କୁହାଯାଉଛି। ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିଲା। 

Advertisment

ଅଧିକ ପଢ଼ନ୍ତୁ: ଛିଡ଼ିଗଲା ଝୁଲା ପୋଲ, ୬୦ରୁ ଅଧିକ ମୃତ

ଘଟଣା ପରେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବାୟୁସେନା ପକ୍ଷରୁ ଗରୁଡ଼ କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି। ସେହିପରି ୩ ପ୍ଲାଟୁନ NDRF, SDRF, ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭାରତୀୟ ନୌସେନାର ୫୦ ଜଣ ଯବାନ, ବାୟୁସେନାର ୩୦ ଜଣ ଯବାନ, ସ୍ଥଳସେନାର ଯବାନ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।ରାଜକୋଟ, ଜାମନଗର, ଡିଉ ଓ ସୁରେନ୍ଦ୍ରନଗରରୁ ଆସି ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଆହତଙ୍କୁ ଚିକିତ୍ସା କରିବା ଲାଗି ରାଜକୋଟ ସିଭିଲ୍ ହସ୍ପିଟାଲରେ ସ୍ୱତନ୍ତ୍ର ଓ୍ୱାର୍ଡ କରାଯାଇଛି।

Advertisment

ଏକ ପ୍ରାଇଭେଟ୍‌ କମ୍ପାନୀ ୭ ମାସ ପର୍ଯ୍ୟନ୍ତ ବ୍ରିଟିଶ ଅମଳର ଏହି ଝୁଲା ପୋଲର ମରାମତି କାର୍ଯ୍ୟ କରିଥିଲା। ମରାମତି କାର୍ଯ୍ୟ ଶେଷ ହେବା ପରେ ୪ ଦିନ ପୂର୍ବେ ସର୍ବସାଧାରଣଙ୍କ ପାଇଁ ଝୁଲା ପୋଲ ଖୋଲା ଯାଇଥିଲା। ତେବେ ମ୍ୟୁନିସିପାଲିଟି ପକ୍ଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଝୁଲା ପୋଲର ‘ଫିଟ୍‌ନେସ୍‌ ସାର୍ଟିଫିକେଟ୍‌’ ପ୍ରଦାନ କରାଯାଇ ନଥିଲା। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। 

ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘଟଣାସ୍ଥଳ ଅନୁଧ୍ୟାନ ପରେ ହସ୍ପିଟାଲରେ ପହଞ୍ଚି ଆହତଙ୍କୁ ଭେଟିଛନ୍ତି। ମୃତକଙ୍କ ପରିବାରକୁ ରାଜ୍ୟ ସରକାର ୪ ଲକ୍ଷ ଟଙ୍କା ଲେଖାଏ ଦେବାକୁ ଘୋଷଣା କରିଥିବା ବେଳେ କେନ୍ଦ୍ର ସରକାର ୨ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି। ଆହତଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୫୦ ହଜାର ଲେଖାଏ ଟଙ୍କା ଦେବା ନେଇ ଘୋଷଣା ହୋଇଛି। ଗୋଟିଏ ସମୟରେ କ୍ଷମତାଠାରୁ ଅଧିକ ଓଜନ ଠୁଳ ହେବାରୁ ପୋଲ ଭୁଶୁଡ଼ି ପଡ଼ିଥିବା କୁହାଯାଉଛି। ଅନ୍ୟପକ୍ଷେ, ଘଟଣା ପାଇଁ ରାଜ୍ୟ ସରକାରଙ୍କୁ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ଦାୟୀ କରିଛନ୍ତି।

Advertisment

ସୂଚନାଥାଉ କି, ୧୯୨୨ ମସିହାରେ ସାର୍‌ ୱାଘଜୀ ଠାକୋର୍‌ ମୋର୍ବିକୁ ଶାସନ କରିଥିଲେ। ଔପନିବେଶିକ ପ୍ରଭାବରେ ଅନୁପ୍ରାଣିତ ହୋଇ ସେ ଝୁଲା ପୋଲ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଝୁଲା ପୋଲର ଚଉଡ଼ା ୧.୨୫ ମିଟର, ଲମ୍ବ ୨୩୩ ମିଟର। 

Bridge Collapse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ