Advertisment

ଜୀବନ ଯୁଦ୍ଧରେ ହାରିଗଲେ ଗ୍ରୁପ୍‌ କ୍ୟାପନେଟ ବରୁଣ ସିଂ

ତାମିଲନାଡୁ କୁନ୍ମୁର ହେଲିକପ୍ଟର କ୍ରାଶ୍‌ ଘଟଣାରେ ଜଣେ ମାତ୍ର ଜୀବିତ ଥିବା ଗ୍ରୁପ୍‌ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Group Captain Varun Singh

Group Captain Varun Singh

Advertisment

ବେଙ୍ଗାଲୁରୁ: ତାମିଲନାଡୁ କୁନ୍ମୁର ହେଲିକପ୍ଟର କ୍ରାଶ୍‌ ଘଟଣାରେ ଜଣେ ମାତ୍ର ଜୀବିତ ଥିବା ଗ୍ରୁପ୍‌ କ୍ୟାପନେଟ ବରୁଣ ସିଂଙ୍କ ପରଲୋକ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ବେଙ୍ଗାଲୁରୁ ସ୍ଥିତ ମିଲିଟାରୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ଲାଇଫ୍‌ ସପୋର୍ଟରେ ରଖାଯାଇ ତାଙ୍କର ଚିକିତ୍ସା ଚାଲିଥିଲା। 

Advertisment

ସପ୍ତାହକ ଧରି ମୃତ୍ୟୁ ସହ ସଂଘର୍ଷ କରି ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଗ୍ରୁପ କ୍ୟାପଟେନ ବରୁଣ ସିଂ। ଗତ ୮ ତାରିଖରେ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତଙ୍କ ସହ ହେଲିକପ୍ଟରରେ ଯାତ୍ରା କରୁଥିବା ଟିମ୍‌ରେ ଥିଲେ ବରୁଣ ସିଂ।

Advertisment

CDS ଜେନେରାଲ୍‌ ବିପିନ ରାୱତ୍‌ଙ୍କୁ ଆଣିବା ଲାଗି ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂ ସୁଲୁର ଯାଇଥିଲେ। ସେଠାରୁ ସେ ବିପିନ ରାୱତଙ୍କୁ ଏସକର୍ଟରେ ନେଇ ୱେଲିଂଟନ୍‌ ସ୍ଥିତ ଡିଫେନ୍ସ ସିର୍ଭସେସ୍‌ ଷ୍ଟାଫ୍‌ କଲେଜ ଯିବାର କାର୍ଯ୍ୟକ୍ରମ ଥିଲା। ଏହାପରେ କଲେଜରେ ଫ୍ୟାକଲ୍ଟି ଓ ଛାତ୍ରଛାତ୍ରୀଙ୍କୁ ଜେନେରାଲ୍‌ ରାୱତ୍‌ ସମ୍ବୋଧନ କରିବାର କାର୍ଯ୍ୟକ୍ରମ ଥିଲା। ହେଲେ ତା’ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା।  

ହେଲିକପ୍ଟରରେ ସିଡିଏସ୍ ଜେନେରେଲା ବିପିନ ରାଓ୍ୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ରାଓ୍ୱତଙ୍କ ସହ ମୋଟ ୧୪ ଜଣ ସଦସ୍ୟ ଥିଲେ। ପୂର୍ବରୁ ୧୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗ୍ରୁପ କ୍ୟାପଟେନ ବରୁଣ ସିଂ କେବଳ ଜୀବିତ ଥିଲେ। ତାଙ୍କୁ ପ୍ରଥମେ ୱେଲିଂଟନ ମିଲିଟାରୀ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବେଙ୍ଗାଲୁରୁ ସ୍ଥିତ ମିଲିଟାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚଳିତ ବର୍ଷ ଅଗଷ୍ଟ ୧୫ରେ ଗ୍ରୁପ କ୍ୟାପଟେନ୍ ବରୁଣ ସିଂ ସୌର୍ଯ୍ୟଚକ୍ରରେ ସମ୍ମାନିତ ହୋଇଥିଲେ। 

Advertisment

ଗ୍ରୁପ୍‌ କ୍ୟାପ୍‌ଟେନ୍‌ ବରୁଣ ସିଂଙ୍କ ପୈତୃକ ଘର ଉତ୍ତରପ୍ରଦେଶର ଦେଓରିଆରେ। ତାଙ୍କ ବାପା ସେନାର ଜଣେ ଅବସରପ୍ରାପ୍ତ କର୍ଣ୍ଣେଲ। ବିମାନ ପରିଚାଳନାରେ ସାହସିକତା ପାଇଁ ବାୟୁ ସେନା ଅଧିକାରୀ ବରୁଣ ସିଂ ଗତ ଅଗଷ୍ଟରେ ସୌର୍ଯ୍ୟ ଚକ୍ରରେ ସମ୍ମାନିତ ହୋଇଥିଲେ। ଜରୁରୀକାଳୀନ ପରିସ୍ଥିତି ସତ୍ତ୍ୱେ ସେ ତାଙ୍କର ଯୁଦ୍ଧ ବିମାନ ତେଜାସ୍‌କୁ ସୁରକ୍ଷିତ ଭାବେ ଅବତରଣ କରିଥିଲେ। 

Bipin Rawat CDS Bipin Rawat Army Chopper Crash CDS Chopper Crash Varun Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ